ଆଜି ଏଲିମିନେଟର୍‌ ମ୍ୟାଚ୍‌

କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଫାପ ଡୁ ପ୍ଲେସିସ ବନାମ କେଏଲ ରାହୁଲଙ୍କ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାର ପରାଜିତ ଦଳ ଟୁର୍ନାମେଣ୍ଟରୁ ବାଦ୍‌ ପଡିବ। ଦଳର ଶେଷ ଲିଗ ମ୍ୟାଚ୍‌ରେ ବିରାଟ କୋହଲି ଫର୍ମକୁ ଫେରି ୫୪ ବଲ୍‌ରୁ ୭୩ ରନ କରିଥିବାରୁ ଆର୍ସିବି ଆତ୍ମବିଶ୍ବାସରେ ରହିଛି। କୋହଲି ଫର୍ମକୁ ଫେରିବା ମଧ୍ୟ ଲକ୍ଷ୍ନୌ ପାଇଁ ଚିନ୍ତାର କାରଣ ହୋଇଛି। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି। ମଙ୍ଗଳବାର କୋଲକତାରେ ବର୍ଷା ହୋଇଛି ଏବଂ ବୁଧବାର ହେବାର ମଧ୍ୟ ସମ୍ଭାବନା ରହିଛି।
ଏହି ମ୍ୟାଚ୍‌ କୋଲକତାର ଇଡେନ ଗାର୍ଡେନ୍ସରେ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ଟସ୍‌ ସା ୭ଟାରେ ପଡିବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ମ୍ୟାଚ୍‌ର ଲାଇଭ ଦେଖାଯାଇପାରିବ। ଆପଣ ହଟଷ୍ଟାରରେ ମଧ୍ୟ ଏହି ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ...

ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ

ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍‌ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍‌ କରନ୍ତି ନାହିଁି।...

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ...

କୋହଲି-ରୋହିତଙ୍କ ଦରମା ବଢିଲା ନାହିଁ: ଜାଣନ୍ତୁ କେଉଁ କ୍ରିକେଟର୍‌ କେତେ ପାଇବେ ଦରମା

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଭାରତୀୟ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ତାଲିକା ପ୍ରକାଶ କରିଛି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ବୈଧ...

ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଭୁବନେଶ୍ୱରଭିତ୍ତିକ...

ଖେଳିବେ ୟୁସୁଫ୍‌, ଜୟସୁରିୟା

ରାୟପୁର,୨୭ା୨: ମାର୍ଚ୍ଚ ୫ରୁ ରାୟପୁରରେ ଖେଳାଯିବାକୁ ଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ପାଇଁ ଭାରତ ଲିଜେଣ୍ଡ୍ସ ଦଳରେ ପୂର୍ବତନ କ୍ରିକେଟର ୟୁସୁଫ୍‌ ପଠାନ, ନମନ...

ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…

ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ...

ଓସିଏ ଆନ୍ତଃ ଜିଲା ଟି୨୦ ଲିଗ୍‌ ୧୪ରୁ

ଭୁବନେଶ୍ୱର, ୧୦ା୧୨ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌ ଚଳିତମାସ ୧୪ରୁ ଖେଳାଯିବ। ଏଥିରେ ୩୭ଟି...

Advertisement
Archives

Model This Week