ରାୟଗଡ଼ାରେ ବଢ଼ୁଛି ଲୁଟ୍‌, ଚୋରି: ପୋଲିସ ନିଷ୍କ୍ରିୟ

ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ ନେବା ବେଳେ ତାଙ୍କୁ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି ଟଙ୍କା ଲୁଟିନେବାରେ ସଫଳ ହେଉଛନ୍ତି। ସେହିପରି ସହରରେ ଯେଉଁଦିନ ଘର ମାଲିକ କୌଣସି କାମରେ ଘରେ ତାଲା ପକାଇ ବାହାରକୁ ଗଲେ, ଖବରପାଇ ଲୁଟେରା ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଉଛନ୍ତି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ ଟେର୍‌ ପାଉ ନ ଥିବା ଅଭିଯୋଗ ହେଉଛି। ରାୟଗଡ଼ା ସହରର ଏଫ୍‌ସିଆଇ ଗୋଦାମ ପଛ ପଟୁ ଗୁରୁବାର ଜଣେ ଜଳଛାୟା ମିଶନ ସୁପରଭାଇଜରଙ୍କଠାରୁ ଦୁର୍ବୃତ୍ତମାନେ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ ଗାଞ୍ଜରମେଟା ଗ୍ରାମର ପ୍ରତାପ ମାଣ୍ଡାଙ୍ଗି ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଛାନ୍‌ଭିନ୍‌୍‌ ଚଲାଇଥିବା ଆଇଆଇସି କେକେବିକେ କହଁର କହିଛନ୍ତି।
ଜଳଛାୟା ମିଶନ ସୁପରଭାଇଜର ପ୍ରତାପ ମାଣ୍ଡାଙ୍ଗି ଜେକେପୁରସ୍ଥିତ ଏସ୍‌ବିଆଇ ଶାଖାରୁ ୨ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ଶ୍ରମିକଙ୍କ ମଜୁରି ଦେବା ପାଇଁ ରାୟଗଡ଼ା ଆସୁଥିଲେ। ସେ ବାଇକରେ ଆସିବା ବେଳେ କୁମୁଟିପେଣ୍ଠ ଗାଁ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। ପ୍ରତାପ ଲିଫ୍ଟ ଦେବା ପରେ ଉଭୟେ ମିଶି ରାୟଗଡ଼ା ସହର ଆସିଥିଲେ। ତେବେ ଏଫ୍‌ସିଆଇ ଛକଠାରେ ପ୍ରତାପ ତାଙ୍କୁ ଓହ୍ଲାଇବା ପାଇଁ କହିବାରୁ ଏଫ୍‌ସିଆଇ ଗୋଦାମ ପଛ ପଟେ ଛାଡିବା ପାଇଁ ଅନୁରୋଧ କରିଥିଲେ। ଏଫ୍‌ସିଆଇ ପଛପଟେ ଛାଡିବା ବେଳେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ୨ଜଣ ସହଯୋଗୀଙ୍କ ସହିତ ମିଶି ଏହି ଅଜଣା ବ୍ୟକ୍ତି ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଯାଇଥିବା ପ୍ରତାପ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଅଭିଯୋଗର ସତ୍ୟତାକୁ ନେଇ ପୋଲିସ ଯାଞ୍ଚ କରୁଛି। ଏଥିସହ ସେହି ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସେହିପରି ଗତ ୭ ତାରିଖରେ ରାଣୀଗୁଡ଼ା ଅଞ୍ଚଳର ଡିଏଫ୍‌ଓ ଅଫିସ ୯ମ ଲେନ୍‌ରେ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ କଳାକନା ବୁଲାଇଥିବା ଜଣାପଡ଼ିଛି। ଏହି ଚୋରିରେ ପ୍ରାୟ ୧୫ହଜାର ଟଙ୍କା ଓ ୨ଟି ଲାପ୍‌ଟପ୍‌ ଚୋରି ହୋଇଥିବା ଘର ମାଲିକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଚନ୍ଦ୍ରଶେଖର ପାତ୍ର ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖର ଓ ତାଙ୍କ ସ୍ତ୍ରୀ ଅବସରପ୍ରାପ୍ତ ଅଧ୍ୟାପିକା ରେବା ପାତ୍ର ଗତ ୭ ତାରିଖ ରାତିରେ ଭୁବନେଶ୍ୱର ଯାଇ ସେଠାରୁ ଏୟାରପୋର୍ଟରେ ମୁମ୍ବାଇ ଯାଇଥିଲେ। ତେବେ ସେହିଦିନ ରାତିରେ ଦୁର୍ବୃତ୍ତ ଘର ଗ୍ରୀଲ୍‌ ଓ କାଠ କବାଟର ତାଲା ଭାଙ୍ଗି ଲୁଟ୍‌ କରିଥିଲେ। ତା’ ପରଦିନ ସକାଳୁ ତାଙ୍କ ଘରେ କାମ କରୁଥିବା ମହିଳା ଜଣକ ଘରୁ ଚୋରି ହୋଇଥିବା ନେଇ ମାଲିକ ଚନ୍ଦ୍ରଶେଖରଙ୍କୁ ଫୋନ୍‌ରେ ଜଣାଇଥିଲେ। ଏ ନେଇ ଚନ୍ଦ୍ରଶେଖରଙ୍କ ଘର ଉପର ମହଲାରେ ଭଡ଼ାରେ ରହୁଥିବା ଯୁବକ ଥାନାରେ ଏତଲା ଦେବା ପରେ ପୋଲିସ ଟିମ୍‌ ଆସି ଛାନ୍‌ଭିନ୍‌ କରିଥିଲେ। ଚନ୍ଦ୍ରଶେଖରଙ୍କ ବେଡ୍‌ ରୁମ୍‌ରୁ ୨ଟି ଲାପ୍‌ଟପ୍‌ ସହ କିଛି ସୁନାଗହଣା, ପୂଜାଘରୁ ଏକ ପେଡ଼ିରୁ କିଛି ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ସଫଳତା ମିଳି ନ ଥିବା ଜଣାପଡ଼ିଛି। ଚନ୍ଦ୍ରଶେଖର ଓ ତାଙ୍କ ସ୍ତ୍ରୀ ୧୪ତାରିଖରେ ରାୟଗଡ଼ାରେ ପହଞ୍ଚତ୍ବା ପରେ ୧୫ ତାରିଖରେ ପୁଣି ଥାନାକୁ ଯାଇ ଏତଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକଶ କରିଛନ୍ତି। ରାୟଗଡ଼ା ସହରରେ ଦିନକୁ ଦିନ ଚୋରି, ଲୁଟ ଓ ଛିନ୍‌ତାଇ ବଢ଼ି ଚାଲିଥିଲେ ମଧ୍ୟ ପୋଲିସ ଏ ସବୁ ରୋକିବା ଦିଗରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏବେ ପରିସ୍ଥିତି ଏଭଳି ହେଲାଣି ଯେ, ଘର ତାଲା ଦେଇ ବାହାରକୁ ଯିବାକୁ ଜନସାଧାରଣ ଭୟଭୀତ ହେଲେଣି। କାରଣ ଗୋଟିଏ ରାତି ଯଦି ଘରେ ତାଲା ପଡ଼ିଲା ତା’ ପରଦିନ ତାଲା ଭାଙ୍ଗି ଦୁର୍ବୃତ୍ତ ସର୍ବସ୍ବ ଲୁଟି ନେଉଛନ୍ତି। ସହରରେ ବ୍ୟାପକ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ରାୟଗଡ଼ା ପୋଲିସ କାହିଁକି ଚୋରି ରୋକିପାରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri