ଲକ୍‌ଡାଉନ୍‌ରେ ଚାକିରି ଚାଲିଯିବାରୁ ଯୁବକ ବାଛିନେଲେ ଏହି ପଥ, କଲେଜ ଛାତ୍ରଙ୍କୁ ଯୋଗାଉଥିଲେ…

ବେଙ୍ଗାଲୁରୁ,୧୧ା୧୦: କରୋନା ମହମାରୀ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ ଜଣେ ଯୁବକ ଚାକିରି ହରାଇଥିଲେ। ପେଟଭୋକରୁ ନିସ୍ତାର ପାଇବା ପାଇଁ ସେ ଡ୍ରଗ୍ସ କାରବାରକୁ ଆପଣାଇ ନେଲେ। ତେବେ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।
୨୮ ବର୍ଷୀୟ ଯୁବକ ଅମିର ଅହମ୍ମଦ ପୂର୍ବ ହୋଟେଲରେ ରିସେପ୍‌ସନନିଷ୍ଟ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ସମୟରେ ତାଙ୍କ ଚାକିରି ଚାଲିଗଲା। ଏହା ପରେ ସେ ଡ୍ରଗ୍ସ କାରବାର ଆରମ୍ଭ କରିଦେଲେ। ଅମିର କେବଳ କଲେଜ ପଢୁଆ ଛାତ୍ରମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ରାଜଗୋପାଲ ନଗର ପୋଲିସ ତାଙ୍କୁ ଗିରଫ କରିଥିଲା। ଗ୍ରାହକଙ୍କୁ ଅପେକ୍ଷା କରିଥିବା ଅମିରଙ୍କ ବ୍ୟାଗ୍‌ରୁ ପୋଲିସ ୧ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏଥିସହ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ସେମାନେ ଅଭିଯୁକ୍ତ ଘରେ ଚଢ଼ାଉ କରିବା ପରେ ସେଠାରୁ ଆଉ ୨୦ କେଜି ଡ୍ରଗ୍ସ ଜବତ କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅମିର ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀଙ୍କଠାରୁ ଡ୍ରଗ୍ସ କିଣି କଲେଜ ଛାତ୍ର ତଥା ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ବିକ୍ରି କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ବେଆଇନ ଗ୍ରାନାଇଟ୍‌ ଖନନ ମାମଲା: ୪୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୨୫ା୪(ପି.ଟି.): ବେଆଇନ ଗ୍ରାନାଇଟ୍‌ ଖନନ ମାମଲାରେ ନିଲମ୍ବିତ ଡିଏମ୍‌କେ ନେତା ଏମ୍‌.କେ. ଆଲାଗିରିଙ୍କ ପୁଅ ଆଲାଗିରି ଦୟାନିଧିଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆଇଏସ୍‌ଆଇର ଷଡ଼ଯନ୍ତ୍ର: ସତର୍କ ସୂଚନା ଜାରି କଲା ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୨୬।୧୨: ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଆଇଏସ୍‌ଆଇ ପକ୍ଷରୁ କେତେକ ଆତଙ୍କବାଦୀ ସଂଗଠନ...

ନଡ଼ିଆ ଷଢ଼େଇ ଗଛରେ ଟାଙ୍ଗି ପକ୍ଷୀଙ୍କୁ ଖାଦ୍ୟ-ପାନୀୟ ଦେଉଛନ୍ତି ଛାତ୍ରୀଛାତ୍ର

ବେଙ୍ଗାଲୁରୁ,୧୪।୨: ଦକ୍ଷିଣ କନ୍ନଡରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ସ୍କୁଲ ନିକଟରେ ଥିବା ଗଛରେ ନଡିଆ ଷଢ଼େଇ ଟାଙ୍କି ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଦେଉଥିବା...

ମାର୍କେଟ୍‌ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ଜଣେ ଅଭିଯୁକ୍ତ ଗଜପତିରୁ ଗିରଫ, ଟୁଇଟ୍‌ କରି ସୂଚନା ଦେଲେ ପୋଲିସ କମିଶନର

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ରାଜପାକ୍‌ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍‌ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ...

ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ...

Coronavirus Update

Archives

Model This Week

Why Dharitri