ଆରବର୍ଷକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୮।୭: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ମାତ୍ର ୪ ଦିନ। ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କ ଏହି ଅଲୌକିକ ଲୀଳା ଦେଖିବା ଲାଗି ବିଶ୍ୱର ଅଗଣିତ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ହେଲେ କରୋନା ମହାମାରୀ ପାଇଁ ଶ୍ରୀକ୍ଷେତ୍ରକୁ ବାଦ୍‌ଦେଲେ ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହାକୁ ନେଇ ପୁଣିଥରେ ନିରାଶ ହୋଇଛନ୍ତି ଢେଙ୍କାନାଳବାସୀ।

ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଢେଙ୍କାନାଳର ରଥଯାତ୍ରା ଯେତିକି ପୁରୁଣା, ସେତିକି ସଂସ୍କୃତିସମ୍ପନ୍ନ ମଧ୍ୟ। ହେଲେ ଗତ ଦୁଇବର୍ଷ ହେଲା ଘୋଷଯାତ୍ରା ଉପରେ ଛାଇଯାଇଛି କରୋନା କଳାବାଦଲ। ପରମ୍ପରା ବଞ୍ଚାଇବାକୁ ବଳରାମ ମନ୍ଦିରରେ ପ୍ରତୀକାତ୍ମକ ବିଧି ପାଳନ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ରଥାରୂଢ଼ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚତ୍ତ ହେଉଛନ୍ତି। ମହାମାରୀ ପାଇଁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ସୃଷ୍ଟି ହୋଇଥିବାବେଳେ ମହାପ୍ରଭୁ ଚାହିଁଲେ ଆରବର୍ଷକୁ ପୁଣିଥରେ ରଥଗଡ଼ାରୁ ରଥଗଡ଼ିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
କେଉଁ ଆବହମାନ କାଳରୁ ଢେଙ୍କାନାଳରେ ୨ ରଥ ନିର୍ମାଣ କରାଯାଉଛି। ୪୨ ଫୁଟ ଉଚ୍ଚତା ଏବଂ ୧୨ ଚକ ବିଶିଷ୍ଟ ବଡ଼ରଥରେ ଶ୍ରୀବଳରାମ ମନ୍ଦିରରେ ପୂଜିତ ଶ୍ରୀଜଗନ୍ନାଥ ବିରାଜମାନ କରିଥା’ନ୍ତି। ସେହିପରି ୩୩ ଫୁଟ ଉଚ୍ଚତା ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜନଅରରେ ପୂଜା ପାଉଥିବା ଶ୍ରୀଜୀଉ ବିଜେ କରିଥାଆନ୍ତି। ୧୯୯୯ରୁ ସାନରଥକୁ ମହିଳାମାନେ ଟାଣୁଛନ୍ତି। କିନ୍ତୁ ୨ ବର୍ଷ ହେଲା କୋଭିଡ୍‌ କଟକଣା ପାଇଁ ରଥଯାତ୍ରା ବନ୍ଦ ରହିଛି। ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ଏକ ରଥ କରାଯାଇ କେବଳ ବିଧି ପାଳନ କରାଯାଉଛି। ଆସନ୍ତା ୧୨ ତାରିଖରେ ଘୋଷଯାତ୍ରା ଉପଲକ୍ଷେ ରାଜପୁରୋଧାଙ୍କ ଦ୍ୱାରା ସମୟ ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ତଦନୁଯାୟୀ ପୂର୍ବାହ୍ନ ୧୦ଟା ସୁଦ୍ଧା ମଙ୍ଗଳାର୍ପଣ, ରାଜଦର୍ଶନ, ସେବାପୂଜା ହୋଇ ପହଣ୍ଡି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଦକ୍ଷିଣାୟନ, ବନ୍ଦାପନା ପରେ ନିର୍ଦ୍ଧାରିତ ମଣ୍ଡପରେ ଠାକୁର ବିଜେ ହେବେ। ଏହି ଅବସରରେ ପରମ୍ପରା ରକ୍ଷା ଲାଗି ୪ଫୁଟ ଉଚ୍ଚତାର ଏକ ଛୋଟ ରଥକୁ ପ୍ରତିଷ୍ଠା କରାଯିବ। ରାଜପରିବାର ସଦସ୍ୟଙ୍କ ଦ୍ୱାରା ଛେରା ପହଁରା କରାଯିବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଡପମଣ୍ଡପ ବେଶ ଶେଷହେବ ବୋଲି ନୀତି ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଲକ୍ଷାଧିକ ଶ୍ରଦ୍ଧାଳୁ ନିରାଶ
ଢେଙ୍କାନାଳ ଜିଲାରେ ଥିବା ୧୨୫ ଜଗନ୍ନାଥ ମନ୍ଦିର ମଧ୍ୟରୁ ଅଧିକାଂଶ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଗତ ୨ବର୍ଷ ହେଲା କରୋନା ପାଇଁ ରଥଯାତ୍ରା ହୋଇପାରୁନାହିଁ, ଯାହା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।
-ପ୍ରଦ୍ୟୁମ୍ନ ରଥ, ସଭାପତି, ଶ୍ରୀଜଗନ୍ନାଥ ଚେତନା ସମିତି

ମନ୍ଦିର ବେଢ଼ାରେ ୧୪୪ ଧାରା
କରୋନା ପାଇଁ ପ୍ରତୀକାତ୍ମକ ଭାବେ ମନ୍ଦିର ବେଢ଼ାରେ ରଥଯାତ୍ରା ପାଳନ ହେଉଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ୧୪୪ ଧାରା ଜାରି କରାଯାଉଛି। ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ।
-ଦେବାଶିଷ ମିଶ୍ର, ବୁଦ୍ଧିଜୀବୀ

ମହାମାରୀ ସବୁ ବିଗାଡ଼ି ଦେଇଛି
ବର୍ଷକୁ ଥରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥାଏ। ହେଲେ କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ୍ତ ରହିବା ଭକ୍ତଙ୍କୁ ନିଶ୍ଚୟ କଷ୍ଟ ଦେବ।
-ଅବନୀ ମିଶ୍ର, ଉପସଭାପତି, ରାଜ୍ୟ କଳା ସଂସ୍କୃତି ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍‌। ଏଭଳି ଏକ...

ବିଧାୟକ ପ୍ରଦୀପଙ୍କ ଜାମିନ ଆବେଦନ ମାମଲା: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୫।୧(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ...

ଟ୍ରାଫିକ୍‌ ପୋଲିସକୁ ରାଜସ୍ବ ଚିନ୍ତା: ୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୪।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି...

କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.) ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ....

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଆସୁଥିଲା ଗଞ୍ଜେଇ

ଭୁବନେଶ୍ୱର/ସମ୍ବଲପୁର, ୩୦।୮(ବ୍ୟୁରୋ): ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ...

ଅଳିଆରେ କଲବଲ କାଳୀବଜାର

ଭୁବନ, ୧୧।୩(ଡି.ଏନ.ଏ.) ସ୍ବଚ୍ଛ ସହର ଗଢ଼ିତୋଳିବା ପାଇଁ ଅନେକ ଯୋଜନା। ସ୍ବଚ୍ଛ ଭାରତ ଅଭିଯାନ, ସହରାଞ୍ଚଳ ବିକାଶ ପାଣ୍ଠିରୁ ଏଥିଲାଗି ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା।...

କେସିଙ୍ଗା ଏନ୍‌ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ

କେସିଙ୍ଗା, ୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧...

ଜୀବିକା ଛଡ଼ାଇ ନେଇଛି କରୋନା: ସରକାରୀ ସହାୟତା ଦାବି କଲା ବରଗଡ଼ ଫଟୋଗ୍ରାଫର ଆସୋସିଏଶନ

ବରଗଡ଼ ଅଫିସ,୨୭।୫- ଘାତକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ସରକାରଙ୍କ ଏହି କଟକଣା ଯୋଗୁ ଫଟୋଗ୍ରାଫରଙ୍କ ଜୀବନ...

Advertisement
Archives

Model This Week