Posted inଫୁରସତ

ଖାଦ୍ୟରେ ଅଳ୍ପ ଲୁଣ ହୃଦ୍‌ରୋଗ ଆଶଙ୍କା ୨୦% କମାଏ

ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବା ବା କମ୍‌ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦି ଗାଡିୟାନ୍‌ ଆର୍ଲି ସଣ୍ଡେର ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଉଥିବା ଲୋକଙ୍କ ତୁଳନାରେ ଆଦୌ ଲୁଣ ଖାଉନଥିବା ଲୋକଙ୍କ ହୃଦ୍‌ରୋଗ ଆଶଙ୍କା ପ୍ରାୟ ୧୮% କମ୍‌ ହୋଇଥାଏ। ଏହି ରିପୋର୍ଟରେ ଏକଥା ମଧ୍ୟ ପ୍ରକାଶ ହୋଇଛି, ଗତ ଦଶନ୍ଧି ଠାରୁ ଏହି ରୋଗ ସମସ୍ୟାରେ ପ୍ରାୟ ୫୦% ବୃଦ୍ଧି ଘଟିଛି, ଯାହା ବର୍ତ୍ତମାନ ୧.୫ ନିୟୁତରେ ପହଞ୍ଚିଛି। ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହୃଦ୍‌ସ୍ପନ୍ଦନ ଅନିୟମିତ ଭାବେ ବଢ଼ିଥାଏ।

ଏଭଳି ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ହୃଦ୍‌ରୋଗ ହେବାର ଆଶଙ୍କା ୫ ଗୁଣ ବୃଦ୍ଧି ଘଟିଥାଏ। ସେହିପରି କମ୍‌ ଲୁଣ ଖାଉଥିବା ଲୋକଙ୍କ ମଧ୍ୟରେ ହୃଦ୍‌ରୋଗ ସମସ୍ୟା ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି। ବ୍ରିଟେନ୍‌ର ବାଇଓବ୍ୟାଙ୍କ ନାମକ ଏକ ସଂସ୍ଥା ପକ୍ଷରୁ ୨୦୦୬ ରୁ ୨୦୧୦ ମଧ୍ୟରେ ଏନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୪୦ରୁ ୭୦ ବର୍ଷର ପ୍ରାୟ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ଲୋକେ ଆଦୌ ଲୁଣ ବ୍ୟବହାର ନ କରିବା, ବେଳେବେଳେ ତଥା ସବୁବେଳେ ବ୍ୟବହାର କରୁଥିବା ନେଇ ନିଜ ମତ ରଖିଥିଲେ। ଗତ ୧୧ବର୍ଷ ମଧ୍ୟରେ ଲୁଣ ବ୍ୟବହାର କରିବା ପରେ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଛି ସେନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଏକଥା ଜଣାପଡ଼ିଥିଲା, ଯେଉଁମାନେ ଖାଦ୍ୟରେ ଆଦୌ ଲୁଣ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ହୃଦରୋଗ ହେବାର ଆଶଙ୍କା ପ୍ରାୟ ୨୦% କମ୍‌ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri