Posted inଫୁରସତ

ଲଭର୍ସ ଡେଷ୍ଟିନେଶନ୍‌

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସ ଅବସରରେ ନିଜ ସାଥୀଙ୍କ ସହ କୁଆଡେ ଟିକେ ବୁଲିଆସିବାକୁ ଅନେକଙ୍କର ଇଚ୍ଛା ଥାଏ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ଆଉ ସେଠାରେ ସେମାନେ ମନଖୋଲି ଦୁଇପଦ କଥା ହେବା ସହ ସୁନେଲି ଭବିଷ୍ୟତକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିପାରିବେ। ତେଣୁ ଏଠାରେ ସେମିତି କିଛି ଲଭର୍ସ ଡେଷ୍ଟିନେଶନ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା…

ଗୋଆ: ଏହାକୁ କେହିକେହି ହନିମୁନ୍‌ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି। କାରଣ ଦେଶବିଦେଶର ବିଭିନ୍ନ ପ୍ରାନ୍ତରୁ ନବଦମ୍ପତି ଏଠାକୁ ହନିମୁନ୍‌ ଟ୍ରିପ୍‌ରେ ଆସିଥାନ୍ତି। ଖାସ୍‌ କରି ଏଠାକାର ସୁନେଲି ବେଳାଭୂମିରେ ଦମ୍ପତିମାନେ ପରସ୍ପର ସହ ହାତ ଛନ୍ଦାଛନ୍ଦି ହୋଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। କେବଳ ଦମ୍ପତି କାହିଁକି ପ୍ରେମିକା-ପ୍ରେମିକଙ୍କ ପାଇଁ ବି ଗୋଆ ହେଉଛି ଏକ ପ୍ରିୟତମ ସ୍ଥାନ।

ଖଣ୍ଡାଲା: ମହାରାଷ୍ଟ୍ରସ୍ଥିତ ଖଣ୍ଡାଲା ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ପର୍ଯ୍ୟଟକ ପାହାଡ଼, ପର୍ବତ, ଝରଣା ସହିତ ଅନେକ ମନଲାଖି ଭ୍ରମଣସ୍ଥଳୀ ବି ଦେଖିବାକୁ ପାଇପାରିବେ। ସେଥିପାଇଁ ପ୍ରତିବର୍ଷ ପ୍ରେମଦିବସ ଅବସରରେ ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ତନ୍ମଧ୍ୟରୁ ଅଧିକାଂଶ ଥାନ୍ତି ନବବିବାହିତା ଦମ୍ପତି ଓ ପ୍ରେମୀଯୁଗଳ। ତେଣୁ ଖଣ୍ଡାଲାକୁ ଅନେକେ ଲଭର୍ସ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି।

କେରଳ: କେରଳ ନିଜର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ସକାଶେ ସବୁବେଳେ ସମସ୍ତଙ୍କର ମନ ଜିଣି ଆସିଛି। ବିଶେଷକରି ଏଠାକାର ବ୍ୟାକ୍‌ ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଜାଣିଛି ଏହାର ଉପଭୋଗକୁ। ତେଣୁ ପ୍ରେମଦିବସ ଅବସରରେ ପ୍ରେମୀଯୁଗଳ ଚାହିଁଲେ ଏଠାକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

ଊଟି: ଏହା ହେଉଛି ତାମିଲନାଡୁସ୍ଥିତ ଏକ ଶୈଳନିବାସ। ଏହାକୁ କେହି କେହି ଶୈଳନିବାସର ରାଣୀ ବୋଲି ବି କହିଥାନ୍ତି। କାରଣ ଭାରତରେ ଯେତେସବୁ ଶୈଳନିବାସ ରହିଛି, ତନ୍ମଧ୍ୟରୁ ଊଟିର ସୌନ୍ଦର୍ଯ୍ୟ ବେଶ୍‌ ନିଆରା ଲାଗେ। ଏଠାରେ ଦେଖିବାକୁ ମିଳୁଥିବା ବଟାନିକାଲ୍‌ ଗାର୍ଡେନ, ରୋଜ୍‌ ଗାର୍ଡେନ, ଊଟି ହ୍ରଦ ତଥା ଦୋଦ୍ଦାବେଟ୍ଟା ଗିରିଶୃଙ୍ଗ ଇତ୍ୟାଦି କେବଳ ସାଧାରଣ ଲୋକଙ୍କୁ ନୁହେଁ ନବଦମ୍ପତି ତଥା ପ୍ରେମୀଯୁଗଳଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ।

ଜୈସଲମେର୍‌: ପ୍ରେମଦିବସ ଅବସରରେ ଯଦି ନିଜ ସାଥୀ ସହ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ଥରେ ରାଜସ୍ଥାନସ୍ଥିତ ଜୈସଲମେର୍‌ ଆଡ଼େ ବୁଲି ଆସନ୍ତୁ ନା! କାରଣ ଏଠାରେ ବହୁ ଐତିହାସିକ କୀର୍ତ୍ତିରାଜି ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏଠାକୁ ଆସୁଥିବା ପର୍ଯ୍ୟଟକ ଖାସ୍‌କରି ପ୍ରେମୀଯୁଗଳମାନେ ଜୈସଲମେର୍‌ ଦୁର୍ଗ ବୁଲି ଦେଖିବା ସହ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ।

ନୈନିତାଲ୍‌: ଉତ୍ତରାଖଣ୍ଡସ୍ଥିତ ନୈନିତାଲ୍‌ ବି ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ଘଞ୍ଚ ଜଙ୍ଗଲରେ ଘେରି ହୋଇ ରହିଥିବା ଖୁବ୍‌ ଉଚ୍ଚ ଉଚ୍ଚ ପାହାଡ଼ ସାଙ୍ଗକୁ ଝରଣା ଦେଖିବାକୁ ମିଳିଥାଏ। ଖାସ୍‌ ସେଇଥିପାଇଁ ଅନେକ ନବଦମ୍ପତି ଏଠାକୁ ହନିମୁନ୍‌ ଟ୍ରିପ୍‌ରେ ଆସିଥାନ୍ତି। କେବଳ ନବଦମ୍ପତି କାହିଁକି, ପ୍ରେମଦିବସକୁ ସ୍ମରଣୀୟ କରିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ପ୍ରେମୀଯୁଗଳ ବି ଆସିଥାନ୍ତି।

କେବଳ ଏହିସବୁ ସ୍ଥାନ ନୁହେଁ, ଦାର୍ଜିଲିଂ, ଶିଲଂ, ମସୁରୀ ତଥା ତାଜମହଲ ଆଡ଼େ ବି ବୁଲିଯାଇ ପ୍ରେମୀଯୁଗଳମାନେ ପ୍ରେମଦିବସକୁ ଭରପୂର ଉପଭୋଗ କରିବା ସହ ଅନେକ କିଛି ଅଭୁଲା ସ୍ମୃତିକୁ ନିଜ ସାଥିରେ ସାଉଁଟି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?