Posted inଫୁରସତ

ଗୋଟିଏ ପୁଅକୁ ପ୍ରେମ କରି ବସିଥିଲେ ୨ ଯୁବତୀ, ବିବାହ ପାଇଁ ପଡିଲା ଟସ୍‌: ଆଉ ତା’ପରେ

ପ୍ରେମ କରିବା କୌଣସି ପାପ ନୁହେଁ। କିନ୍ତୁ ଯଦି ପ୍ରେମ ତ୍ରିକୋଣୀୟ ହୋଇଯାଏ ତେବେ କଥା ସରିଲା। କାରଣ ଏପରି ପରିସ୍ଥିତିରେ ମାମଲା ଗଡ୍‌ବଡ୍‌ ହେବାର ସମ୍ଭାବନା ବେଶୀ ଥାଏ। ଏପରି ଏକ ମାମଲା କର୍ନାଟକର ହାସନ ଜିଲାର ସକଲେଶପୁରରୁ ଆସିଛି। ଏଠାରେ ତ୍ରିକୋଣୀୟ ପ୍ରେମ କେସ୍‌କୁ ଗ୍ରାମପଞ୍ଚାୟତରେ ସମାଧାନ କରାଯାଇଛି।
ଏକବର୍ଷ ପୂର୍ବେ ସକଲେଶପୁରରେ ରହୁଥିବା ୨୭ ବର୍ଷୀୟ ଯୁବକ ପଡୋଶୀ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟ ମିଳିମିଶା କରିବାକୁ ଲାଗିଲେ। କିନ୍ତୁ ୬ ମାସ ପରେ ସମ୍ପୃକ୍ତ ଯୁବକଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଗଲା। ଉଭୟ ମଧ୍ୟ ବୁଲାବୁଲି କଲେ। କିନ୍ତୁ ଏ ବିଷୟରେ ପ୍ରଥମ ଯୁବତୀ ଜାଣି ନ ଥିଲେ। କିନ୍ତୁ ଏହି ତ୍ରିକୋଣୀୟ ପ୍ରେମରେ ସେତେବେଳେ ଟ୍ବିଷ୍ଟ୍‌ ଆସେ, ଯେତେବେଳେ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ପ୍ରେମିକାଙ୍କ ସହ ବୁଲୁଥିବାର ଦେଖିଦିଅନ୍ତି। ଏହି ସମୟରେ ଘର ଲୋକଙ୍କ ନିଜ ପ୍ରେମ ପ୍ରେମ ସମ୍ପର୍କ କଥା ଖୋଲିକି କୁହନ୍ତି। କିନ୍ତୁ ପରିବାର ଲୋକେ ରାଜି ନ ହୋଇ ଅନ୍ୟତ୍ର ବିବାହ ଠିକ୍‌ କରିବାକୁ ଲାଗନ୍ତି। ଖବର ପାଇ ପ୍ରଥମ ଏବଂ ଦ୍ୱିତୀୟ ପ୍ରେମିକା ନିଜ ନିଜ ପରିବାର ଲୋକଙ୍କ ଧରି ଆସି ଯୁବକଙ୍କ ଘରେ ପହଞ୍ଚନ୍ତି। ମାମଲା ଜଟିଳ ହେବାରୁ ଗ୍ରାମ ପଞ୍ଚାୟତ ଡକାଯାଇଥିଲା। ସେଠାରେ ଟସ୍‌ ପଡି ସମାଧାନ ହୋଇଥିଲା। ପଞ୍ଚାୟତରେ ପ୍ରଥମେ ଯୁବକଙ୍କୁ ପଚରାଯାଇଥିଲା ସେ କାହାକୁ ବିବାହ କରିବେ କିନ୍ତୁ ସେ କୌଣସି ଉତ୍ତର ନ ଦେବାରୁ ସେଦିନ କୌଣସି ନିର୍ଣ୍ଣୟ ନିଆଯାଇ ପାରି ନ ଥିଲା। ଏହାପରେ ଯୁବକଙ୍କ କୌଣସି ଉତ୍ତର ନ ଦେବା ଦେଖି ପ୍ରଥମ ଯୁବତୀ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବାଧ୍ୟ ହୋଇ ପଞ୍ଚାୟତ ପୁଣି ବସିଲା ଏଥର ଟସ୍‌ ପଡିଲା, ଯୁବକ କାହାକୁ ବିବାହ କରିବେ। ଶେଷରେ ଟସ୍‌ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ସପକ୍ଷରେ ଗଲା। ଏବଂ ଯୁବକ ପ୍ରଥମ ଯୁବତୀଙ୍କୁ ବିବାହ କରିବେ ବୋଲି ପଞ୍ଚାୟତରେ ନିଷ୍ପତ୍ତି ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?