Posted inଜାତୀୟ

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ ଶତ୍ରୁ ପାଲଟି ଯାଆନ୍ତି। ଏବେ ନାଗପୁରରେ ମଧ୍ୟ ଏହିଭଳି ଏକ ଘଟଣା ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏହି ଘଟଣାର କାହାଣୀରେ ଟୁଇଷ୍ଟ ଆହୁରି ଅଧିକ ରହିଛି।

ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ନାମ ମଧ୍ୟ ଗୌରବ। ଜଣେ ହେଉଛନ୍ତି ନାଗପୁରର କୁଖ୍ୟାତ ହିଷ୍ଟ୍ରିସିଟର ଗୌରବ ରଗଡ଼େ ଏବଂ ଅନ୍ୟଜଣେ ହେଉଛନ୍ତି ତାଙ୍କ ବନ୍ଧୁ ଗୌରବ ରାଉତ। ଏହି ରିଅଲ ଲାଇଫ କାହାଣୀର ଶେଷ ଏକ ହତ୍ୟାକାଣ୍ଡରେ ହୋଇଥିବା ଅଭିଯୋଗ ରହିଛି।

ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ପ୍ରାୟ ୯ଟି ମାମଲାର ଅଭିଯୁକ୍ତ ନାଗପୁରର କୁଖ୍ୟାତ ହିଷ୍ଟ୍ରିସିଟର ଗୌରବ ରଗଡ଼େଙ୍କ ପ୍ରେମିକା ଥିଲେ ‘ସପନା’। ରଗଡ଼େଙ୍କ ଜଣେ ବନ୍ଧୁ ଥିଲେ ଗୌରବ ରାଉତ, ଯିଏ ନିଜେ ମଧ୍ୟ ଜଣେ ହିଷ୍ଟ୍ରିସିଟର ବୋଲି କୁହାଯାଉଛି। ରଗଡ଼େଙ୍କ ମାଧ୍ୟମରେ ହିଁ ସପନାଙ୍କ ସହ ରାଉତଙ୍କ ପରିଚୟ ହୋଇଥିଲା।

କୌଣସି ଏକ ମାମଲାରେ ରଗଡ଼େ ଜେଲ ଯାଇଥିଲେ। ଏହି ସମୟରେ ସପନା ଓ ରାଉତଙ୍କ ମଧ୍ୟରେ ନିକଟତା ବଢ଼ିଥିଲା। ସପନାଙ୍କୁ ଅପରାଧ ଦୁନିଆ ପସନ୍ଦ ନଥିଲା। ସେ ରାଉତଙ୍କୁ ମଧ୍ୟ ଅପରାଧ ଦୁନିଆ ଛାଡ଼ିବାକୁ ବୁଝାଇଥିଲେ।
ପରେ ଉଭୟ ମିଶି ଏକ କ୍ଲାଉଡ କିଚେନ ଆରମ୍ଭ କରିଥିଲେ। ଏପଟେ ରଗଡ଼େ ଜେଲରେ ଥିଲେ।
ରଗଡ଼େଙ୍କ ବିରୋଧରେ ଅନେକ ଗୁରୁତର ଆପରାଧିକ ମାମଲା ରହିଥିଲା। ଅଜନୀ ଥାନାରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ପ୍ରାୟ ୯ଟି ଗୁରୁତର ମାମଲା ରହିଥିବା କୁହାଯାଉଛି।

ସବୁକିଛି ଠିକଠାକ ଚାଲିଥିବା ବେଳେ କାହାଣୀରେ ପୁଣି ଆସିଥିଲା ବଡ଼ ମୋଡ଼। ସପନାଙ୍କ ପ୍ରଥମ ପ୍ରେମିକ ଗୌରବ ରଗଡ଼େ ଜେଲରୁ ଜାମିନରେ ବାହାରି ଆସିଥିଲେ। ଏହାପରେ ଘଟଣା କେଉଁ ମୋଡ଼ ନେଲା ଏବଂ ଦୁଇ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା କିପରି ହତ୍ୟାକାଣ୍ଡରେ ପରିଣତ ହେଲା, ତାହାକୁ ନେଇ ତଦନ୍ତ ଜାରି ରହିଛି। ଜେଲରୁ ଜାମିନରେ ବାହାରିବା ପରେ ରଗଡ଼େ ଜାଣିବାକୁ ପାଇଥିଲେ ଯେ, ତା’ର ପ୍ରେମିକା ସପନା ତାଙ୍କ ନୂଆ ପ୍ରେମିକ ରାଉତଙ୍କ ସହ ପାର୍ଟି କରୁଛନ୍ତି। ଏହାପରେ ରଗଡ଼େ ପାର୍ଟି ଚାଲିଥିବା ଘରେ ପହଞ୍ଚି ଦ୍ୱାର ଉପରକୁ ପଥର ଫିଙ୍ଗି ଆକ୍ରମଣ କରିବାକୁ ଲାଗିଥିଲେ। ଘର ଭିତରେ ରାଉତଙ୍କ ଅନ୍ୟ ଜଣେ ହିଷ୍ଟ୍ରିସିଟର ବନ୍ଧୁ ଅଭିଷେକ ବାସନିକ ମଧ୍ୟ ଉପସ୍ଥିତ ଥିଲେ।
ତେବେ ଏହି ଆକ୍ରମଣ ରଗଡ଼େଙ୍କ ପାଇଁ ଭାରି ପଡ଼ିଥିଲା। ମଦ୍ୟପାନ କରିଥିବା ରଗଡ଼େ ରାଉତଙ୍କୁ ଗାଳିଗୁଲଜ କରିବା ସହ ଘର ଭିତରେ ଭଙ୍ଗାରୁଜା କରି ଝରକାର କାଚ ଭାଙ୍ଗିଦେଇଥିଲେ।
ଭୟଭୀତ ରାଉତ ଓ ତାଙ୍କ ବନ୍ଧୁମାନେ ପ୍ରଥମେ ଘରର ପଛ ଦ୍ୱାର ଦେଇ ଖସିଯାଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁରୁଣା ହିସାବ ଚୁକାଇବାକୁ ଉତ୍ସୁକ ରଗଡ଼େ ସେମାନଙ୍କ ପଛେ ପଛେ ଦୌଡ଼ିଥିଲେ।

ନରେନ୍ଦ୍ରନଗରର ସୁନ୍ଦରବନ ନାଳା ନିକଟରେ ଥିବା ଏକ ପୋଲ ଉପରେ ରଗଡ଼େ ଓ ରାଉତଙ୍କ ମଧ୍ୟରେ ଜୋରଦାର ହାତାହାତି ହୋଇଥିଲା। ଏହି ସମୟରେ ରଗଡ଼େ ତଳେ ପଡ଼ିଯାଇଥିଲେ। ସେତେବେଳେ ରାଉତଙ୍କ ସହଯୋଗୀ ବାସନିକ ମଧ୍ୟ ସେଠାରେ ପହଞ୍ଚିଥିଲେ। ହାତାହାତି ମଧ୍ୟରେ ରଗଡ଼େଙ୍କ ହାତରୁ ଛୁରି ଛଡ଼ାଇ ରାଉତ ଓ ବାସନିକ ତାଙ୍କ ଉପରେ ଏକାଧିକ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରଗଡ଼େ ମାଟିରେ ପଡ଼ିଯିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହେବାକୁ ଲାଗିଥିଲେ। ଏହି ସମୟରେ ଯାତାୟାତପୂର୍ଣ୍ଣ ରାସ୍ତାରେ ଘଟିଥିବା ଏହି ଫିଲ୍ମୀ ଷ୍ଟାଇଲ ଘଟଣା ଦେଖି ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ। କିଛି ଲୋକ ମୋବାଇଲ ବାହାର କରି ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ଘଟଣାସ୍ଥଳଠାରୁ କିଛି ଦୂରରେ ପାଟ୍ରୋଲିଂ କରୁଥିବା ପୁଲିସକର୍ମୀମାନେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଅଜନୀ ଥାନାର ପୋଲିସକର୍ମୀ ମନୀଷ ଭଲମେ ଏବଂ ନରେଶ ସାୱନକର ଦୁହେଁ ଦୌଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?