Posted inଫୁରସତ

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରେମିକାଙ୍କ ପାଇଁ ତିଆରି କଲେ ଲଭ୍‌ ଆଇଲାଣ୍ଡ, ହେଲେ ସେ…

ଚାଇନାର ଜଣେ ଯୁବକ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲାଣ୍ଡ ତିଆରି କରିଥିଲେ। ମାତ୍ର ପ୍ରେମିକା ନ ଆସିବାରୁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ତଥାପି ପ୍ରେମିକ ଜଣକ ଆଶା ହରାଇ ନାହାନ୍ତି। ଏବେ ବି ପ୍ରେମିକାଙ୍କ ବାଟକୁ ଚାହିଁ ବସିଛନ୍ତି। କାରଣ ୩୦ ବର୍ଷ ଧରି ଯୁବକ ଜଣକ ଗାର୍ଡେନ ତିଆରି କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି।

ଜ୍ୟୁ ନାମକ ଏହି ଯୁବକ ୧୧ ହଜାର ପାଉଣ୍ଡ ଅର୍ଥାତ୍‌ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାର୍ଡେନ ତିଆରି କରିଥିଲେ। ଏହାକୁ ପୂରା ଗୋଲାପୀ ଫୁଲରେ ସଜାଇଛନ୍ତି। ଆଇଲାଣ୍ଡର ଘାସ ବି ଗୋଲାପୀ ରଙ୍ଗର। ଏଠାରେ କେତେକ ଚେରି ଗଛ ଦେଖିବାକୁ ମିଳେ। ଏହା ବ୍ୟତୀତ ଜ୍ୟୁ ଏହି ଗାର୍ଡେନ ଭିତରକୁ ଯିବା ପାଇଁ ଏକ ବ୍ରିଜ ବି ତିଆରି କରିଛନ୍ତି।

ଜ୍ୟୁ ଏବଂ ପ୍ରେମିକାଙ୍କା ବ୍ରେକ୍‌ଅପ୍‌ ହୋଇଥିଲା। କାରଣ ଜ୍ୟୁ ଚାହୁଁଥିଲେ ପ୍ରେମିକାଙ୍କୁ ବିବାହ କରି ଗାଁରେ ରହିବେ। ଆଉ ତାଙ୍କ ମା-ବାପାଙ୍କର ଦେଖାଶୁଣା କରିବେ। କିନ୍ତୁ ତାଙ୍କ ପ୍ରେମିକା ଏହି ପ୍ରସ୍ତାବରେ ରାଜି ନ ଥିଲେ। ଏହି କଥାକୁ ନେଇ ତାଙ୍କର ବ୍ରେକ୍‌ଅପ ହୋଇଥିଲା। ଏହା ପରେ ଜ୍ୟୁ ତାଙ୍କ ପ୍ରେମିକାଙ୍କୁ ମନାଇବା ପାଇଁ ଏପରି ଗାର୍ଡେନ ତିଆରି କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ସେ ସଫଳ ହୋଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି।...

ଲଙ୍କା ଦହନ ପାଇଁ ହନୁମାନଙ୍କୁ ଶ୍ରୀରାମଙ୍କ ଆଜ୍ଞା ଥିଲା

ଗୋସ୍ବାମୀ ତୁଳସୀ ଦାସ ତ୍ରିଜଟାର ମୁହଁରେ  କୁହାଇଛନ୍ତି -‘ସପନେ ବାନର ଲଙ୍କା ଜାରି l ଜାତୁଧାନ ସେନା ସବ ମାରି l’ ଏହା ଶୁଣି ମୁଁ...

୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା

ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ...

ଏମିତି ଏକ ମନ୍ଦିର, ଯେଉଁଠି ହ୍ବେଲ୍‌ ମାଛର କଣ୍ଟାକୁ କରାଯାଏ ପୂଜା

ଭାରତରେ ଦେବୀଦେବତାଙ୍କର ଅନେକ ମନ୍ଦିର ରହିଛି। କିନ୍ତୁ କିଛି ମନ୍ଦିର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ମନ୍ଦିର ରହିଛି ଗୁଜରାଟର ମଗୋଦ ଡୁଙ୍ଗରି...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ...

ପୋଖରୀରେ ନୁହେଁ ବେଶିନ୍‌ରେ ଏମିତି ପହଁରୁଛି ପେଚା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କଇଁଛ ଉପରେ ବିଲେଇର ରାଜ୍‌, ପଡ଼ିଯିବା ଭୟରେ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପ୍ରେମିକାଙ୍କ ଘରଠାରୁ ୨.୫ କିମି ରାସ୍ତା ପର୍ଯ୍ୟନ୍ତ ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’ ଲେଖିଲେ ପ୍ରେମିକ; ଆଉ ତା’ ପରେ..

ଆଜିକାଲିର ଯୁବପିଢ଼ୀ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରିବାର ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ କିଛି ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ...

Advertisement
Archives

Model This Week