
ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଠାରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀରେ ଶେହଓ୍ବାଜ ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ପୁଟିନ ନିଜ ହସକୁ ରୋକି ପାରି ନ ଥିଲେ।
ଉଭୟ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପ ପୂର୍ବରୁ ଭାଷା ବୁଝିବା ପାଇଁ ଉଭୟ ପୁଟିନ ଏବଂ ସରିଫ ଜଣେ ଅନୁବାଦକଙ୍କ ଆବଶ୍ୟକ କରୁଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ କାନରେ ହେଡଫୋନ ପରି ମେସିନ ଲଗାଇବାକୁ ପଡିଥିଲା। ସେ ଚେୟାରରେ ବସିବା ମାତ୍ରେ ପୁଟିନ ସହଜରେ ନିଜ କାନରେ ହେଡଫୋନ ଲଗାଇଦେଇଥିଲେ। କିନ୍ତୁ ଶେହଓ୍ବାଜ୍ ହେଡଫୋନ ଲଗାଇପାରି ନ ଥିଲେ। ପ୍ରଥମେ ସେ ଗୋଟିଏ କାନରେ ଲଗାଇବାକୁ ଚେଷ୍ଟା କଲେ କିନ୍ତୁ ହେଡଫୋନଟି ଖସିଗଲା। ତା’ପରେ ସେ ଏହାକୁ ଅନ୍ୟ କାନରେ ରଖିବାକୁ ଚେଷ୍ଟା କରିବା ଆରମ୍ଭ କଲେ। କିନ୍ତୁ କରି ନ ପାରିବାରୁ ଶେଷରେ ତାଙ୍କୁ ସାହାଯ୍ୟ ମାଗିବାକୁ ପଡିଲା। ଜଣେ ଅଧିକାରୀ ସରିଫଙ୍କ ନିକଟକୁ ଆସି ହେଡଫୋନକୁ ତାଙ୍କ କାନରେ ରଖିଥିଲେ। ଏହା ଦେଖି ପୁଟିନ ମୁରୁକି ମୁରୁକି ହସିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି।
🇵🇰PM Shahbaz Sharif and translator. pic.twitter.com/MKup71dPN6
— Khaleej Mag (@KhaleejMag) September 15, 2022