ତଲାବିରା କୋଇଲା ଖଣିରୁ ମିଳିମିଶି ଲୁଟୁଛନ୍ତି

ସମ୍ବଲପୁର,୧୬ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ପ୍ରଧାନପାଲି ନିକଟରେ ବୁଧବାର ଏକ କୋଇଲା ବୋଝେଇ ଟ୍ରକ୍‌କୁ ଚୋରା ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଧରିଥିଲା। ଏହି ଘଟଣା ପରେ ଜିଲାରେ ଥିବା ଖଣିଖାଦାନରୁ ମିଳିମିଶି ଲୁଟ୍‌ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏଥିରେ କୋଇଲା କିଣୁଥିବା କମ୍ପାନୀ, ଟ୍ରାନ୍ସପୋର୍ଟର, ନେତା, ମନ୍ତ୍ରୀ, ପ୍ରଶାସନର ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି। ବୁଧବାର ଟ୍ରକ୍‌ ଧରାପଡିବା ପରେ ଘଟଣାସ୍ଥଳରେ ପରିବହନ ସଂସ୍ଥା ପହଞ୍ଚତ୍ ଏକ ଟ୍ରାନ୍‌ଜିଟ ପାସ୍‌ ଦେଖାଇ ଟ୍ରକ୍‌କୁ ଛଡାଇ ନେଇଥିଲା। ପୋଲିସ ମଧ୍ୟ ନିରୁପାୟ ହୋଇଯାଇଥିଲା। ମାସିକ ପ୍ରାୟ ୩ ଶହ ଟ୍ରକ୍‌ରେ ଏଭଳି କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି।
ଜବତ ହୋଇଥିବା ଟ୍ରକ୍‌ (ନଂ.ଓଡି୧୬ଏ-୬୦୧୧)ର ଚାଲାଣରେ ତ୍ରୁଟି ଥିବା ସନ୍ଦେହ ହୋଇଛି। ଉକ୍ତ ଟ୍ରାନ୍‌ଜିଟ ପାସ୍‌ ଆକାର ଇଞ୍ଜିନିୟର୍ସ ଆଣ୍ଡ କଣ୍ଟ୍ରାକ୍ଟର୍ସ ନାମରେ ରହିଛି। ତଲାବିରା କୋଇଲା ଖଣିରୁ ଏସିବି ସାଇଡିଂ କୁଡ୍‌କି ଯିବାକୁ ଉଲ୍ଲେଖ ରହିଛି। ଏହା ପ୍ରଥମେ ସୁନ୍ଦରଗଡ କନିକା ରେଲୱେ ସାଇଡିଂ ଯାଇ ପରେ କର୍ଣ୍ଣାଟକ କୁଡ୍‌କି (ଏନଟିପିସି) କମ୍ପାନୀକୁ ଯିବାର ଥିଲା। ଏଥିରେ ୩୧.୭୭୦ ଟନ୍‌ କୋଇଲା ଲୋଡ୍‌ ହୋଇଥିଲା। ଗାଡି ମାଲିକ ବାଦଲ ସିଂ ରହିଥିବାବେଳେ ଏଥିରେ ତାଙ୍କର ଫୋନ ନମ୍ବର ୬୨୦୪୧୧୫୦୨୦ ଦିଆଯାଇଛି। ଏହି ନମ୍ବରରେ ଫୋନ କଲେ ବିହାରର ମନୋଜ ସାହା ନାମକ ବ୍ୟକ୍ତି ଫୋନ ଉଠାଇ ତାଙ୍କର ଏକ ଜଳଖିଆ ଦୋକାନ ରହିଛି, ଟ୍ରକ୍‌ କିଣିବା ପାଇଁ ସାମର୍ଥ୍ୟ ନାହିଁ, ବୁଧବାରଠାରୁ ଏଭଳି ଅନେକ ଫୋନ ଆସିଥିବା କହିଛନ୍ତି। ଉକ୍ତ ଟ୍ରାନ୍‌ଜିଟ ପାସ୍‌ରେ ଗାଡି ମାଲିକଙ୍କ ନାମ ଓ ଫୋନ ନମ୍ବରରେ ତାଳମେଳ ରହୁନାହିଁ। ଏହାକୁ ପୋଲିସ, ଏନ୍‌ଟିପିସି କମ୍ପାନୀ ଠିକ୍‌ ଭାବେ ଯାଞ୍ଚ କଲେ ଘଟଣାର ସତ୍ୟତା ସମାନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। କୋଇଲା ସରକାରୀ ସମ୍ପତ୍ତି। ଏହାକୁ ସୁରକ୍ଷା ଦେବା ପୋଲିସ, ଏନ୍‌ଏଲ୍‌ସି କମ୍ପାନୀ, ଏନ୍‌ଟିପିସି କମ୍ପାନୀର ଦାୟିତ୍ୱ। ମିଳିତ ଚଢାଉ କରି ଯାଞ୍ଚ କଲେ ଚୋରା ଚାଲାଣ ରୋକାଯାଇ ପାରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଏନ୍‌ଏଲ୍‌ସି କମ୍ପାନୀ ଖଣି ପରିଚାଳନା ମ୍ୟାନେଜର ଭଗ୍‌ତ ସିଂ କହିଛନ୍ତି, ଏନ୍‌ଏଲ୍‌ସି ପକ୍ଷରୁ କୋଇଲା ଦିଆଯାଉଛି। ଏନ୍‌ଟିପିସି, ବେଦାନ୍ତ ଭଳି ଅନେକ କମ୍ପାନୀ ଓ ଉଦ୍ୟୋଗ କୋଇଲା କିଣନ୍ତି। ଆମ ଖଣିର ମୁଖ୍ୟ ଗେଟ୍‌ରୁ କୋଇଲା ଟ୍ରକ୍‌ ବାହାରକୁ ଚାଲିଯିବା ପରେ ଆମର ଆଉ କର୍ତ୍ତୃତ୍ୱ ନ ଥାଏ। ପରବର୍ତ୍ତୀ ଦାୟିତ୍ୱ ଟ୍ରାନ୍ସପୋର୍ଟର ଓ କୋଇଲା କିଣୁଥିବା ସଂସ୍ଥାର। ଯଦି ଚୋରି ହେବ କୋଇଲା କିଣୁଥିବା ସଂସ୍ଥାର ହେବ ବୋଲି କହିଥିଲେ। ସେହିପରି ଥାନା ଅଧିକାରୀ ଲୋକନାଥ ସାହୁ କହିଛନ୍ତି, ବୁଧବାର କାଗଜପତ୍ର ଦେଖିବା ପରେ ଟ୍ରକ୍‌କୁ ଛାଡି ଦିଆଯାଇଥିଲା। ଟ୍ରକ୍‌ରେ ଥିବା କୋଇଲା ସୁନ୍ଦରଗଡ ସାଇଡିଂରେ ଅନ୍‌ଲୋଡ ହୋଇଥିବା ସୂଚନା ମିଳିଛି। ଟ୍ରାନ୍ସପୋର୍ଟରକୁ ଡକାଯାଇ ପୁଣି କାଗଜପତ୍ର ଯାଞ୍ଚ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?