Posted inଖେଳ

୧୪୯ରେ ଅଟକିଲା ଦିଲ୍ଲୀ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ଦିଲ୍ଲୀ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୪୯ ରନ୍‌ କରିଛି। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇ ୧୫୦ ରନ୍‌ର ଟାଗେର୍ଟ ରଖିଛି ଦିଲ୍ଲୀ।

ଦୁଇ ଓପନର୍‌ ପୃଥ୍ବୀ ଶ ଏବଂ ଡେଭିଡ୍‌ ଓ୍ବାର୍ନର ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ରବି ବିଷ୍ଣୋଇଙ୍କ ବଲରେ ଓ୍ବାର୍ନର ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ରୋଭମାନ ପାୱେଲ ବ୍ୟାଟିଂ କରିବାକୁ ଆସି ୩ ରନ୍‌ରେ ଫେଲ ମାରିଥିଲେ। ପରେ ସରଫରାଜ ଖାନ୍‌ ଏବଂ ଅଧିନାୟକ ରିଷଭ ପନ୍ତ ଦଳକୁ ସମ୍ଭାଳିଥିଲେ। ରିଷଭ ୩୬ଟି ବଲ୍‌ରେ ୩୯ ରନ୍‌(୩ ଚଉକା ଏବଂ ୨ଛକା) କରିଥିବା ବେଳେ ସରଫରାଜ ୨୮ଟି ବଲ୍‌ରେ ୩୬ରନ୍‌ (୩ ଚଉକା) କରି ନଟ୍‌ଆଉଟ ରହିଥିଲେ। ଉଭୟଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ବଳରେ ଦିଲ୍ଲୀ ୧୪୯ ରନ୍‌ କରିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ...

ଗିଲ୍‌ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର  ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ।...

୧୦୦ ଉଇକେଟ ନେବାରେ ମାଲିଙ୍ଗା ପ୍ରଥମ

କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍‌ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ...

ଦୁଇ ଥର ପାକିସ୍ତାନ ଗସ୍ତ କରିବ ନ୍ୟୁଜିଲାଣ୍ଡ

କରାଚୀ,୨୦।୧୨: ଚଳିତ ବର୍ଷ ପାକିସ୍ତାନରେ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସ୍ବଦେଶ ଫେରିଯାଇଥିଲା ନ୍ୟୁଜିଲାଣ୍ଡ। ବାତିଲ ହୋଇଥିବା ସେହି ସିରିଜ୍‌ ଲାଗି ନ୍ୟୁଜିଲାଣ୍ଡ...

ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ବିଷୟରେ ଅନେକ...

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି...

ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌: ଭାରତର ଏହି ସହରରେ ହେବ ନିର୍ମାଣ

ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍‌ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ...

ଟେବୁଲ୍‌ ଟେନିସ୍‌ରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଏଥିଯୋଗୁ କ୍ରମାଗତ ଭାବେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର...

Advertisement
Archives

Model This Week