Posted inଭଦ୍ରକ

ଲୁଟେରା ଗ୍ୟାଙ୍ଗ ଠାବ: ୪ ଗିରଫ

ଭଦ୍ରକ ଅଫିସ, ୨୪।୪: ଭଦ୍ରକ ଆରଡ଼ି ଛକରେ ଘର ଭଡ଼ା ନେଇ ରହୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶନିବାର ଗ୍ରାମାଞ୍ଚଳ ପୋଲିସ ଠାବ କରିଛି। ଗ୍ୟାଙ୍ଗର ୩ ଲୁଟେରାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଖଇରା ଥାନା ଅଞ୍ଚଳର ଅନ୍ତର୍ଯ୍ୟାମୀ ନାୟକ, ଦେବାଶିଷ ଦାସ, ହରେକୃଷ୍ଣ ପଣ୍ଡା ଓ ସୁନା ଦୋକାନୀ ଆଦିତ୍ୟ ନନ୍ଦୀ। ସେମାନଙ୍କଠାରୁ ଏକ କାର୍‌, ଦୁଇଟି ବାଇକ୍‌, ସୁନା ଅଳଙ୍କାର, ନଗଦ ୨୦,୩୦୦ ଟଙ୍କା ସହ ମୋବାଇଲ, ଏଟିଏମ୍‌ କାର୍ଡ, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି। ଗତ ୧୯ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଧରିତ୍ରୀନଗର ଅଞ୍ଚଳରେ ଜଣେ ମହିଳା ତାଙ୍କ ପିଲାକୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଆସି ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଚଳାଇଥିବା ବେଳେ ଶନିବାର ଏମାନଙ୍କୁ ଠାବ କରିଛି। ଏହି ଅଭିଯୁକ୍ତମାନଙ୍କ ନଁାରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଭଦ୍ରକ ଏସ୍‌ଡିପିଓ ପ୍ରଭାସ ରଞ୍ଜନ ପାଲ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri