Posted inଜାତୀୟ

ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ…

ହାଇଦ୍ରାବାଦ,୧୨।୧୨ : ତେଲଙ୍ଗାନାର କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ନାଗରିକ ଯୋଗାଣ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ ମଙ୍ଗଳବାର ଏହା କହିଛନ୍ତି।

ରେଡ୍ଡୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ସାଧାରଣ ଯୋଗାଣ ନିଗମର ମୋଟ ଋଣ ପରିମାଣ ୫୬ ହଜାର କୋଟିରେ ପହଞ୍ଚିଛି। ପୂର୍ବ ବିଆରଏସ ସରକାର ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଥିଲେ ଏବଂ ସୁଧ ୩୦୦ କୋଟିରେ ପହଞ୍ଚିଥିଲା।
୧୮,୦୦୦ କୋଟି ଟଙ୍କା ମୂଲ୍ୟର ୮୮ ଲକ୍ଷ ଟନ ଧାନ ବିଭିନ୍ନ ମିଲରେ କୌଣସି ସୁରକ୍ଷା ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ବିନା ପଡ଼ି ରହିଛି।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଅବଗତ କରାଯିବ ଏବଂ କ୍ୟାବିନେଟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଗତ ସାଢ଼େ ନଅ ବର୍ଷ ମଧ୍ୟରେ ବିଆରଏସ ସରକାରଙ୍କ ଶାସନରେ ବ୍ୟବସ୍ଥାରେ ତ୍ରୁଟି ଥିବା ଜଣାପଡିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଇଥିବା ଚାଉଳ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉଚିତ, କାରଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ ପାଇଁ ରାଜ୍ୟ ଓ କେନ୍ଦ୍ର କିଲୋଗ୍ରାମ ପିଛା ୩୯ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri