Odisha Elections 2024
Posted inଫୁରସତ

ଖାଦ୍ୟରେ ଅଳ୍ପ ଲୁଣ ହୃଦ୍‌ରୋଗ ଆଶଙ୍କା ୨୦% କମାଏ

ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବା ବା କମ୍‌ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦି ଗାଡିୟାନ୍‌ ଆର୍ଲି ସଣ୍ଡେର ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଉଥିବା ଲୋକଙ୍କ ତୁଳନାରେ ଆଦୌ ଲୁଣ ଖାଉନଥିବା ଲୋକଙ୍କ ହୃଦ୍‌ରୋଗ ଆଶଙ୍କା ପ୍ରାୟ ୧୮% କମ୍‌ ହୋଇଥାଏ। ଏହି ରିପୋର୍ଟରେ ଏକଥା ମଧ୍ୟ ପ୍ରକାଶ ହୋଇଛି, ଗତ ଦଶନ୍ଧି ଠାରୁ ଏହି ରୋଗ ସମସ୍ୟାରେ ପ୍ରାୟ ୫୦% ବୃଦ୍ଧି ଘଟିଛି, ଯାହା ବର୍ତ୍ତମାନ ୧.୫ ନିୟୁତରେ ପହଞ୍ଚିଛି। ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହୃଦ୍‌ସ୍ପନ୍ଦନ ଅନିୟମିତ ଭାବେ ବଢ଼ିଥାଏ।

ଏଭଳି ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ହୃଦ୍‌ରୋଗ ହେବାର ଆଶଙ୍କା ୫ ଗୁଣ ବୃଦ୍ଧି ଘଟିଥାଏ। ସେହିପରି କମ୍‌ ଲୁଣ ଖାଉଥିବା ଲୋକଙ୍କ ମଧ୍ୟରେ ହୃଦ୍‌ରୋଗ ସମସ୍ୟା ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି। ବ୍ରିଟେନ୍‌ର ବାଇଓବ୍ୟାଙ୍କ ନାମକ ଏକ ସଂସ୍ଥା ପକ୍ଷରୁ ୨୦୦୬ ରୁ ୨୦୧୦ ମଧ୍ୟରେ ଏନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୪୦ରୁ ୭୦ ବର୍ଷର ପ୍ରାୟ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ଲୋକେ ଆଦୌ ଲୁଣ ବ୍ୟବହାର ନ କରିବା, ବେଳେବେଳେ ତଥା ସବୁବେଳେ ବ୍ୟବହାର କରୁଥିବା ନେଇ ନିଜ ମତ ରଖିଥିଲେ। ଗତ ୧୧ବର୍ଷ ମଧ୍ୟରେ ଲୁଣ ବ୍ୟବହାର କରିବା ପରେ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଛି ସେନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଏକଥା ଜଣାପଡ଼ିଥିଲା, ଯେଉଁମାନେ ଖାଦ୍ୟରେ ଆଦୌ ଲୁଣ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ହୃଦରୋଗ ହେବାର ଆଶଙ୍କା ପ୍ରାୟ ୨୦% କମ୍‌ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri