ରାୟଗଡ଼ାରେ ବଢ଼ୁଛି ଲୁଟ୍‌, ଚୋରି: ପୋଲିସ ନିଷ୍କ୍ରିୟ

ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ ନେବା ବେଳେ ତାଙ୍କୁ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି ଟଙ୍କା ଲୁଟିନେବାରେ ସଫଳ ହେଉଛନ୍ତି। ସେହିପରି ସହରରେ ଯେଉଁଦିନ ଘର ମାଲିକ କୌଣସି କାମରେ ଘରେ ତାଲା ପକାଇ ବାହାରକୁ ଗଲେ, ଖବରପାଇ ଲୁଟେରା ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଉଛନ୍ତି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ ଟେର୍‌ ପାଉ ନ ଥିବା ଅଭିଯୋଗ ହେଉଛି। ରାୟଗଡ଼ା ସହରର ଏଫ୍‌ସିଆଇ ଗୋଦାମ ପଛ ପଟୁ ଗୁରୁବାର ଜଣେ ଜଳଛାୟା ମିଶନ ସୁପରଭାଇଜରଙ୍କଠାରୁ ଦୁର୍ବୃତ୍ତମାନେ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ ଗାଞ୍ଜରମେଟା ଗ୍ରାମର ପ୍ରତାପ ମାଣ୍ଡାଙ୍ଗି ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଛାନ୍‌ଭିନ୍‌୍‌ ଚଲାଇଥିବା ଆଇଆଇସି କେକେବିକେ କହଁର କହିଛନ୍ତି।
ଜଳଛାୟା ମିଶନ ସୁପରଭାଇଜର ପ୍ରତାପ ମାଣ୍ଡାଙ୍ଗି ଜେକେପୁରସ୍ଥିତ ଏସ୍‌ବିଆଇ ଶାଖାରୁ ୨ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ଶ୍ରମିକଙ୍କ ମଜୁରି ଦେବା ପାଇଁ ରାୟଗଡ଼ା ଆସୁଥିଲେ। ସେ ବାଇକରେ ଆସିବା ବେଳେ କୁମୁଟିପେଣ୍ଠ ଗାଁ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। ପ୍ରତାପ ଲିଫ୍ଟ ଦେବା ପରେ ଉଭୟେ ମିଶି ରାୟଗଡ଼ା ସହର ଆସିଥିଲେ। ତେବେ ଏଫ୍‌ସିଆଇ ଛକଠାରେ ପ୍ରତାପ ତାଙ୍କୁ ଓହ୍ଲାଇବା ପାଇଁ କହିବାରୁ ଏଫ୍‌ସିଆଇ ଗୋଦାମ ପଛ ପଟେ ଛାଡିବା ପାଇଁ ଅନୁରୋଧ କରିଥିଲେ। ଏଫ୍‌ସିଆଇ ପଛପଟେ ଛାଡିବା ବେଳେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ୨ଜଣ ସହଯୋଗୀଙ୍କ ସହିତ ମିଶି ଏହି ଅଜଣା ବ୍ୟକ୍ତି ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଯାଇଥିବା ପ୍ରତାପ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଅଭିଯୋଗର ସତ୍ୟତାକୁ ନେଇ ପୋଲିସ ଯାଞ୍ଚ କରୁଛି। ଏଥିସହ ସେହି ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସେହିପରି ଗତ ୭ ତାରିଖରେ ରାଣୀଗୁଡ଼ା ଅଞ୍ଚଳର ଡିଏଫ୍‌ଓ ଅଫିସ ୯ମ ଲେନ୍‌ରେ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ କଳାକନା ବୁଲାଇଥିବା ଜଣାପଡ଼ିଛି। ଏହି ଚୋରିରେ ପ୍ରାୟ ୧୫ହଜାର ଟଙ୍କା ଓ ୨ଟି ଲାପ୍‌ଟପ୍‌ ଚୋରି ହୋଇଥିବା ଘର ମାଲିକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଚନ୍ଦ୍ରଶେଖର ପାତ୍ର ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖର ଓ ତାଙ୍କ ସ୍ତ୍ରୀ ଅବସରପ୍ରାପ୍ତ ଅଧ୍ୟାପିକା ରେବା ପାତ୍ର ଗତ ୭ ତାରିଖ ରାତିରେ ଭୁବନେଶ୍ୱର ଯାଇ ସେଠାରୁ ଏୟାରପୋର୍ଟରେ ମୁମ୍ବାଇ ଯାଇଥିଲେ। ତେବେ ସେହିଦିନ ରାତିରେ ଦୁର୍ବୃତ୍ତ ଘର ଗ୍ରୀଲ୍‌ ଓ କାଠ କବାଟର ତାଲା ଭାଙ୍ଗି ଲୁଟ୍‌ କରିଥିଲେ। ତା’ ପରଦିନ ସକାଳୁ ତାଙ୍କ ଘରେ କାମ କରୁଥିବା ମହିଳା ଜଣକ ଘରୁ ଚୋରି ହୋଇଥିବା ନେଇ ମାଲିକ ଚନ୍ଦ୍ରଶେଖରଙ୍କୁ ଫୋନ୍‌ରେ ଜଣାଇଥିଲେ। ଏ ନେଇ ଚନ୍ଦ୍ରଶେଖରଙ୍କ ଘର ଉପର ମହଲାରେ ଭଡ଼ାରେ ରହୁଥିବା ଯୁବକ ଥାନାରେ ଏତଲା ଦେବା ପରେ ପୋଲିସ ଟିମ୍‌ ଆସି ଛାନ୍‌ଭିନ୍‌ କରିଥିଲେ। ଚନ୍ଦ୍ରଶେଖରଙ୍କ ବେଡ୍‌ ରୁମ୍‌ରୁ ୨ଟି ଲାପ୍‌ଟପ୍‌ ସହ କିଛି ସୁନାଗହଣା, ପୂଜାଘରୁ ଏକ ପେଡ଼ିରୁ କିଛି ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ସଫଳତା ମିଳି ନ ଥିବା ଜଣାପଡ଼ିଛି। ଚନ୍ଦ୍ରଶେଖର ଓ ତାଙ୍କ ସ୍ତ୍ରୀ ୧୪ତାରିଖରେ ରାୟଗଡ଼ାରେ ପହଞ୍ଚତ୍ବା ପରେ ୧୫ ତାରିଖରେ ପୁଣି ଥାନାକୁ ଯାଇ ଏତଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକଶ କରିଛନ୍ତି। ରାୟଗଡ଼ା ସହରରେ ଦିନକୁ ଦିନ ଚୋରି, ଲୁଟ ଓ ଛିନ୍‌ତାଇ ବଢ଼ି ଚାଲିଥିଲେ ମଧ୍ୟ ପୋଲିସ ଏ ସବୁ ରୋକିବା ଦିଗରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏବେ ପରିସ୍ଥିତି ଏଭଳି ହେଲାଣି ଯେ, ଘର ତାଲା ଦେଇ ବାହାରକୁ ଯିବାକୁ ଜନସାଧାରଣ ଭୟଭୀତ ହେଲେଣି। କାରଣ ଗୋଟିଏ ରାତି ଯଦି ଘରେ ତାଲା ପଡ଼ିଲା ତା’ ପରଦିନ ତାଲା ଭାଙ୍ଗି ଦୁର୍ବୃତ୍ତ ସର୍ବସ୍ବ ଲୁଟି ନେଉଛନ୍ତି। ସହରରେ ବ୍ୟାପକ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ରାୟଗଡ଼ା ପୋଲିସ କାହିଁକି ଚୋରି ରୋକିପାରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?