ଷଷ୍ଠ ଶ୍ରେଣୀରୁ ପ୍ରେମ, ଏବେ ଲିଭ୍‌ ଇନ୍‌ରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ବରୁଣ ଧାୱନ ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲ ସହ ସେ ଏବେ ଲିଭ୍‌ଇନ୍‌ରେ ରହୁଛନ୍ତି। କୁଲି ନଂ -୨ ଫିଲ୍ମ ପ୍ରମୋଶନ ଅବସରରେ କରିନା କପୁର ସହ ଅଭିନେତା ବରୁଣ ଧାଓ୍ବନଙ୍କ ସହ ରେଡିଓ ଶୋ ‘ମହିଳାମାନେ କଣ ଚାହାଁନ୍ତି’ରେ ଯୋଗ ଦେଇଥିଲେ। ବେବୋଙ୍କ ସହ ବାର୍ତ୍ତାଳାପ ସମୟରେ, ବରୁଣ ଧାୱନ ତାଙ୍କ ପ୍ରେମ ଜୀବନ ବିଷୟରେ ବଡ଼ ଖୁଲାସା କରିଥିଲେ। ‘ହଁ’ କହିବା ପୂର୍ବରୁ ନତାଶା ତାଙ୍କୁ ୩ରୁ ୪ଥର କିପରି ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ସେ କେବେ ଆଶା ଛାଡି ନାହାଁନ୍ତି। ଆହୁରି ମଧ୍ୟ, ନତାଶାଙ୍କ ସହ ଥିବା ସମ୍ପର୍କରୁ ପରଦା ହଟାଇ ଥିଲେ। ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ। ଷଷ୍ଠ ଶ୍ରେଣୀରେ ସେ ପ୍ରଥମ ଥର ପାଇଁ ନତାଶାଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡଯାଇଥିଲେ। ଦ୍ୱାଦଶ ପର୍ଯ୍ୟନ୍ତ ଉଭୟ ବନ୍ଧୁ ଥିଲେ। ସେ କହିଥିଲେ ଯେ, ଉଭୟ ଏକାଠି ବାସ୍କେଟବଲ ଖେଳୁଥିଲେ। ଏଭଳି ପରିସ୍ଥିତିରେ ସେ ରେଡ ଟିମରେ ଏବଂ ନତାଶା ୟେଲୋ ଦଳରେ ଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସେ ନତାଶା ବାସ୍କେଟବଲ କୋର୍ଟରେ ବୁଲୁଥିବାର ଦେଖିଲେ। ସେ ସେହି ସମୟରେ ନତାଶାଙ୍କୁ ଭଲ ପାଇ ବସିଥିଲେ ବୋଲି ବରୁଣ କହିଥିଲେ। ସେ ଏବଂ ନତାଶା ଲାଇଭ-ଇନ୍‌ରେ ରହିବାକୁ ଚାହୁଁଥିଲେ, କିନ୍ତୁ ପରିବାର ଚାହୁଁଥିଲେ ଯେ ଉଭୟ ବିବାହ କରନ୍ତୁ। ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର ୧ ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ପିତା ଡେଭିଡ ଧାୱନ। ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ, ପରେଶ ରାୱଲ ଏବଂ ରାଜପାଲ ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଡିସେମ୍ବର ୨୫ ଖ୍ରୀଷ୍ଟମାସ ଅବସରରେ ଏହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହାଁନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ ଏବେ ତାଙ୍କ ଅପ୍‌ କମିଙ୍ଗ୍‌ ଫିଲ୍ମ ଭାରତ ପାଇଁ ଖୁବ୍‌ ବିଜି ରହୁଛନ୍ତି। ଲଗାତର ଫିଲ୍ମର ପମୋଶନ ଇଭେଣ୍ଟରେ...

ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ...

‘ବିଗ୍‌ ବସ୍‌’ ପରେ ନିଜ ପାଇଁ ବର ଖୋଜିବେ ଶେହନାଜ!

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ଲୋକପ୍ରିୟ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କଟ୍ରିନା ଓରଫ ଶେହନାଜ ଗିଲ। ସେ ନିଜର...

୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ...

ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ...

ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି...

କିଙ୍ଗ୍‌ଖାନଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଶାହାରୁଖ ଖାନ ଫିଲ୍ମ‘ପଠାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ‘ପଠାନ’ ଧମାକାଦାର ରେକର୍ଡ କରୁଛି। ଇତି ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’...

୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ।...

Advertisement
Archives

Model This Week