ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌ ସୋମରାଜନ ୨୦୦୮ଠାରୁ ଦୁବାଇରେ ଟ୍ୟାକ୍ସି ଚଳାଉଛନ୍ତି। ସେ ଆବୁଧାବି ବିଗ୍‌ ଟିକଟ ଡ୍ରରେ ଲଟେରୀ କିଣିଥିଲେ। ତାହାର ଫଳାଫଳ ପ୍ରକାଶ ପାଇଛି। ରଞ୍ଜିତ୍‌ ଜିଣିଥିବା ସମ୍ପର୍କରେ ଲଟେରୀ ଆୟୋଜକଙ୍କ ପକ୍ଷରୁ ଫୋନ୍‌ କରି ଜଣାଇ ଦିଆଯାଇଛି। ଲଗାତାର ୩ ବର୍ଷ ଧରି ସେ ଜ୍ୟାକପଟ୍‌ ଟିକଟ କିଣୁଥିଲେ। ରଞ୍ଜିତ୍‌ଙ୍କୁ ଶୁଭେଚ୍ଛା ଜଣାଇ ଆୟୋଜକଙ୍କ ପକ୍ଷରୁ ଫେସ୍‌ବୁକରେ ଏକ ଫଟୋ ଅପଲୋଡ୍‌ କରାଯାଇଛି। ରଞ୍ଜିତ୍‌ ୩୪୯୮୮୬ ଟିକଟ କିଣିଥିଲେ ଏବଂ ୪୦ କୋଟିର ପ୍ରଥମ ପୁରସ୍କାର ଜିଣିଥିବା ଏଥିରେ ସୂଚନା ଦିଆଯାଇଛି। ରଞ୍ଜିତ୍‌ ତାଙ୍କ ୯ ଜଣ ବନ୍ଧୁଙ୍କ ସହିତ ମିଶି ଜ୍ୟାକପଟ୍‌ ଟିକଟ କିଣିଥିଲେ। ଏବେ ପୁରସ୍କାର ଟଙ୍କା ସେମାନଙ୍କ ମଧ୍ୟରେ ଭାଗବଣ୍ଟା ହେବ। ଜୁନ୍‌ ୨୯ରେ ସେମାନେ ଲଟେରୀ ଟିକଟ କିଣିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ...

କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ

ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ...

ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ...

କଳା କାରିଗର ସଞ୍ଜୟ

କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ...

ଗୀତ ବଜାଇବାରୁ ମହିଳାଙ୍କ ରେଡିଓ ଷ୍ଟେଶନ୍‌ ବନ୍ଦ

କାବୁଲ, ୪।୪: ଆଫଗାନିସ୍ତାନରେ ମହିଳାଙ୍କ ଦ୍ୱାରା ପରିଚାଳିତ ରେଡିଓ ଷ୍ଟେଶନ୍‌କୁ ତାଲିବାନ ଶାସକ ବନ୍ଦ କରିଦେଇଛନ୍ତି। ରମ୍‌ଜାନ୍‌ବେଳେ ଗୀତ ବଜାଇବାରୁ ରେଡିଓ ଷ୍ଟେଶନ୍‌ ଉପରେ ଏପ୍ରକାର...

ପୁଟିନ ମୋ ପାଖକୁ ପଠାଇଛନ୍ତି ୨୦ ବୋତଲ ଭୋଡ୍‌କା, ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ…

ମସ୍କୋ/ରୋମ୍‌,୨୦।୧୦ : ସମ୍ପ୍ରତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସକୋନିଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଯୁଦ୍ଧ ମଧ୍ୟରେ ଭାଇରାଲ ହେଉଛି ଏହି ପ୍ରେମୀଯୁଗଳଙ୍କ ଫଟୋ

ନୂଆଦିଲ୍ଲୀ,୨୫।୨: ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

Advertisement
Archives

Model This Week