Posted inଫୁରସତ

ଗୋଟିଏ ପୁଅକୁ ପ୍ରେମ କରି ବସିଥିଲେ ୨ ଯୁବତୀ, ବିବାହ ପାଇଁ ପଡିଲା ଟସ୍‌: ଆଉ ତା’ପରେ

ପ୍ରେମ କରିବା କୌଣସି ପାପ ନୁହେଁ। କିନ୍ତୁ ଯଦି ପ୍ରେମ ତ୍ରିକୋଣୀୟ ହୋଇଯାଏ ତେବେ କଥା ସରିଲା। କାରଣ ଏପରି ପରିସ୍ଥିତିରେ ମାମଲା ଗଡ୍‌ବଡ୍‌ ହେବାର ସମ୍ଭାବନା ବେଶୀ ଥାଏ। ଏପରି ଏକ ମାମଲା କର୍ନାଟକର ହାସନ ଜିଲାର ସକଲେଶପୁରରୁ ଆସିଛି। ଏଠାରେ ତ୍ରିକୋଣୀୟ ପ୍ରେମ କେସ୍‌କୁ ଗ୍ରାମପଞ୍ଚାୟତରେ ସମାଧାନ କରାଯାଇଛି।
ଏକବର୍ଷ ପୂର୍ବେ ସକଲେଶପୁରରେ ରହୁଥିବା ୨୭ ବର୍ଷୀୟ ଯୁବକ ପଡୋଶୀ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟ ମିଳିମିଶା କରିବାକୁ ଲାଗିଲେ। କିନ୍ତୁ ୬ ମାସ ପରେ ସମ୍ପୃକ୍ତ ଯୁବକଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଗଲା। ଉଭୟ ମଧ୍ୟ ବୁଲାବୁଲି କଲେ। କିନ୍ତୁ ଏ ବିଷୟରେ ପ୍ରଥମ ଯୁବତୀ ଜାଣି ନ ଥିଲେ। କିନ୍ତୁ ଏହି ତ୍ରିକୋଣୀୟ ପ୍ରେମରେ ସେତେବେଳେ ଟ୍ବିଷ୍ଟ୍‌ ଆସେ, ଯେତେବେଳେ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ପ୍ରେମିକାଙ୍କ ସହ ବୁଲୁଥିବାର ଦେଖିଦିଅନ୍ତି। ଏହି ସମୟରେ ଘର ଲୋକଙ୍କ ନିଜ ପ୍ରେମ ପ୍ରେମ ସମ୍ପର୍କ କଥା ଖୋଲିକି କୁହନ୍ତି। କିନ୍ତୁ ପରିବାର ଲୋକେ ରାଜି ନ ହୋଇ ଅନ୍ୟତ୍ର ବିବାହ ଠିକ୍‌ କରିବାକୁ ଲାଗନ୍ତି। ଖବର ପାଇ ପ୍ରଥମ ଏବଂ ଦ୍ୱିତୀୟ ପ୍ରେମିକା ନିଜ ନିଜ ପରିବାର ଲୋକଙ୍କ ଧରି ଆସି ଯୁବକଙ୍କ ଘରେ ପହଞ୍ଚନ୍ତି। ମାମଲା ଜଟିଳ ହେବାରୁ ଗ୍ରାମ ପଞ୍ଚାୟତ ଡକାଯାଇଥିଲା। ସେଠାରେ ଟସ୍‌ ପଡି ସମାଧାନ ହୋଇଥିଲା। ପଞ୍ଚାୟତରେ ପ୍ରଥମେ ଯୁବକଙ୍କୁ ପଚରାଯାଇଥିଲା ସେ କାହାକୁ ବିବାହ କରିବେ କିନ୍ତୁ ସେ କୌଣସି ଉତ୍ତର ନ ଦେବାରୁ ସେଦିନ କୌଣସି ନିର୍ଣ୍ଣୟ ନିଆଯାଇ ପାରି ନ ଥିଲା। ଏହାପରେ ଯୁବକଙ୍କ କୌଣସି ଉତ୍ତର ନ ଦେବା ଦେଖି ପ୍ରଥମ ଯୁବତୀ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବାଧ୍ୟ ହୋଇ ପଞ୍ଚାୟତ ପୁଣି ବସିଲା ଏଥର ଟସ୍‌ ପଡିଲା, ଯୁବକ କାହାକୁ ବିବାହ କରିବେ। ଶେଷରେ ଟସ୍‌ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ସପକ୍ଷରେ ଗଲା। ଏବଂ ଯୁବକ ପ୍ରଥମ ଯୁବତୀଙ୍କୁ ବିବାହ କରିବେ ବୋଲି ପଞ୍ଚାୟତରେ ନିଷ୍ପତ୍ତି ହେଲା।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡା ନା ମୟୂର; ଦ୍ୱନ୍ଦ୍ୱରେ ପଡିବେ…

କୁକୁଡା ତ ସମସ୍ତେ ଦେଖିଥିବେ। ହେଲେ ଏ ହେଉଛି ଏମିତି ଏକ କୁକୁଡା, ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡିବେ ଏହା କୁକୁଡା ନା ମୟୂର ବୋଲି!...

ବେପରୁଆ ଢଙ୍ଗରେ ଗାଡ଼ି ଚଲାଇବା ପୂର୍ବରୁ ଥରେ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ...

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି...

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ...

ମା’-ପୁଅ ଏକାଠି ପାସ୍‌ କଲେ ପବ୍ଲିକ୍‌ ସର୍ଭିସ୍‌ କମିଶନ ପରୀକ୍ଷା

ଥିରୁଭାନନ୍ତପୁରମ୍‌,୧୦।୮: କେରଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସମସ୍ତ ଶିକୁଳି ଭାଙ୍ଗି ଜଣେ ୪୨ ବର୍ଷୀୟା ମା’ ଏବଂ ୨୪ ବର୍ଷର ପୁଅ ଏକାଠି...

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ...

ଜୀବନ ସାରା କେଶ କାଟିବା ମନା

ନିଜ କେଶକୁ ନାନା ପ୍ରକାରରେ ସଜାଇବା, ଇଛା ମୁତାବକ କାଟି ଭିନ୍ନ ଭିନ୍ନ ରୂପ ଦେବାକୁ ସବୁ ନାରୀ ଭଲ ପାଆନ୍ତି। ହେଲେ ଏମିତି ଏକ...

ସାବଧାନ! ଏମିତି ମାଛ, ଯାହାକୁ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି...

Advertisement
Archives

Model This Week