ଚାଇନା ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌

ଭୁବନେଶ୍ୱର,୨୫।୭(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ବଡ଼ ଶିଳ୍ପପତି, ଖେଳାଳି, ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଚାଇନା ନାଗରିକଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି। ସେ ହେଲେ ଚାଇନା ଝେନ୍‌ଝିଆଙ୍ଗ୍‌ ରାଜ୍ୟର ଝିହୁ ଜିଲା ହାଙ୍ଗ୍‌ଝୋଉ ସହର ୱେନ୍‌ସେନ୍‌ ରୋଡ ନମ୍ବର ୧୯୯ର ଫ୍ଲାଟ୍‌ ନଂ.୨୦୨ରେ ରହୁଥିବା ଗୁଆଁହୁଆ ୱାଙ୍ଗ୍‌। ଗୁଆଁହୁଆଙ୍କୁ ଧରିବାକୁ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ବିଓଆଇ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରାଯାଇଛି। ଏଥିସହ ଗୁଆଁହୁଆଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ତେବେ ଗୁଆଁହୁଆଙ୍କୁ ଧରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଗୁଆଁହୁଆ ୨୦୧୯ରୁ ବେଙ୍ଗାଲୁରୁ ଡିକେନ୍‌ଶୋନ୍‌ ରୋଡ୍‌ରେ ‘ବେଟ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାଁରେ ଏକ କମ୍ପାନୀ କରିଛନ୍ତି। ଏଥିସହ ବେଙ୍ଗାଲୁରୁରେ ପଞ୍ଜୀକୃତ ଅନ୍ୟ ଦୁଇଟି କମ୍ପାନୀ ଗେମ୍‌କାମ୍ପ୍‌ ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବାୟିରୋଣ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ସେ ଚଲାଉଛନ୍ତି। ଏଥିପାଇଁ ୨୦୧୯ରୁ ୨୦୨୦ ମଧ୍ୟରେ ସେ ଭାରତକୁ ୬ଥର ଆସିଛନ୍ତି। ଏଠାରେ ସେ ଭାରତୀୟ ଏଜେଣ୍ଟଙ୍କ ସହଯୋଗରେ ସାମ୍ରାଜ୍ୟ ବିସ୍ତାର କରିବା ପରେ ଚାଇନା ପଳାଇ ଯାଇଥିଲେ। ପରେ ସେ ଚାଇନାରେ ରହି ଏହି ର଼୍ୟାକେଟ୍‌ ଚଳାଉଛନ୍ତି। ପୂର୍ବରୁ ୭୦ ଲକ୍ଷ ଟଙ୍କା ଥିବା ଗୁଆଁହୁଆଙ୍କ କମ୍ପାନୀ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଫ୍ରିଜ୍‌ କରିଥିଲା। ଅଭିଯୁକ୍ତମାନେ ଫେକ୍‌ ଆପ୍‌ଗୁଡ଼ିକରେ ଅମିତାଭ ବଚ୍ଚନ୍‌, ମୁକେଶ ଅମ୍ବାନୀ, ସଚିନ ତେନ୍ଦୁଲକର ପ୍ରମୁଖଙ୍କ ଫଟୋକୁ ବିଜ୍ଞାପନ ଭାବେ ବ୍ୟବହାର କରି ଲୋକଙ୍କ ବିଶ୍ୱାସ ଜନ୍ମାଉଥିଲେ। ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଫସାଉଥିଲେ। ଏଭଳି ଭାବେ ବିନିଯୋଗ ଆଳରେ ଦେଶବ୍ୟାପୀ ବହୁ କୋଟି ଟଙ୍କା ଠକି ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଉଲ୍ଲଖଯୋଗ୍ୟ, ଏହାପୂର୍ବରୁ ଦୁଇଟି ଲୋନ୍‌ ଆପ୍‌ ମାମଲାରେ ୫ଜଣ ଚାଇନା ନାଗରିକଙ୍କ ନାଁରେ ୨୦୨୨ରେ ଲୁକ୍‌ ଆଉଟ୍‌ ସର୍କୁଲାର ମଧ୍ୟ ଜାରି ହୋଇଛି। ହେଲେ ସେମାନେ ଏପର୍ଯ୍ୟନ୍ତ ଧରା ନ ପଡ଼ି ନ ଥିବାବେଳେ ଗୁଆଁହୁଆ ଗିରଫ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?