Posted inଫୁରସତ

ଖବରକାଗଜରୁ ଫଟୋ ଦେଖି ପ୍ରେମ

ଟ୍ରିନଟନ୍‌: ପ୍ରେମ କେତେବେଳେ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି ପରେ ବିବାହ କରିଛନ୍ତି। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନିକଟରେ ଦୁହେଁ ତାଙ୍କ କାହାଣୀ ଶେୟାର କରିଛନ୍ତି। ରିପୋର୍ଟ ମୁତାବକ, ୪୨ ବର୍ଷୀୟା ଏଭିଗେଲ ଆଦମ୍‌ କହିଛନ୍ତି, ତାଙ୍କର ବ୍ରେକ୍‌ଅପ୍‌ ପରେ ସେ ବହୁତ ଉଦାସ ଥିଲେ। ଦିନେ ସେ ଘର ବାହାରେ ଚା’ ପିଉଥିବାବେଳେ ତାଙ୍କ ନଜର ଖବରକାଗଜ ଉପରେ ପଡ଼ିଲା। ଖବରକାଗଜ ପଢ଼ିବା ବେଳକୁ ସେଥିରେ ଟମ୍‌ ସଜାକିଙ୍କ ବାବଦରେ ଲେଖାଥିଲା। ସେ ନିକଟରେ ନିଜର ଏକ ରିସାଇକିଲିଂ କମ୍ପାନୀ ଆରମ୍ଭ କରିଥିଲେ। ଟମ୍‌ଙ୍କୁ ଦେଖି ଏଭିଗେଲ ପସନ୍ଦ କରିବାକୁ ଲାଗିଲେ। ପରେ ସେ ଟମ୍‌ଙ୍କୁ ଖୋଜିବାକୁ ପ୍ରୟାସ କଲେ। ସେ ତାଙ୍କୁ ସୋସିଆଲ ମିଡିଆରେ ଖୋଜିବା ପରେ ପାଇଗଲେ। ପରେ ଦୁହିଙ୍କ କଥାବର୍ତ୍ତା ଆରମ୍ଭ ହେଲା। ଉଭୟ ମିଶି ଆମେରିକାର ବହୁ ଜାଗା ବୁଲିଲେ। ଏହାର ୨ ବର୍ଷ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନ୍ୟୁଜର୍ସିର ବାସିନ୍ଦା ଏଭିଗେଲ ଜଣେ ଜୁଏଲେରି ଡିଜାଇନର। ସେ କହିଛନ୍ତି, ତାଙ୍କର ପୂର୍ବ ସମ୍ପର୍କ ଭାଙ୍ଗିଯିବା ନେଇ ବେଶ୍‌ ଖୁସି ଅଛନ୍ତି। ତାହା ପରେ ଉପହାର ଭାବେ ଟମ୍‌ ମିଳିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri