ମାସିକିଆ ବଟିଦେଇ ଖଣିରୁ ଲୁଟ୍‌

ଖୋର୍ଦ୍ଧା,୧୬ା୧(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ପାହାଡ଼ ଖନନ କରିବା ସହ ଦୈନିକ ଶହ ଶହ ଟ୍ରକରେ ଲଘୁ ଖଣିଜ ସମ୍ପଦ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ପଥର, ବଉଳାମାଳା ପଥର ଆଦି ଚାଲାଣ ହେଉଛି। ପ୍ରଶାସନର ଚଢ଼ାଉ ଏବଂ ଜରିମାନା ଆଦାୟ ସତ୍ତ୍ୱେ ଏଥିରେ କୌଣସି ଫରକ ପଡୁନାହିଁ। ଅନ୍ୟପଟେ ଚୋରାଚାଲାଣ ରୋକିବା ପରିବର୍ତ୍ତେ ମୋଟା ଅଙ୍କ ନେଇ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀ ସେମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ମାସିକିଆ ବଟି ଦେଇ ଖଣି ମାଫିଆ ନିର୍ଭୟରେ ଖଣି ଲୁଟ୍‌ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ଶ୍ରୀମନ୍ଦିର ପ୍ରଶାସନର ଜମି, ସରକାରୀ ଏବଂ ଗୋଚର ଜମି ଉପରେ ଖଣି ମାଫିଆଙ୍କ ନଜର ରହିଛି। ପାଓ୍ବାର ଟ୍ରିଲର, ମେଶିନ ସାହାର୍ଯ୍ୟରେ ଏକର ଏକର ଜମିରୁ ମାଙ୍କଡ଼ା ପଥର କାଟି ନେବା ସହ ମୋରମ ଚାଲାଣ କରୁଛନ୍ତି। ଏପରିକି କାଜୁ ଜଙ୍ଗଲରୁ ମୋରମ, ମାଙ୍କଡା ଚାଲଣ କରୁଛନ୍ତି। ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡ଼ା ବୃଷବନ୍ଧ ପାହାଡ଼, ୧୬ନଂ. ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡ଼କୁ ନଣ୍ଡା କରିସାରିଲେଣି। ଏପରିକି ରାଜପଥ ସମ୍ପ୍ରସାରଣ ଆଳରେ ଠିକାଦାରମାନେ ପଥର ଏବଂ ମୋରମ ଚାଲାଣ କରୁଛନ୍ତି। ଜାତୀୟ ରାଜପଥ ଗଳାବାଟ ସାଜିଥିବା ବେଳେ ରାତିସାରା ହାଇଓ୍ବା, ଟ୍ରକରେ ଚାଲାଣ କରାଯାଉଛି। ଖୋର୍ଦ୍ଧାଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ପାହାଡ଼ କଟାଯିବାରୁ ରାସ୍ତା ଖାଲଖମା ହୋଇ ବର୍ଷା ହେଲେ କୁତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ମେଶିନ, ଯନ୍ତ୍ରପାତି ଏବଂ ବିଭିନ୍ନ ପଥର ବୋଝେଇ ଟ୍ରକ ଜବତ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ହେଲେ ଚଢ଼ାଉ ପୂର୍ବରୁ ସୂଚନା ପାଇ ଖଣି ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି। ଫଳରେ ପ୍ରଶାସନ ଖାଲି ହାତରେ ଫେରୁଛି। ତେବେ ଚଢ଼ାଉ ପୂର୍ବରୁ କିପରି ମାଫିଆମାନେ ସୂଚନା ପାଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରୁ ଏକାଧିକ ଗ୍ରାମବାସୀ ଜିଲା ପ୍ରଶାସନର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ବେଆଇନ ପଥର ଖନନ, ବ୍ଲାଷ୍ଟିଂ, ପଥର ଚାଲାଣ ରୋକିବା ସହ ଗୋଚର, ଶ୍ରୀମନ୍ଦିର ପ୍ରଶାସନ ଜମିକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରୁଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ଏଥିରେ କୌଣସି ଫରକ ପଡୁନାହିଁ। ରାଜନେତା ଏବଂ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀଙ୍କ ଛତ୍ରଛାୟା ତଳେ ଖଣି ମାଫିଆଙ୍କ ରାଜୁତି ଚାଲିଛି ବୋଲି ଚର୍ଚ୍ଚା ହେଉଛି। ଖୋର୍ଦ୍ଧା ଅଞ୍ଚଳରେ ଥିବା ପଥର ଖଣି, ମାଙ୍କଡା ଚାଲାଣ ବାବଦକୁ ଦୈନିକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଚାଲାଣ ହେଉଛି। ଖଣି ମାଫିଆଙ୍କ ଉପରେ ରୋକ ଲଗା ନ ଗଲେ ଆଗାମୀ ଦିନରେ ଲଘୁ ଖଣିଜ ସମ୍ପଦ ଲୋପ ପାଇଯିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଲଘୁ ଖଣିଜ ଚୋରା ଚାଲାଣ ରୋକିବା ପାଇଁ ଗୁରୁତ୍ୱ ଦିଆଯାଇଛି। ବେଆଇନଭାବେ ଚାଲିଥିବା ପଥର ଖଣି ଏବଂ କ୍ରସର ୟୁନିଟ ଉପରେ ଚଢ଼ାଉ କରାଯାଉଛି। ଚୋରାଚାଲାଣରେ ବ୍ୟବହାର ଯାନବାହନ ଧରାପଡିଲେ ଜରିମାନା ସହ ଏହାର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। ଚୋରାଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ। ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ସହ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛ ବୋଲି ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?