ହାତ ତିଆରି ଗ୍ରୀଟିଂସ୍‌ କାର୍ଡର ଆଦର

ଭୁବନେଶ୍ୱର,୨୯।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ନୂଆବର୍ଷ ଆସିଲେ ଗ୍ରୀଟିଂସ୍‌ କାର୍ଡ କଥା ମନେପଡ଼େ। ଦିନ ଥିଲା, ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଇବାର ଏହା ଥିଲା ମୁଖ୍ୟ ମାଧ୍ୟମ। ବଜାରରେ ବିଭିନ୍ନ ପ୍ରକାରର ଗ୍ରୀଟିଂସ୍‌ କାର୍ଡ ମିଳୁଥିଲା। ସମ୍ପ୍ରତି ଡିଜିଟାଲ ଯୁଗରେ ଲୋକେ ଗ୍ରୀଟିଂସ୍‌ କାର୍ଡଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ସେଇ ସ୍ଥାନ ନେଇଛି ମୋବାଇଲ ଫୋନ୍‌। ତେବେ ଅନେକ ଲୋକ ନିଜେ ତିଆରି କରିଥିବା ଗ୍ରୀଟିଂସ୍‌ କାର୍ଡ ଦେଇ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ପାଇଁ ଗ୍ରୀଟିଂସ୍‌ କାର୍ଡଟିଏ କିଣିଆଣି ଦେବାବେଳେ ତାଙ୍କ ଓଠରେ ଯେଉଁ ହସ ଟିକକ ଫୁଟିଉଠେ, ସେଥିରେ ବନ୍ଧୁତା ତଥା ସମ୍ପର୍କର ଡୋର ଅଧିକ ମଜଭୁତ ହୋଇଯାଏ।

କାର୍ଡ ତିଆରି କରି ସାଙ୍ଗଙ୍କୁ ଦିଏ
ଆଜିକାଲି ବଜାରରେ ଗ୍ରୀଟିଂସ୍‌ କାର୍ଡ ପ୍ରାୟତଃ ମିଳୁନାହିଁ। ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଗ୍ରୀଟିଂସ କାର୍ଡ ପଠାଇବାର ଏକ ଅଲଗା ମଜା ଥିଲା। ଗ୍ରୀଟିଂସ୍‌ କାର୍ଡ କିଣିବାକୁ ବାପାଙ୍କ ପକେଟରୁ ପଇସା ମଧ୍ୟ ଚୋରି କରିଛି। ସେଥିରେ କେତେ ଢଗ ଲେଖା ହେଉଥିଲା। କାହାକୁ ଚିଡ଼ାଇବାକୁ ତ ଆଉ କାହା ପାଇଁ ସ୍ନେହ ଭରା କଥା ଲେଖି କାର୍ଡ ଦେଉଥିଲୁ। ହେଲେ ଏବେ ଗ୍ରୀଟିଂସର ଜାଗା ନେଇଯାଇଛି ମୋବାଇଲ। ତାହା ପୁଣି ମେସେଜରେ ହିଁ ସୀମିତ ରହିଯାଉଛି। ଫୋନ ବି ଆଉ ଆସୁନାହିଁ। ତେବେ କୋଭିଡ ପରେ କ୍ରାଫ୍ଟର ବ୍ୟବହାର ବଢ଼ିଛି। ମୁଁ ନିଜେ କାର୍ଡ ତିଆରି କରି ମୋ ସାଙ୍ଗମାନଙ୍କୁ ଦିଏ। ମୋ’ ଭାଇ ପାଇଁ ପ୍ରସ୍ତୁତ କରିଥାଏ।

– ପାୟଲ ଭଞ୍ଜ, ଛାତ୍ରୀ

ହାତ ତିଆରି କାର୍ଡ ଏକ ସୁନ୍ଦର ଅନୁଭୂତି
ମୋ’ ସ୍କୁଲର ପିଲାମାନେ ଆଜି ମୋର ଛୋଟବେଳର ସ୍ମୃତି ସବୁ ତାଜା ରଖିଛନ୍ତି। ନୂଆବର୍ଷରେ ଆମେ ସାଙ୍ଗସାଥୀ, ଉପର ଶ୍ରେଣୀର ପିଲା, ଏପରିକି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଗ୍ରିଟିଂସ୍‌ କାର୍ଡ ଦେଉଥିଲୁ। ସେବେ ବଜାରରେ କମ୍‌ ଦରରେ ଅନେକ ସ୍ଥାନରେ ନୂଆବର୍ଷ ଗ୍ରିଟିଂସ୍‌ ଉପଲବ୍ଧ ହେଉଥିଲା। ଏବେ ଆଗଭଳି ଗ୍ରିଟିଂସ ଦୋକାନ ନାହିଁ। ବ୍ୟବସାୟୀମାନେ ଏ ବର୍ଷ ପାଇଁ କିଣିଥିବା ଗ୍ରିଟିଂସ ବିକ୍ରି ନ ହେଲେ ପରବର୍ଷ ମଧ୍ୟ ବିକୁଛନ୍ତି। ତେବେ ଗ୍ରିଟିଂସର ସ୍ମୃତି ତାଜା ରଖିଛନ୍ତି ମୋ’ ଛାତ୍ରୀଛାତ୍ର। ନୂଆବର୍ଷ ଉପଲକ୍ଷେ ସେମାନେ କାର୍ଡ ବନାଇ ଆଣି ଦେଇଛନ୍ତି, ଯାହାକୁ ଦେଖି ମୋ ପିଲାବେଳର କଥା ମନେ ପଡ଼ିଗଲା। ମୋବାଇଲ ଯୁଗରେ ଏଭଳି ହାତ ତିଆରି କାର୍ଡ ନିଶ୍ଚୟ ସୁନ୍ଦର ଅନୁଭୂତି।

-ମାମାଲି ପାତ୍ର, ଶିକ୍ଷୟିତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri