ଭଦ୍ରକରେ ବଢିଲା ଲକ୍‌ଡାଉନ କଟକଣା

ଭଦ୍ରକ ଅଫିସ, ୨୨ା୭- ଭଦ୍ରକ ଜିଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ଜିଲାର ସମସ୍ତ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ ମୁଖ୍ୟାଳୟମାନଙ୍କରେ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟକଣା ଜାରି କରାଯାଇଛି। ଏହି କଟକଣା ବୁଧବାରଠାରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶାନାମା ଜାରି କରିଛନ୍ତି।
ସୂଚନା ଥାଉକି, ଭଦ୍ରକ ପୌରାଞ୍ଚଳ ଓ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୦ ତାରିଖରୁ ଅର୍ଥାତ୍‌ ଦୁଇଦିନ ପୂର୍ବରୁ ଏହି କଟକଣା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏବେ ବାସୁଦେବପୁର ପୌରପାଳିକା, ଚାନ୍ଦବାଲି ଏନ୍‌ଏସି, ଭଣ୍ଡାରିପୋଖରୀ, ବନ୍ତ, ତିହିଡ଼ି ବ୍ଲକ ମୁଖ୍ୟାଳୟମାନଙ୍କରେ ଲକ୍‌ ଡାଉନ କଟକଣା ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ପୋଷ୍ଟ ଅଫିସ, ବ୍ୟାଙ୍କ, ଟେଲିଫୋନ୍‌ ସେବା, ଏଟିଏମ୍‌ ସେବା, ବ୍ଲକ, ପୌରପାଳିକା, ପୋଲିସ, ଅଗ୍ନିଶମ ଓ କରୋନା ସମ୍ପର୍କୀତ ସେବା ଯୋଗାଉଥିବା ଅନୁଷ୍ଠାନ, ଡାକ୍ତର, ଔଷଧ ଦୋକାନ, ଜନ ସ୍ବାସ୍ଥ୍ୟ ବିଭାଗ, ଗ୍ୟାସ୍‌, ବିଦ୍ୟୁତ୍‌ ବିଭାଗ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ। ପରିବା ଦୋକାନ, ଗ୍ରସୋରି, କ୍ଷୀର, ମାଛ, ମାଂସ, ଫଳ ଦୋକାନ ସକାଳ ୫ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନ୍ୟ ସମୟରେ ଏହି ଅଞ୍ଚଳମାନଙ୍କରେ କର୍ଫ୍ୟୁ ଭଳି ପରିସ୍ଥିତି ଜାରି ରହିବ ବୋଲି କୁହାଯାଇଛି। ସରକାରୀ କଟକଣା ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?