Posted inଫୁରସତ

ଏମିତି ଦେଶ, ଯେଉଁଠି କାଠବାକ୍ସରେ ଲୁଚାଇ ପୂଜା କରାଯାଏ ପ୍ରଭୁ ଗଣେଶଙ୍କ ମୂର୍ତ୍ତି

ଜାପାନର ରାଜଧାନୀ ଟୋକିଓରେ ଅନେକ ବୁଦ୍ଧ ମନ୍ଦିର ଅଛି, ଯାହା ହଜାର ହଜାର ବର୍ଷ ପୁରୁଣା। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏରେ ହିନ୍ଦୁମାନଙ୍କର ଦେବତା ଗଣେଶଙ୍କ ମୂର୍ତ୍ତି ରଖାଯାଇଛି। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନାମ ମାଶ୍ଚୁଚିଆମା ଶୋଟେନ। ଯେଉଁଠାରେ ରଖାଯାଇଥିବା ଗଣେଶ ମୂର୍ତ୍ତିକୁ ବୌଦ୍ଧମାନେ ପୂଜା କରନ୍ତି।

ଜାପାନରେ ଥିବା ଗଣେଶ (କେଙ୍ଗିଟେନ)ଙ୍କୁ ଶକ୍ତିଶାଳୀ ଭଗବାନ ଭାବରେ ଗ୍ରହଣ କରାଯାଏ। ମନ୍ତ୍ର-ତନ୍ତ୍ର ସାହାଯ୍ୟରେ ଗଣେଶଙ୍କୁ ବିଶେଷ ଉପାସନା କରାଯାଏ। ଏଠାରେ ଗଣେଶଙ୍କ ଅନୁଗାମୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ସୁବର୍ଣ୍ଣ ଯୁଗ ସମୟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଜାପାନରେ ଗଣେଶଙ୍କ ପ୍ରାୟ ୨୫୦ ମନ୍ଦିର ରହିଛି। କିନ୍ତୁ ପ୍ରତ୍ୟେକ ଗଣେଶଙ୍କୁ ଅଲଗା ଅଲଗା ନାମରେ ସମ୍ବୋଧନ କରାଯାଏ। ଯେପରିକି କେଙ୍ଗିଟେନ, ଶଟେନ, ଗଣପତି ଏବଂ ବିନାୟକେତନ (ବିନାୟକ) ଭଳି ନାମରେ ଡକାଯାଏ।


ବୌଦ୍ଧଧର୍ମୀମାନେ ଗଣେଶଙ୍କୁ ଏକ ମାଈହାତୀ ସହିତ ବାନ୍ଧି ରଖିଛନ୍ତି। ଏହାକୁ ଶକ୍ତି କୁହାଯାଏ। ଏହି ମୂର୍ତ୍ତି ପୁରୁଷ ଏବଂ ସ୍ତ୍ରୀର ମିଶ୍ରଣରୁ ଜନ୍ମିତ ଶକ୍ତିର ପ୍ରତୀକ। ଅବଶ୍ୟ ଗଣେଶଙ୍କ ମୂର୍ତ୍ତି କିମ୍ବା ଏପରି ଫଟୋ ମନ୍ଦିର ବାହାରେ ଲଗାଯାଇନାହିଁ। ଏହି ମୂର୍ତ୍ତିକୁ କାଠ ବାକ୍ସରେ ସଜ୍ଜିତ କରି ରଖାଯାଇଛି। ଯାହାକୁ ପ୍ରତିଦିନ ପୂଜା କରାଯାଏ। କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ମୂର୍ତ୍ତି ବାହାର କରାଯାଇଥାଏ ଏବଂ ଏହାର ପୂଜା ସମସ୍ତଙ୍କ ସାମ୍ନାରେ କରାଯାଇଥାଏ ।

ଜାପାନର ଗଣେଶଙ୍କର ସବୁଠାରୁ ବଡ଼ ମନ୍ଦିର ହେଉଛି ମାଉଣ୍ଟ ଇକୋମା। ଏହି ମନ୍ଦିର ଓସାକା ସହର ବାହାରେ ଦକ୍ଷିଣ ଭାଗରେ ଅବସ୍ଥିତ। ୧୭୦୦ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ବିଷୟରେ ଅନେକ କାହାଣୀ ଅଛି। ଏହି ମନ୍ଦିର ପ୍ରତି ଲୋକମାନଙ୍କର ବହୁତ ବିଶ୍ୱାସ ଅଛି । ଏହି ମନ୍ଦିରରେ ଭଗବାନ ଗଣେଶଙ୍କୁ ଦର୍ଶନ କଲେ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ଏଠାରେ ଅନେକ ଦାନଧର୍ମ ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri