ଚଢ଼ାଉ ସତ୍ତ୍ୱେ ଚାଲିଛି ଖଣିଜ ସମ୍ପଦ ଲୁଟ୍‌

ଖୋର୍ଦ୍ଧା ଅଫିସ,୧୬ା୫: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ଚାଲିଛି। ଦୈନିକ ଶହ ଶହ ଟ୍ରକରେ ମୋରମ, ବାଲି, କଳାମୁଗୁନି ପଥର, ବଉଳାମାଳା (ମନ୍ଦିର ନିର୍ମାଣରେ ବ୍ୟବହାର ହେଉଥିବା ମୂଲ୍ୟବାନ ପଥର) ଓ ମାଙ୍କଡ଼ା ପଥର ଚାଲାଣ କରାଯାଉଛି। ବେଆଇନ ଭାବେ ପାହାଡ଼ ଖନନ ଚାଲିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ ଓ ଜରିମାନା ଆଦାୟ ସତ୍ତ୍ୱେ କୌଣସି ଫରକ ପଡୁନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି, ସରକାରୀ ଓ ଗୋଚର ଜମି ଉପରେ ମୁଖ୍ୟତଃ ନଜର ରହିଛି। ସବୁଠି ବେଆଇନ ଭାବେ ପଥର ଓ ମୋରମ ଚାଲାଣ ଚାଲିଛି। ସେହିପରି ରାସ୍ତା ସମ୍ପ୍ରସାରଣ ଆଳରେ ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ, ଆରିଆପଡ଼ା ବୃଷବନ୍ଧ, ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ପାହାଡ଼ରୁ ପଥର କଟା ଯୋଗୁ ଏଗୁଡ଼ିକ ନଣ୍ଡା ପାଲଟିଗଲାଣି। ବିଭିନ୍ନ ସ୍ଥାନରେ ଖନନ ଯୋଗୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ହେଲେ ଏସବୁ ଗର୍ତ୍ତରେ ପାଣି ଜମି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ପ୍ରଶାସନ ଓ ପୋଲିସର ଅସାଧୁ କର୍ମଚାରୀଙ୍କୁ ହାତବାରିସି କରି ଖଣିଜ ସମ୍ପଦ ଲୁଟିନିଆଯାଉଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି।
ପକ୍ଷରୁ କାଁ ଭାଁ ଚଢ଼ାଉ କରାଯାଉଛି। ଗାଡ଼ି, ମେଶିନ, ଓ ଯନ୍ତ୍ରପାତି ପ୍ରଭୃତି ଜବତ କରାଯିବା ସହ ଜରିମାନା ଆଦାୟ ହେଉଛି। ତେବେ ଚାଲାଣକାରୀ ଖସିଯାଉଛନ୍ତି। ଚୋରା ଚାଲାଣ ପଛରେ ରାଜନୈତିକ ବ୍ୟକ୍ତି ଓ ବଡ଼ବଡ଼ିଆଙ୍କ ହାତ ରହୁଛି। ଫଳରେ ପ୍ରଶାସନ ଚୁପ୍‌ ବସୁଛି। ବୋଲଗଡ଼, ଚିଲିକା, ବାଣପୁର ସବୁଠି ଏଭଳି ଭାବେ ଚାଲାଣକାରୀ ସକ୍ରିୟ ରହିଛନ୍ତି। କୌଣସି ଖଣିରେ ଚଢାଉ ପୂର୍ବରୁ ମାଫିଆଙ୍କ ପାଖରେ ଖବର ପହଞ୍ଚିଯାଉଛି। ନମ୍ବର ବିହୀନ ଓ ଫିଟ୍‌ନେସ୍‌ ନ ଥିବା ଗାଡ଼ିରେ ଚୋରା ଚାଲାଣ ହେଉଥିବାବେଳେ ଏଗୁଡ଼ିକ ଖସିଯିବା ସହଜ ହେଉଛି। ପଥର ପାଇଁ ଖନନ ଯୋଗୁ ସୃଷ୍ଟି ହେଉଥିବା ଗର୍ତ୍ତରେ ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପଡ଼ି ଆହତ ହେଉଛନ୍ତି। ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ବିଭିନ୍ନ ସମୟରେ ଏଭଳି ଅଭିଯୋଗ ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ବେଆଇନ ପଥର ଚାଲାଣ, ଖନନ ଓ ବ୍ଲାଷ୍ଟିଙ୍ଗ ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରୁଛନ୍ତି। ତେବେ କେବଳ ପ୍ରତିଶ୍ରୁତି ମିଳୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଦୀର୍ଘଦିନ ତଳେ ଏସ୍‌ଟିଏଫ୍‌ର ଚଢାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ସେହିପରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯିବା ସହ କେତେକ ଚୋରାଚାଲାଣକାରୀଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଫଳରେ ବେଆଇନ କାରବାର ବନ୍ଦ ରହିଥିଲା। ତେବେ ପରେ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତି। ଖଣି ମାଫିଆଙ୍କ ଉପରେ ରୋକ ଲଗା ନ ଗଲେ, ଆଗକୁ ଖୋର୍ଦ୍ଧା ସହରରେ ଲଘୁ ଖଣିଜ ସମ୍ପଦ ଲୋପ ପାଇଯିବ ବୋଲି ପରିବେଶବିତ ମତ ଦେଇଛନ୍ତି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ବିଭିନ୍ନ ତହସିଲ ପକ୍ଷରୁ ଚଢ଼ାଉ କରାଯିବା ସହ ଜରିମାନା ଆଦାୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri