Posted inଫୁରସତ

ଲଭର୍ସ ଡେଷ୍ଟିନେଶନ୍‌

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସ ଅବସରରେ ନିଜ ସାଥୀଙ୍କ ସହ କୁଆଡେ ଟିକେ ବୁଲିଆସିବାକୁ ଅନେକଙ୍କର ଇଚ୍ଛା ଥାଏ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ଆଉ ସେଠାରେ ସେମାନେ ମନଖୋଲି ଦୁଇପଦ କଥା ହେବା ସହ ସୁନେଲି ଭବିଷ୍ୟତକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିପାରିବେ। ତେଣୁ ଏଠାରେ ସେମିତି କିଛି ଲଭର୍ସ ଡେଷ୍ଟିନେଶନ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା…

ଗୋଆ: ଏହାକୁ କେହିକେହି ହନିମୁନ୍‌ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି। କାରଣ ଦେଶବିଦେଶର ବିଭିନ୍ନ ପ୍ରାନ୍ତରୁ ନବଦମ୍ପତି ଏଠାକୁ ହନିମୁନ୍‌ ଟ୍ରିପ୍‌ରେ ଆସିଥାନ୍ତି। ଖାସ୍‌ କରି ଏଠାକାର ସୁନେଲି ବେଳାଭୂମିରେ ଦମ୍ପତିମାନେ ପରସ୍ପର ସହ ହାତ ଛନ୍ଦାଛନ୍ଦି ହୋଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। କେବଳ ଦମ୍ପତି କାହିଁକି ପ୍ରେମିକା-ପ୍ରେମିକଙ୍କ ପାଇଁ ବି ଗୋଆ ହେଉଛି ଏକ ପ୍ରିୟତମ ସ୍ଥାନ।

ଖଣ୍ଡାଲା: ମହାରାଷ୍ଟ୍ରସ୍ଥିତ ଖଣ୍ଡାଲା ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ପର୍ଯ୍ୟଟକ ପାହାଡ଼, ପର୍ବତ, ଝରଣା ସହିତ ଅନେକ ମନଲାଖି ଭ୍ରମଣସ୍ଥଳୀ ବି ଦେଖିବାକୁ ପାଇପାରିବେ। ସେଥିପାଇଁ ପ୍ରତିବର୍ଷ ପ୍ରେମଦିବସ ଅବସରରେ ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ତନ୍ମଧ୍ୟରୁ ଅଧିକାଂଶ ଥାନ୍ତି ନବବିବାହିତା ଦମ୍ପତି ଓ ପ୍ରେମୀଯୁଗଳ। ତେଣୁ ଖଣ୍ଡାଲାକୁ ଅନେକେ ଲଭର୍ସ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି।

କେରଳ: କେରଳ ନିଜର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ସକାଶେ ସବୁବେଳେ ସମସ୍ତଙ୍କର ମନ ଜିଣି ଆସିଛି। ବିଶେଷକରି ଏଠାକାର ବ୍ୟାକ୍‌ ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଜାଣିଛି ଏହାର ଉପଭୋଗକୁ। ତେଣୁ ପ୍ରେମଦିବସ ଅବସରରେ ପ୍ରେମୀଯୁଗଳ ଚାହିଁଲେ ଏଠାକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

ଊଟି: ଏହା ହେଉଛି ତାମିଲନାଡୁସ୍ଥିତ ଏକ ଶୈଳନିବାସ। ଏହାକୁ କେହି କେହି ଶୈଳନିବାସର ରାଣୀ ବୋଲି ବି କହିଥାନ୍ତି। କାରଣ ଭାରତରେ ଯେତେସବୁ ଶୈଳନିବାସ ରହିଛି, ତନ୍ମଧ୍ୟରୁ ଊଟିର ସୌନ୍ଦର୍ଯ୍ୟ ବେଶ୍‌ ନିଆରା ଲାଗେ। ଏଠାରେ ଦେଖିବାକୁ ମିଳୁଥିବା ବଟାନିକାଲ୍‌ ଗାର୍ଡେନ, ରୋଜ୍‌ ଗାର୍ଡେନ, ଊଟି ହ୍ରଦ ତଥା ଦୋଦ୍ଦାବେଟ୍ଟା ଗିରିଶୃଙ୍ଗ ଇତ୍ୟାଦି କେବଳ ସାଧାରଣ ଲୋକଙ୍କୁ ନୁହେଁ ନବଦମ୍ପତି ତଥା ପ୍ରେମୀଯୁଗଳଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ।

ଜୈସଲମେର୍‌: ପ୍ରେମଦିବସ ଅବସରରେ ଯଦି ନିଜ ସାଥୀ ସହ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ଥରେ ରାଜସ୍ଥାନସ୍ଥିତ ଜୈସଲମେର୍‌ ଆଡ଼େ ବୁଲି ଆସନ୍ତୁ ନା! କାରଣ ଏଠାରେ ବହୁ ଐତିହାସିକ କୀର୍ତ୍ତିରାଜି ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏଠାକୁ ଆସୁଥିବା ପର୍ଯ୍ୟଟକ ଖାସ୍‌କରି ପ୍ରେମୀଯୁଗଳମାନେ ଜୈସଲମେର୍‌ ଦୁର୍ଗ ବୁଲି ଦେଖିବା ସହ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ।

ନୈନିତାଲ୍‌: ଉତ୍ତରାଖଣ୍ଡସ୍ଥିତ ନୈନିତାଲ୍‌ ବି ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ଘଞ୍ଚ ଜଙ୍ଗଲରେ ଘେରି ହୋଇ ରହିଥିବା ଖୁବ୍‌ ଉଚ୍ଚ ଉଚ୍ଚ ପାହାଡ଼ ସାଙ୍ଗକୁ ଝରଣା ଦେଖିବାକୁ ମିଳିଥାଏ। ଖାସ୍‌ ସେଇଥିପାଇଁ ଅନେକ ନବଦମ୍ପତି ଏଠାକୁ ହନିମୁନ୍‌ ଟ୍ରିପ୍‌ରେ ଆସିଥାନ୍ତି। କେବଳ ନବଦମ୍ପତି କାହିଁକି, ପ୍ରେମଦିବସକୁ ସ୍ମରଣୀୟ କରିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ପ୍ରେମୀଯୁଗଳ ବି ଆସିଥାନ୍ତି।

କେବଳ ଏହିସବୁ ସ୍ଥାନ ନୁହେଁ, ଦାର୍ଜିଲିଂ, ଶିଲଂ, ମସୁରୀ ତଥା ତାଜମହଲ ଆଡ଼େ ବି ବୁଲିଯାଇ ପ୍ରେମୀଯୁଗଳମାନେ ପ୍ରେମଦିବସକୁ ଭରପୂର ଉପଭୋଗ କରିବା ସହ ଅନେକ କିଛି ଅଭୁଲା ସ୍ମୃତିକୁ ନିଜ ସାଥିରେ ସାଉଁଟି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri