ସରକାରୀ ଜମିରୁ ରାତିଅଧିଆ ମୋରମ ଲୁଟ୍‌

କୋରେଇ,୬ା୪(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ। ବାଲି, ମାଟି, ମୋରମ, ମାଙ୍କଡା ପଥର ଆଦି ଚୋରାଚାଲାଣ କରି ମାଫିଆ ଅନେକ କୋଟି ଟଙ୍କା କମାଉଛନ୍ତି। ବ୍ୟାସନଗର ତହସିଲର କିଛି କର୍ମଚାରୀ ମଧ୍ୟ ଏଥିରେ ମାଫିଆଙ୍କୁ ସହଯୋଗ କରି ମୋଟା ଅଙ୍କର ମୁନାଫା ନେଉଥିବା ଆଲୋଚନା ହେଉଛି। ତହସିଲ ଅଧୀନ ପଛିକୋଟ ଆରଆଇ ସର୍କଲର ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ସରକାରୀ ଜମିରୁ ରୀତିମତ ମୋରମ ଚୋରି ହେଉଥିବା ଅଭିଯୋଗ ହେଉଛି। ହେଲେ ରାଜସ୍ବ ବିଭାଗ ଏହାର ଟେର୍‌ ପାଉନାହିଁ।
ଏହି ଆରଆଇ ସର୍କଲ ପରମାନନ୍ଦପୁର ମୌଜା ଖାତା ନଂ.୪୮୦ ଏବଂ ପ୍ଲଟ ନଂ.୧୫୬୭ ସରକାରୀ ଜମିରୁ ମଙ୍ଗଳବାର ରାତିରେ ସ୍ଥାନୀୟ କିଛି ମାଫିଆ ଟ୍ରାକ୍ଟର ଯୋଗେ ଶତାଧିକ ଟ୍ରିପ୍‌ ମୋରମ ଚୋରାଚାଲାଣ କରିଛନ୍ତି। ଏହି ମୋରମକୁ ଟ୍ରିପ ପିଛା ୧୫୦୦ ଟଙ୍କାରେ କିଣି ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମର କିଛି ଠିକାଦାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଖୋଳା ଯାଉଥିବା ସ୍ଥାନଗୁଡ଼ିକରେ ବିଶାଳ କାୟ ଗର୍ତ୍ତ ସୃଷ୍ଟି ହେଉଥିବାବେଳେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ ହାନି ଘଟୁଛି।
ସେହିପରି ରଗଡ଼ି କାମୁଡ଼େଇ ଗ୍ରାମ ଉନ୍ନୟନ ରାସ୍ତା ନିର୍ମାଣ ଆଳରେ ଠିକାଦାର ତହସିଲର ବିନା ଅନୁମତିରେ ମା’ କାମୁଡେଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ବିପୁଳ ମୋରମ ତାଡ଼ିନେଉଛନ୍ତି। ଏଥିସହିତ ପ୍ରତିଦିନ ଡ୍ରମ୍ଫର ଯୋଗେ ୨/୩ ଟ୍ରିପ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ପିଛା ୨ ହଜାରରେ ବିକ୍ରି କରି ରାସ୍ତା ନିର୍ମାଣରେ ନିଯୁକ୍ତ କରିଥିବା କିଛି ଯୁବକଙ୍କୁ ଦରମା ଆକାରରେ ଦେଉଥିବା ଆଲୋଚନା ହେଉଛି। ଏନେଇ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ମାଫିଆ ଓ କେତେଜଣ ରାଜସ୍ବ କର୍ମଚାରୀଙ୍କ ସଲାସୁତୁରା ପାଇଁ ୩ ବର୍ଷ ମଧ୍ୟରେ ପଛିକୋଟ ଏବଂ କନ୍ତୋର ଆରଆଇ ସର୍କଲରୁ ମୋରମ ଓ ମାଙ୍କଡା ପଥର ଉପରେ ସରକାର ପ୍ରାୟ ୩ କୋଟି ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଇଛି। ଏହାର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏନେଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରୁ ସେ ଏହାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?