Posted inରାଜ୍ୟ

ଏମ୍‌ଭିଜି ଅଣଦେଖାରୁ ରାଜସ୍ବ କ୍ଷତି

ଭୁବନେଶ୍ୱର,୧୫ା୯(ଲାଲା ସୁନୀଲ କୁମାର ରଥ): ଓଡ଼ିଶା ବିଧାନସଭାରେ ଗତ ୧୧ତାରିଖରେ ଉପସ୍ଥାପିତ ହୋଇଥିବା କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ସହରାଞ୍ଚଳ ଜମି ଓ କୋଠାବାଡ଼ି ପାଇଁ ବଜାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଜାର ମୂଲ୍ୟ ମାର୍ଗଦର୍ଶିକା(ଏମ୍‌ଭିଜି)କୁ ନିର୍ଦ୍ଦିଷ୍ଟ ଅବଧିରେ ସଂଶୋଧନ କରାଯିବାରେ ବ୍ୟାପକ ତ୍ରୁଟି, ଅବହେଳା ଏବଂ ଅନିୟମିତତା ହୋଇଥିବା ଜଣାପଡ଼ିଛି। ସ୍ଥାବର ସମ୍ପତ୍ତି ବିକ୍ରୟ ସମୟରେ ଏହାର ରେଜିଷ୍ଟ୍ରି(ନିବନ୍ଧନ) ନିମନ୍ତେ ଓଡ଼ିଶା ଷ୍ଟାମ୍ପ(ଆମେଣ୍ଡମେଣ୍ଟ) ରୁଲ୍‌ସ-୨୦୦୧ ଅନୁସାରେ ମୂଲ୍ୟ ସ୍ଥିର କରିବା ଏବଂ ନିର୍ଦ୍ଦିଷ୍ଟ ଅବଧିରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ସଂଶୋଧନ କରିବା ପାଇଁ ରାଜ୍ୟରେ ଏମ୍‌ଭିଜି ପ୍ରଚଳନ କରାଯାଇଛି। ଏମ୍‌ଭିଜିର ନିର୍ଦ୍ଦିଷ୍ଟକାଳୀନ ସଂଶୋଧନ ନ ହେଲେ କିମ୍ବା ଭ୍ରମାତ୍ମକ ସଂଶୋଧନ ହେଲେ ସମ୍ପତ୍ତିର ନିରପେକ୍ଷ ବଜାର ମୂଲ୍ୟ ଏବଂ ବିକ୍ରୟର ପ୍ରକୃତ ନିବନ୍ଧନ ମୂଲ୍ୟ ମଧ୍ୟରେ ତାରତମ୍ୟ ଦେଖା ଦେଇଥାଏ। ଯେହେତୁ ଷ୍ଟାମ୍ପ ଶୁଳ୍କ ଏବଂ ନିବନ୍ଧନ ଫି’ ସମ୍ପତ୍ତିର ନିବନ୍ଧିତ ମୂଲ୍ୟ ଉପରେ ଲାଗୁ ହୋଇଥାଏ, ତେଣୁ ଏଭଳି ତାରତମ୍ୟ ପାଇଁ ସରକାରଙ୍କ ବ୍ୟାପକ ରାଜସ୍ବହାନି ଘଟିଛି।
ସିଏଜି ରାଜ୍ୟର ୧୪ଟି ଉପନିବନ୍ଧକ(ସବ୍‌ ରେଜିଷ୍ଟ୍ରାର)/ ଜିଲା ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କ୍ଷେତ୍ର ଅନ୍ତର୍ଗତ ସହରାଞ୍ଚଳ ଜମି ଓ କୋଠାବାଡ଼ି ପାଇଁ ୨୦୧୮-୧୯ରୁ ୨୦୨୧-୨୨ ଆର୍ଥିକ ବର୍ଷ ଅବଧି ମଧ୍ୟରେ ଏମ୍‌ଭିଜି ସଂଶୋଧନ ସମ୍ପର୍କିତ ନିୟମାବଳୀ ଅନୁପାଳନର ସମୀକ୍ଷା କରି ବ୍ୟାପକ ତ୍ରୁଟି ଏବଂ ଅନିୟମିତତାକୁ ଧରିଛନ୍ତି। ଜଣେ ପ୍ରବୀଣ ମୂଲ୍ୟାୟନକାରୀଙ୍କୁ ମୂଲ୍ୟାୟନ କମିଟିର ସଦସ୍ୟଭାବେ ମନୋନୀତ କରିବା ନିୟମ ରହିଛି। ଏପରି କି ଅନ୍ୟ ରାଜ୍ୟରେ ବୈଷୟିକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କୁ ମୂଲ୍ୟାୟନକାରୀଭାବେ ଚୟନ କରାଯାଇଥାଏ। କିନ୍ତୁ ଓଡ଼ିଶାରେ ଏଭଳି କାୈଣସି ବୈଷୟିକ ଯୋଗ୍ୟତା କିମ୍ବା ଯୋଗ୍ୟତାର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ନାହିଁ। ଫଳରେ ମୂଲ୍ୟୟନ କମିଟିଗୁଡ଼ିକ ପ୍ରବୀଣ ମୂଲ୍ୟାୟନକାରୀଙ୍କ ବିନା ଗଠନ କରାଯାଇଥିଲା। ସେହିପରି ମୂଲ୍ୟାୟନ କମିଟିଗୁଡ଼ିକ ନିୟମାବଳୀ ଦ୍ୱାରା ବିହିତ ଫର୍ମରେ ପ୍ରଯୁଜ୍ୟ ତଥ୍ୟ ସଂଗ୍ରହ କରି ନ ଥିଲେ। ଯେପରି କି ବିଗତ ୨ବର୍ଷରେ ରେଜିଷ୍ଟ୍ରି ହୋଇଥିବା ବିକ୍ରୟ ସମ୍ପତ୍ତିର ହାରାହାରି ମୂଲ୍ୟ, ନିଲାମ ଭିତ୍ତିରେ ବିକ୍ରି ହୋଇଥିବା ସରକାରୀ ଜମିର ମୂଲ୍ୟ, ସହରାଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିକଶିତ ଅଞ୍ଚଳ ସମ୍ପତ୍ତିର ମୂଲ୍ୟ ଆଦି ତଥ୍ୟ ମୂଲ୍ୟାୟନ କମିଟିଗୁଡ଼ିକ ସଂଗ୍ରହ କରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ପ୍ରତ୍ୟେକ ସବ୍‌ ରେଜିଷ୍ଟ୍ରାର ଏବଂ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ ଅଞ୍ଚଳ ଅନ୍ତର୍ଗତ ବ୍ୟବସାୟିକ ବର୍ଗ ପ୍ଲଟ୍‌ର ତାଲିକ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ସହରାଞ୍ଚଳର ଅନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ତାଲିକାଭୁକ୍ତ କରାଯାଇ ନ ଥିଲା। ବିଶେଷକରି ପୁରୀ ଜିଲାରେ ସରକାରୀ ଭାବରେ କୌଣସି ବ୍ୟବସାୟିକ ପ୍ଲଟ୍‌କୁ ତାଲିଭୁକ୍ତ କରାଯାଇ ନାହିଁ, ଯଦିଓ ବେଳାଭୂମି ସମ୍ମୁଖରେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ରହିଛି।
ମୂଲ୍ୟାୟନ କମିଟିଗୁଡ଼ିକର ଏକ ବଡ଼ ଅବହେଳାକୁ ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତାହାହେଲା ଉଚ୍ଚ ବଜାର ମୂଲ୍ୟ ପାଇଁ ସମ୍ଭାବ୍ୟତା ଥିବା ସମ୍ପତ୍ତିକୁ ଚିହ୍ନଟ କରିବାରେ ଉପଯୁକ୍ତ ଉତ୍ସକୁ ଉପଯୋଗ ନ କରିବା। ମୂଲ୍ୟାୟନ କମିଟିଗୁଡ଼ିକ ଉଚ୍ଚ ବଜାର ମୂଲ୍ୟ ସମ୍ଭାବ୍ୟତା ଥିବା ସମ୍ପତ୍ତିକୁ ଚିହ୍ନଟ କରିବାରେ କେବଳ ତହସିଲ୍‌ଦାରଙ୍କ କାର୍ଯ୍ୟାଳୟର ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ ଠାରୁ ମିଳିଥିବା ପ୍ରସ୍ତାବିତ ଏମ୍‌ଭିଜି ଉପରେ ନିର୍ଭର କରିଥିଲେ। ସିଏଜି ନିରୀକ୍ଷଣରୁ ଜାଣି ପାରିଥିଲେ ଯେ, ଆର୍‌ଆଇମାନଙ୍କ ଦ୍ୱାରା ପ୍ରଦତ୍ତ ସମ୍ପତ୍ତି ତଥ୍ୟ ଲ୍ୟାଣ୍ଡ ରେକର୍ଡ ଡକ୍ୟୁମେଣ୍ଟ ଉପରେ ପର୍ଯ୍ୟବସିତ ଥିଲା, ଯାହାକି ଜମିର ସର୍ବଶେଷ ବ୍ୟବହାର ସମ୍ପର୍କିତ ସରଜମିନ ତଦନ୍ତ ଉପରେ ପର୍ଯ୍ୟବସିତ ହେବା କଥା। ସେହିପରି ଚାଷଜମିକୁ ଅଣକୃଷିଗତ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ଦିଗରେ ଓଡ଼ିଶା ଭୂସଂସ୍କାର ଅଧିନିୟମକୁ ଅନୁପାଳନ କରାଯାଇ ନ ଥିଲା, ଯେଉଁ ପ୍ଲଟଗୁଡ଼ିକରେ କି ବ୍ରାଣ୍ଡେଡ ଷ୍ଟୋର ଏବଂ ରେଷ୍ଟୁରାଣ୍ଟ ମଧ୍ୟ ଚାଲିଥିଲା। ସେହି ପ୍ଲଟଗୁଡ଼ିକୁ ନିବନ୍ଧନ କାର୍ଯ୍ୟାଳୟରେ ଭ୍ରମାତ୍ମକ ଭାବେ ‘ଚାଷ ଜମି, ଜଳସେଚିତ ଜମି, ଉଦ୍ୟାନ ଜମି’ ଭାବେ ବର୍ଗୀକରଣ କରାଯାଇଥିଲା। ଫଳରେ ଏମ୍‌ଭିଜି ସଂଶୋଧନ ପାଇଁ କମ୍‌ ମୂଲ୍ୟ ନିର୍ଦ୍ଧାରିତ ହେଉଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସିଏଜି ବୈଷୟିକ ମୂଲ୍ୟାଙ୍କନକାରୀଙ୍କ ଦ୍ୱାରା ୧୦୦ଟି ପ୍ଲଟକୁ ଅନୁଧ୍ୟାନ ଭାବେ ନେଇଥିଲେ। ସେଥିରୁ ପ୍ରକୃତ ବଜାର ମୂଲ୍ୟ(ଏଫ୍‌ଏମ୍‌ଜି) ଏବଂ ଏମ୍‌ଭିଜି ମଧ୍ୟରେ ୧୨୫.୯୯କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି କ୍ଷତି ହୋଇଥିବା ଜଣାପଡ଼ିଥିଲା।
କୋଠାବାଡ଼ି ମୂଲ୍ୟାଙ୍କନରେ ମଧ୍ୟ ସିଏଜି ତ୍ରୁଟି ଧରିଛନ୍ତି। କୋଠାବାଡ଼ି ମୂଲ୍ୟାଙ୍କନ ସମ୍ପର୍କିତ ନିୟମାବଳୀରେ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା, ମଡ୍ୟୁଲାର ରୋଷେଇ ଘର, କାନ୍ଥ ସାଜସଜ୍ଜା ସରଞ୍ଜାମ ଏବଂ ସଂଲଗ୍ନ ଉପକରଣ ଇତ୍ୟାଦିକୁ ହିସାବକୁ ନେବାକୁ କୌଣସି ବ୍ୟବସ୍ଥା ନାହିଁ, ଫଳରେ ଆପାର୍ଟମେଣ୍ଟରେ ଥିବା ବ୍ୟକ୍ତିଗତ ବାସଗୃହର ବଜାର ମୂଲ୍ୟରେ ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ଏମ୍‌ଭିଜି ସଂଶୋଧନ ପାଇଁ ଥିବା କଣ୍ଟ୍ରୋଲ୍‌ ମେକାନିଜମକୁ ସମୀକ୍ଷା କରିବାବେଳେ ସିଏଜି ଦେଖିଥିଲେ ଯେ, ରାଜ୍ୟର କୌଣସି ଜିଲାପାଳ ନିୟମାବଳୀରେ ଥିବା ବ୍ୟବସ୍ଥାର ପ୍ରଚଳନ କରି ଏମ୍‌ଭିଜିର ସ୍ବତନ୍ତ୍ର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ନାହାନ୍ତି। ପୁରୀଠାରେ ଏକ ନୂଆ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ବିଷୟକୁ ଉଦାହରଣ ଭାବେ ନିଆଯାଇପାରେ, ଯାହା ପାଇଁ ପ୍ରସ୍ତାବିତ ସ୍ଥଳରେ ଜାଗା ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବଢ଼ିଥିଲା। ସେହିପରି କୌଣସି ମୂଲ୍ୟାୟନ କମିଟି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଅଧିକାରୀଙ୍କୁ ଡାକି ନ ଥିଲା କିମ୍ବା ସରକାରୀ ନଥିପତ୍ର ଯାଞ୍ଚ କରି ନ ଥିଲା କିମ୍ବା କୌଣସି ଅଧିକାରୀଙ୍କ ଉକ୍ତି ଉଲ୍ଲେଖ କରି ନ ଥିଲା। ଏହା ହୋଇଥିଲେ ନିୟମାବଳୀରେ ଥିବା ବ୍ୟବସ୍ଥାର ପ୍ରଚଳନ କରି ଏମ୍‌ଭିଜିର ସଂଶୋଧନ ପାଇଁ ସହାୟକ ହୋଇପାରିଥାନ୍ତା।
ସିଏଜି ସହରାଞ୍ଚଳ ଜମି, କୋଠାବାଡ଼ି ବଜାରମୂଲ୍ୟ ସଂଶୋଧନ କ୍ଷେତ୍ରରେ ଅନେକ ତ୍ରୁଟି ଏବଂ ଅବହେଳା ଧରିବା ପରେ ରାଜ୍ୟ ସରକାରଙ୍କ ନିମନ୍ତେ କେତେକ ସୁପାରିସ କରିଛନ୍ତି। ବିଶେଷଜ୍ଞ ମୂଲ୍ୟ ନିର୍ଦ୍ଧାରକମାନଙ୍କୁ ଉପଜିଲା ମୂଲ୍ୟାୟନ କମିଟି(ଏସ୍‌ଡିଭିସି)/ ଜିଲା ମୂଲ୍ୟାୟନ କମିଟି(ଡିଭିସି)ଗୁଡ଼ିକର ସଭ୍ୟଭାବେ ମନୋନୀତ ହେବା ପାଇଁ ବୈଷୟିକ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ ଲାଗି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା(ଆର୍‌ଡିଏମ୍‌) ବିଭାଗ ଓଡ଼ିଶା ଷ୍ଟାମ୍ପ(ସଂଶୋଧନ) ରୁଲ୍‌ସ-୨୦୦୧ର ନିୟମ ୩୮ ଓ ୩୯ର ସଂଶୋଧନ କରିପାରନ୍ତି ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri