ତଲାବିରା କୋଇଲା ଖଣିରୁ ମିଳିମିଶି ଲୁଟୁଛନ୍ତି

ସମ୍ବଲପୁର,୧୬ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ପ୍ରଧାନପାଲି ନିକଟରେ ବୁଧବାର ଏକ କୋଇଲା ବୋଝେଇ ଟ୍ରକ୍‌କୁ ଚୋରା ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଧରିଥିଲା। ଏହି ଘଟଣା ପରେ ଜିଲାରେ ଥିବା ଖଣିଖାଦାନରୁ ମିଳିମିଶି ଲୁଟ୍‌ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏଥିରେ କୋଇଲା କିଣୁଥିବା କମ୍ପାନୀ, ଟ୍ରାନ୍ସପୋର୍ଟର, ନେତା, ମନ୍ତ୍ରୀ, ପ୍ରଶାସନର ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି। ବୁଧବାର ଟ୍ରକ୍‌ ଧରାପଡିବା ପରେ ଘଟଣାସ୍ଥଳରେ ପରିବହନ ସଂସ୍ଥା ପହଞ୍ଚତ୍ ଏକ ଟ୍ରାନ୍‌ଜିଟ ପାସ୍‌ ଦେଖାଇ ଟ୍ରକ୍‌କୁ ଛଡାଇ ନେଇଥିଲା। ପୋଲିସ ମଧ୍ୟ ନିରୁପାୟ ହୋଇଯାଇଥିଲା। ମାସିକ ପ୍ରାୟ ୩ ଶହ ଟ୍ରକ୍‌ରେ ଏଭଳି କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି।
ଜବତ ହୋଇଥିବା ଟ୍ରକ୍‌ (ନଂ.ଓଡି୧୬ଏ-୬୦୧୧)ର ଚାଲାଣରେ ତ୍ରୁଟି ଥିବା ସନ୍ଦେହ ହୋଇଛି। ଉକ୍ତ ଟ୍ରାନ୍‌ଜିଟ ପାସ୍‌ ଆକାର ଇଞ୍ଜିନିୟର୍ସ ଆଣ୍ଡ କଣ୍ଟ୍ରାକ୍ଟର୍ସ ନାମରେ ରହିଛି। ତଲାବିରା କୋଇଲା ଖଣିରୁ ଏସିବି ସାଇଡିଂ କୁଡ୍‌କି ଯିବାକୁ ଉଲ୍ଲେଖ ରହିଛି। ଏହା ପ୍ରଥମେ ସୁନ୍ଦରଗଡ କନିକା ରେଲୱେ ସାଇଡିଂ ଯାଇ ପରେ କର୍ଣ୍ଣାଟକ କୁଡ୍‌କି (ଏନଟିପିସି) କମ୍ପାନୀକୁ ଯିବାର ଥିଲା। ଏଥିରେ ୩୧.୭୭୦ ଟନ୍‌ କୋଇଲା ଲୋଡ୍‌ ହୋଇଥିଲା। ଗାଡି ମାଲିକ ବାଦଲ ସିଂ ରହିଥିବାବେଳେ ଏଥିରେ ତାଙ୍କର ଫୋନ ନମ୍ବର ୬୨୦୪୧୧୫୦୨୦ ଦିଆଯାଇଛି। ଏହି ନମ୍ବରରେ ଫୋନ କଲେ ବିହାରର ମନୋଜ ସାହା ନାମକ ବ୍ୟକ୍ତି ଫୋନ ଉଠାଇ ତାଙ୍କର ଏକ ଜଳଖିଆ ଦୋକାନ ରହିଛି, ଟ୍ରକ୍‌ କିଣିବା ପାଇଁ ସାମର୍ଥ୍ୟ ନାହିଁ, ବୁଧବାରଠାରୁ ଏଭଳି ଅନେକ ଫୋନ ଆସିଥିବା କହିଛନ୍ତି। ଉକ୍ତ ଟ୍ରାନ୍‌ଜିଟ ପାସ୍‌ରେ ଗାଡି ମାଲିକଙ୍କ ନାମ ଓ ଫୋନ ନମ୍ବରରେ ତାଳମେଳ ରହୁନାହିଁ। ଏହାକୁ ପୋଲିସ, ଏନ୍‌ଟିପିସି କମ୍ପାନୀ ଠିକ୍‌ ଭାବେ ଯାଞ୍ଚ କଲେ ଘଟଣାର ସତ୍ୟତା ସମାନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। କୋଇଲା ସରକାରୀ ସମ୍ପତ୍ତି। ଏହାକୁ ସୁରକ୍ଷା ଦେବା ପୋଲିସ, ଏନ୍‌ଏଲ୍‌ସି କମ୍ପାନୀ, ଏନ୍‌ଟିପିସି କମ୍ପାନୀର ଦାୟିତ୍ୱ। ମିଳିତ ଚଢାଉ କରି ଯାଞ୍ଚ କଲେ ଚୋରା ଚାଲାଣ ରୋକାଯାଇ ପାରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଏନ୍‌ଏଲ୍‌ସି କମ୍ପାନୀ ଖଣି ପରିଚାଳନା ମ୍ୟାନେଜର ଭଗ୍‌ତ ସିଂ କହିଛନ୍ତି, ଏନ୍‌ଏଲ୍‌ସି ପକ୍ଷରୁ କୋଇଲା ଦିଆଯାଉଛି। ଏନ୍‌ଟିପିସି, ବେଦାନ୍ତ ଭଳି ଅନେକ କମ୍ପାନୀ ଓ ଉଦ୍ୟୋଗ କୋଇଲା କିଣନ୍ତି। ଆମ ଖଣିର ମୁଖ୍ୟ ଗେଟ୍‌ରୁ କୋଇଲା ଟ୍ରକ୍‌ ବାହାରକୁ ଚାଲିଯିବା ପରେ ଆମର ଆଉ କର୍ତ୍ତୃତ୍ୱ ନ ଥାଏ। ପରବର୍ତ୍ତୀ ଦାୟିତ୍ୱ ଟ୍ରାନ୍ସପୋର୍ଟର ଓ କୋଇଲା କିଣୁଥିବା ସଂସ୍ଥାର। ଯଦି ଚୋରି ହେବ କୋଇଲା କିଣୁଥିବା ସଂସ୍ଥାର ହେବ ବୋଲି କହିଥିଲେ। ସେହିପରି ଥାନା ଅଧିକାରୀ ଲୋକନାଥ ସାହୁ କହିଛନ୍ତି, ବୁଧବାର କାଗଜପତ୍ର ଦେଖିବା ପରେ ଟ୍ରକ୍‌କୁ ଛାଡି ଦିଆଯାଇଥିଲା। ଟ୍ରକ୍‌ରେ ଥିବା କୋଇଲା ସୁନ୍ଦରଗଡ ସାଇଡିଂରେ ଅନ୍‌ଲୋଡ ହୋଇଥିବା ସୂଚନା ମିଳିଛି। ଟ୍ରାନ୍ସପୋର୍ଟରକୁ ଡକାଯାଇ ପୁଣି କାଗଜପତ୍ର ଯାଞ୍ଚ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri