Posted inଜାତୀୟ

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଟୁଇଟ କରି ଏହି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଲୁଫଥାନ୍ସା ଏୟାରଲାଇନ୍ସର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଜଣେ ୟୁଜର୍ସ ବିମାନ କମ୍ପାନୀକୁ ଟୁଇଟରରେ ଟ୍ୟାଗ କରି ପଚାରିଛନ୍ତି ଯେ, ଜଣେ ଭାରତୀୟଙ୍କ ନିଶାସକ୍ତ ଯୋଗୁ ନିର୍ଦ୍ଧାରିତ ବିମାନ ଉଡ଼ାଣରେ ବିଳମ୍ବ ଏକ ସମ୍ଭାବ୍ୟ ବିପଦ ହୋଇପାରେ କି। ଏହାର ଉତ୍ତରରେ ଲୁଫଥାନ୍ସା ଏୟାରଲାଇନ୍ସ ନିଜର ପ୍ରତିକ୍ରିଆ ରଖିଛି। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଆସୁଥିବା ବିମାନ ଉଡାଣରେ ବିଳମ୍ବ ଏବଂ ଏକ ବିମାନର ପରିବର୍ତ୍ତନ ଯୋଗୁ ଫ୍ରାଙ୍କଫର୍ଟରୁୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ ନିର୍ଦ୍ଧାରିତ ସମୟରେ ବିଳମ୍ବ ହୋଇଥିଲା। ଲୁଫଥାନ୍ସା ଏୟାରଲାଇନ୍ସ ଜଣେ ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ଏବାବଦରେ ସରକାରୀ ବିବୃତ୍ତି ଆସିନାହିଁ। ବିମାନ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ କି ଅସ୍ବୀକାର ମଧ୍ୟ କରାଯାଇନାହିଁ। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?