ଚଢ଼ାଉ ସତ୍ତ୍ୱେ ଚାଲିଛି ଖଣିଜ ସମ୍ପଦ ଲୁଟ୍‌

ଖୋର୍ଦ୍ଧା ଅଫିସ,୧୬ା୫: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ଚାଲିଛି। ଦୈନିକ ଶହ ଶହ ଟ୍ରକରେ ମୋରମ, ବାଲି, କଳାମୁଗୁନି ପଥର, ବଉଳାମାଳା (ମନ୍ଦିର ନିର୍ମାଣରେ ବ୍ୟବହାର ହେଉଥିବା ମୂଲ୍ୟବାନ ପଥର) ଓ ମାଙ୍କଡ଼ା ପଥର ଚାଲାଣ କରାଯାଉଛି। ବେଆଇନ ଭାବେ ପାହାଡ଼ ଖନନ ଚାଲିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ ଓ ଜରିମାନା ଆଦାୟ ସତ୍ତ୍ୱେ କୌଣସି ଫରକ ପଡୁନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି, ସରକାରୀ ଓ ଗୋଚର ଜମି ଉପରେ ମୁଖ୍ୟତଃ ନଜର ରହିଛି। ସବୁଠି ବେଆଇନ ଭାବେ ପଥର ଓ ମୋରମ ଚାଲାଣ ଚାଲିଛି। ସେହିପରି ରାସ୍ତା ସମ୍ପ୍ରସାରଣ ଆଳରେ ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ, ଆରିଆପଡ଼ା ବୃଷବନ୍ଧ, ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ପାହାଡ଼ରୁ ପଥର କଟା ଯୋଗୁ ଏଗୁଡ଼ିକ ନଣ୍ଡା ପାଲଟିଗଲାଣି। ବିଭିନ୍ନ ସ୍ଥାନରେ ଖନନ ଯୋଗୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ହେଲେ ଏସବୁ ଗର୍ତ୍ତରେ ପାଣି ଜମି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ପ୍ରଶାସନ ଓ ପୋଲିସର ଅସାଧୁ କର୍ମଚାରୀଙ୍କୁ ହାତବାରିସି କରି ଖଣିଜ ସମ୍ପଦ ଲୁଟିନିଆଯାଉଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି।
ପକ୍ଷରୁ କାଁ ଭାଁ ଚଢ଼ାଉ କରାଯାଉଛି। ଗାଡ଼ି, ମେଶିନ, ଓ ଯନ୍ତ୍ରପାତି ପ୍ରଭୃତି ଜବତ କରାଯିବା ସହ ଜରିମାନା ଆଦାୟ ହେଉଛି। ତେବେ ଚାଲାଣକାରୀ ଖସିଯାଉଛନ୍ତି। ଚୋରା ଚାଲାଣ ପଛରେ ରାଜନୈତିକ ବ୍ୟକ୍ତି ଓ ବଡ଼ବଡ଼ିଆଙ୍କ ହାତ ରହୁଛି। ଫଳରେ ପ୍ରଶାସନ ଚୁପ୍‌ ବସୁଛି। ବୋଲଗଡ଼, ଚିଲିକା, ବାଣପୁର ସବୁଠି ଏଭଳି ଭାବେ ଚାଲାଣକାରୀ ସକ୍ରିୟ ରହିଛନ୍ତି। କୌଣସି ଖଣିରେ ଚଢାଉ ପୂର୍ବରୁ ମାଫିଆଙ୍କ ପାଖରେ ଖବର ପହଞ୍ଚିଯାଉଛି। ନମ୍ବର ବିହୀନ ଓ ଫିଟ୍‌ନେସ୍‌ ନ ଥିବା ଗାଡ଼ିରେ ଚୋରା ଚାଲାଣ ହେଉଥିବାବେଳେ ଏଗୁଡ଼ିକ ଖସିଯିବା ସହଜ ହେଉଛି। ପଥର ପାଇଁ ଖନନ ଯୋଗୁ ସୃଷ୍ଟି ହେଉଥିବା ଗର୍ତ୍ତରେ ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପଡ଼ି ଆହତ ହେଉଛନ୍ତି। ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ବିଭିନ୍ନ ସମୟରେ ଏଭଳି ଅଭିଯୋଗ ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ବେଆଇନ ପଥର ଚାଲାଣ, ଖନନ ଓ ବ୍ଲାଷ୍ଟିଙ୍ଗ ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରୁଛନ୍ତି। ତେବେ କେବଳ ପ୍ରତିଶ୍ରୁତି ମିଳୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଦୀର୍ଘଦିନ ତଳେ ଏସ୍‌ଟିଏଫ୍‌ର ଚଢାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ସେହିପରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯିବା ସହ କେତେକ ଚୋରାଚାଲାଣକାରୀଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଫଳରେ ବେଆଇନ କାରବାର ବନ୍ଦ ରହିଥିଲା। ତେବେ ପରେ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତି। ଖଣି ମାଫିଆଙ୍କ ଉପରେ ରୋକ ଲଗା ନ ଗଲେ, ଆଗକୁ ଖୋର୍ଦ୍ଧା ସହରରେ ଲଘୁ ଖଣିଜ ସମ୍ପଦ ଲୋପ ପାଇଯିବ ବୋଲି ପରିବେଶବିତ ମତ ଦେଇଛନ୍ତି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ବିଭିନ୍ନ ତହସିଲ ପକ୍ଷରୁ ଚଢ଼ାଉ କରାଯିବା ସହ ଜରିମାନା ଆଦାୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?