Posted inଫୁରସତ

ପ୍ରେମିକାଙ୍କ ବିବାହରେ ବଧୂ ବେଶ ସାଜି ପହଞ୍ଚିଲେ ପ୍ରେମିକ, ଧରା ପଡ଼ିବା ପରେ ଦେଖନ୍ତୁ କ’ଣ…

କୁହାଯାଏ ପ୍ରେମ ‘ଅନ୍ଧ’। କାରଣ ପ୍ରେମରେ ପଡ଼ିଥିବା ଲୋକ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କେହି କେହି ତ ପ୍ରେମରେ ଏପରି ପଦକ୍ଷେପ ନିଅନ୍ତି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ସୋସିଆଲ ମିଡିଆରେ ମଧ୍ୟ ସମାନ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଜଣେ ଯୁବକ କନ୍ୟା ବେଶରେ ପ୍ରେମିକାଙ୍କ ବିବାହରେ ପହଞ୍ଚିଥିଲେ । ହେଲେ ସେଠାରେ ସେ ଧରା ପଡ଼ିଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଭିଡିଓଟି ଉତ୍ତରପ୍ରଦେଶର ଭଦୋହିର। ସେଠାରେ ଜଣେ ବ୍ୟକ୍ତି କନ୍ୟା ବେଶରେ ସଜେଇ ହୋଇ ନିଜ ପ୍ରେମିକାଙ୍କ ବିବାହରେ ପହଞ୍ଚିଥିଲେ। ହେଲେ ପରିବାର ଲୋକେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି ନେଇଥିଲେ। ଫଳରେ ବ୍ୟକ୍ତିଙ୍କ ଯୋଜନା ବୃଥା ହୋଇଯାଇଥିଲା। ଭିଡିଓ ଦେଖନ୍ତୁ …

 

View this post on Instagram

 

A post shared by Meme wala (@memewalanews)

ଭିଡିଓ ଦେଖି ଆପଣ ନିଶ୍ଚିତ ଭାବରେ ଚକିତ ହୋଇଥିବେ। କାରଣ, ଧରା ପଡ଼ିବା ପରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ଘେରି ରହିଥିଲେ। ଅନେକ ଲୋକ ମଧ୍ୟ ତାଙ୍କ ଉପରେ ରାଗି ଓଢ଼ଣା କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ପରେ ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ଜାଣିପାରି ବ୍ୟକ୍ତିଜଣଙ୍କ ସେଠାରୁ ଲୁଚି ଫେରାର ହୋଇଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋ ପାଇଁ

ଫଟୋଗ୍ରାଫି ଏକ ନିଶା। ଏଇ ନିଶା ଯେବେ ବଢି ବଢି ଚାଲେ, ଫଟୋ ଉଠାଉଥିବା ମଣିଷଜଣକ ଭୁଲିଯାଏ ସବୁକିଛି। ଏମିତିକି ନିଜେ ନିଜକୁ ବି। କେମିତି,...

ବୁଲିଯାଆନ୍ତୁ ପ୍ରାଚୀନତମ ଦୁର୍ଗ ମେହରାନଗଡ଼

ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ଲୋକପ୍ରିୟ ଦୁର୍ଗ ହେଉଛି ମେହରାନଗଡ଼। ଏହା ଭାରତର ପ୍ରାଚୀନତମ ଦୁର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ। ତା’ଛଡ଼ା ଏହା ଭାରତର ସମୃଦ୍ଧିଶାଳୀ...

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର...

ଶୁଦ୍ଧ ଦୁଗ୍ଧ ପାଇବାକୁ ୬ ମହଲା ଉପରେ ଗାଈ ପାଳିଲେ ବ୍ୟକ୍ତି

ବେଙ୍ଗାଲୁରୁ,୩୦।୭: ବର୍ତ୍ତମାନ ସମୟରେ ବଜାରରେ ଅଧିକାଂଶ ଜିନିଷ ନକଲି ମିଳୁଥିବାରୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖାଯାଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ନିଜେ ଶୁଦ୍ଧ...

କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ...

ଏସବୁ ଲକ୍ଷଣରୁ ଜାଣନ୍ତୁ ପୁଅଟିଏ ବିବାହିତ କି ଅବିବାହିତ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ...

ପର୍ଯ୍ୟଟନସ୍ଥଳୀ: ନଟରାଜ୍‌ ମନ୍ଦିର

ନଟରାଜ୍‌ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍‌ଠାରେ ଅବସ୍ଥିତ। ଏହି ମନ୍ଦିରର...

ଦୌଡ଼ିକି ଆସି କାର୍‌କୁ ଟେକିଲା ଷଣ୍ଢ, ଆଉ ତା ପରେ…

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ...

Advertisement


Archives

Model This Week