Posted inଜାତୀୟ

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଟୁଇଟ କରି ଏହି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଲୁଫଥାନ୍ସା ଏୟାରଲାଇନ୍ସର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଜଣେ ୟୁଜର୍ସ ବିମାନ କମ୍ପାନୀକୁ ଟୁଇଟରରେ ଟ୍ୟାଗ କରି ପଚାରିଛନ୍ତି ଯେ, ଜଣେ ଭାରତୀୟଙ୍କ ନିଶାସକ୍ତ ଯୋଗୁ ନିର୍ଦ୍ଧାରିତ ବିମାନ ଉଡ଼ାଣରେ ବିଳମ୍ବ ଏକ ସମ୍ଭାବ୍ୟ ବିପଦ ହୋଇପାରେ କି। ଏହାର ଉତ୍ତରରେ ଲୁଫଥାନ୍ସା ଏୟାରଲାଇନ୍ସ ନିଜର ପ୍ରତିକ୍ରିଆ ରଖିଛି। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଆସୁଥିବା ବିମାନ ଉଡାଣରେ ବିଳମ୍ବ ଏବଂ ଏକ ବିମାନର ପରିବର୍ତ୍ତନ ଯୋଗୁ ଫ୍ରାଙ୍କଫର୍ଟରୁୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ ନିର୍ଦ୍ଧାରିତ ସମୟରେ ବିଳମ୍ବ ହୋଇଥିଲା। ଲୁଫଥାନ୍ସା ଏୟାରଲାଇନ୍ସ ଜଣେ ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ଏବାବଦରେ ସରକାରୀ ବିବୃତ୍ତି ଆସିନାହିଁ। ବିମାନ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ କି ଅସ୍ବୀକାର ମଧ୍ୟ କରାଯାଇନାହିଁ। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି...

ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ

ଇନ୍ଦୋର,୫।୨: ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ ମିଳିଛି। ହାଇକୋର୍ଟର ଇନ୍ଦୋର ବେଞ୍ଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ।...

କଏଦୀ ନଂ ଏନ୍‌୯୫୬

ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍‌ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ...

୧୨୨ ବର୍ଷ ମଧ୍ୟରେ ୨୦୨୨ ଡିସେମ୍ବରରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୫।୧ : ଗତ ୨୦୨୨ ଡିସେମ୍ବର ୧୨୨ ବର୍ଷ ମଧ୍ୟରେ ଭାରତରେ ସବୁଠାରୁ ଉତ୍ତପ୍ତ ଥିଲା । ଡିସେମ୍ବରରେ ଦେଶର ତିନୋଟି ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ...

ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍‌ ୧ରୁ ସରକାରୀ ନିୟମ ଲାଗୁ

ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ...

ପ୍ରଭାବିତ ହେବ ୪୮ ପ୍ରତିଶତ ଭାରତୀୟ ଛାତ୍ରଙ୍କ ବିଦେଶ ପଢ଼ା

ନୂଆଦିଲ୍ଲୀ,୧୫।୫(ପି.ଟି.): ବିଦେଶରେ ପାଠ ପଢ଼ିବାକୁ ଚାହୁଁଥିବା ୪୮ ପ୍ରତିଶତ ଭାରତୀୟ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତିକୁ କରୋନା ମହାମାରୀ ପ୍ରଭାବିତ କରିବ ବୋଲି ଜଣାପଡିଛି। ବିଶ୍ୱସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକର ର଼୍ୟାଙ୍କ...

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

‘ଜିଏସ୍‌ଟିରେ ସାମିଲ କରିବାର ସମୟ ଆସିନାହିଁ’

ନୂଆଦିଲ୍ଲୀ,୧୭।୯: କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପେଟ୍ରୋଲ, ଡିଭେଲ ଭଳି ଇନ୍ଧନକୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ତାଲିକାରେ ସାମିଲ କରିବା ପାଇଁ କାଉନ୍ସିଲରେ...

Advertisement
Archives

Model This Week