ବଦଳି ନାଟକ

ଦିଲ୍ଲୀ ବିଧାନସଭା ନିର୍ବାଚନର ରାଜନୈତିକ ରଙ୍ଗମଞ୍ଚକୁ ଦେଖିଲେ ବାବୁ ଅଦଳବଦଳ ଏକ ଡ୍ରାମା ଭଳି ମନେହୁଏ। ଆଇପିଏସ୍‌ ଅଧିକାରୀ ମନୀଷି ଚନ୍ଦ୍ରାଙ୍କୁ ବଦଳିକରିବା ପରେ ପୁନର୍ବାର ତାହାକୁ ରଦ୍ଦକରିବା ହେଉଛି ବଦଳି ନାଟକର ରୋଚକ ବିଷୟ। ଦିଲ୍ଲୀ ପୋଲିସ କମିଶନରରେ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଥିବା ଚନ୍ଦ୍ରାଙ୍କୁ ଗତ ମାସରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଜୋରାମକୁ ବଦଳି କରିଥିଲେ। ହେଲେ ଗତ ସପ୍ତାହରେ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଗଲା, ଅର୍ଥାତ୍‌ ତାଙ୍କ ବଦଳି ରଦ୍ଦ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାହାକୁ ତୁରନ୍ତ ଲାଗୁକରିବା ଲାଗି କୁହାଯାଇଥିଲା। ଅନୌପଚାରିକ ସୂତ୍ରରୁ ଜଣାପଡ଼ିଛି, ଦିଲ୍ଲୀ ନିର୍ବାଚନ ପୂର୍ବରୁ ଚନ୍ଦ୍ରାଙ୍କ ବଦଳିକୁ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଖୁସି ନ ଥିଲେ। ଗୁଜବ ଉଠିଛି ଯେ ଚନ୍ଦ୍ରାକୁ ମିଜୋରାମ ଛାଡ଼ିବାକୁ ଆରୋରା ମନା କରିଦେଇଥିଲେ ଏବଂ ଏହି ନିଷ୍ପତ୍ତି ବଦଳାଇବାକୁ ସକ୍ଷମ ହୋଇଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଚନ୍ଦ୍ରାଙ୍କ ଉପସ୍ଥିତି ଜରୁରୀ ଥିବାରୁ ଏହା ହୋଇଥିଲା। ଯଦି ଚନ୍ଦ୍ରାଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ତାଙ୍କୁ କାହିଁକି ବଦଳି କରାଯାଇଥିଲା? ବଦଳି ଏକ ଭୁଲ୍‌ ପଦକ୍ଷେପ କିମ୍ବା ଏକ ଯୋଜନାବଦ୍ଧ ପଦକ୍ଷେପ ଥିଲା, ଯାହା ଚାପରେ ଓଲଟା ହୋଇଗଲା କି? ସେ ଯାହା ହେଉନା କାହିଁକି, ଏହା ଏକ ମାମୁଲି ବଦଳି ନୁହେଁ। ଦିଲ୍ଲୀର ନିର୍ବାଚନୀ ଉଷ୍ମତା ମଧ୍ୟରେ ଏକ ଅମଲାତାନ୍ତ୍ରିକ ନିଷ୍ପତ୍ତି କିଭଳି ହଟଚମଟ ସୃଷ୍ଟି କରିପାରେ ଏହା ତାହାର ଏକ ସଙ୍କେତ। ମତଦାନ ଯେତିକି ପାଖେଇ ଆସୁଛି, ପ୍ରଶାସନିକ କିମ୍ବା ରାଜନୈତିକ ହେଉ, ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।
ନିଯୁକ୍ତି ନିଷ୍ପତ୍ତିରେ ଜଟିଳତା
୧ ବର୍ଷରୁ ଅଧିକ ସମୟ ଧରି ସଙ୍କଟର ମୁକାବିଲା କରିଆସୁଥିବା ମଣିପୁରରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିନିତ ଜୋଷୀ ନୂଆଦିଲ୍ଲୀ ଯିବେ। କେନ୍ଦ୍ର ତାଙ୍କ ବଦଳିକୁ ନିଶ୍ଚିତ କରିବାର ୧୦ ଦିନରୁ ଅଧିକ ହୋଇଗଲାଣି। ଏହି ବିଳମ୍ବ ହେତୁ ଜଟିଳ ସମୟରେ ରାଜ୍ୟ ପ୍ରଶାସନର ଦାୟିତ୍ୱ କିଏ ନେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପ୍ରତି ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଏ.କେ.ଭାଲାଙ୍କୁ ମଣିପୁରର ରାଜ୍ୟପାଳ ଏବଂ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି. କେ.ସିଂଙ୍କୁ ମିଜୋରାମର ରାଜ୍ୟପାଳ ଭାବେ କରାଯାଇଥିବା ନିଯୁକ୍ତିକୁ ଦେଖିଲେ ଏହା ଏକ ବୃହତ୍‌ ରଣନୀତିର ଅଂଶ ବୋଲି ପ୍ରଶାସନ ସହ ଜଡ଼ିତ ବ୍ୟକ୍ତିମାନେ ଯୁକ୍ତି ବାଢ଼ନ୍ତି । ମଣିପୁରର ଆହ୍ବାନଗୁଡ଼ିକର ମୁକାବିଲା କରିବା ପାଇଁ କେନ୍ଦ୍ର ନିଆରା ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଜଣେ ନୂତନ ମୁଖ୍ୟ ସଚିବ ନିଯୁକ୍ତ କରିବା ଜରୁରୀ ।
ତେବେ ନିଯୁକ୍ତି ପ୍ରକ୍ରିୟା ଉପରେ ଏବେ ଆକଳନ କରିବା କଷ୍ଟକର। କାରଣ ବିଗତ ୧୦ ଦିନ ମଧ୍ୟରେ ନିଯୁକ୍ତି ପାଇଁ ଅନେକ ନାମ ସାମ୍ନାକୁ ଆସିଛି । ପ୍ରତିଯୋଗୀମାନଙ୍କ ମଧ୍ୟରେ କେ. ମୋସେସ୍‌ ଚାଲାଇ ଅଛନ୍ତି, ଯାହାଙ୍କ ନିଯୁକ୍ତି ପାଇଁ ନାଗା ପିପୁଲ୍ସ ଅର୍ଗାନାଇଜେଶନ (ଏନ୍‌ପିଓ) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିବା ପରେ ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି, ଏହା ଏକ ସରଳ ଦାବି ନା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବାଦ୍‌ ଦେବା ଲାଗି ଏକ ଏଜେଣ୍ଡା । ଏହି ପ୍ରକ୍ରିୟାରେ ଯୋଗହେଉଛି ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନର ମୁଖ୍ୟ ଶ୍ରୀରାମ ତାରାଣିିକାନ୍ତିଙ୍କ ନାମ । ଏଭଳି ଅନେକ ନାମ ସାମ୍ନାକୁ ଆସୁଛି। ଏହି ସମସ୍ତ ପ୍ରତିଯୋଗୀ ବର୍ତ୍ତମାନ କେନ୍ଦ୍ରରେ କାର୍ଯ୍ୟରତ, ଯାହା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଆହୁରି ଜଟିଳ କରିଛି।
ଲୋକଦେଖାଣିଆ ସଂଗ୍ରାମ
ଶେଷରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସ୍କାମ୍‌ରେ ସମ୍ପୃକ୍ତ ଜମ୍ମୁ-କଶ୍ମୀରର ରାଜସ୍ବ ସଚିବ କୁମାର ରାଜୀବ ରଞ୍ଜନଙ୍କ ଉପରେ ବିଚାରକରିବା କେନ୍ଦ୍ର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅଭିଯୋଗର ବିଚାର ପାଇଁ ସିବିଆଇ ସବୁଜ ସଙ୍କେତ ଦେଇଛି। ରଞ୍ଜନ ଜମ୍ମୁର ଡେପୁଟି କମିଶନର ଥିବାବେଳେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅନୁମୋଦନ ପ୍ରକ୍ରିୟାରେ ହେରଫେର କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ବର୍ତ୍ତମାନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ତାଙ୍କ ବିରୋଧରେ ନ୍ୟାୟିକ ବିଚାର ପାଇଁ ଅନୁମତି ଦେଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟରେ ଏହି ବିବାଦୀୟ ମାମଲା ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାମଲାରେ ଅନ୍ୟମାନଙ୍କୁ ବାଦ୍‌ ଦେଇ କେବଳ ଜଣଙ୍କୁ ବଛାଯାଇଥିବାରୁ ହାଇକୋର୍ଟ ନଭେମ୍ବର ୨୫ରେ ଅସନ୍ତୋଷ ବ୍ୟକ୍ତ କରି ପଚାରିଥିଲେ, ‘ସେ କାହିଁକି ଏବଂ ଅନ୍ୟମାନେ ନୁହନ୍ତି’? ଏହା ଏକ ଯଥାର୍ଥ ପ୍ରଶ୍ନ ଏବଂ ଅନେକେ ମଧ୍ୟ ଏ ବିଷୟରେ ପଚାରୁଛନ୍ତି । ଏହା ନ୍ୟାୟ ପାଇଁ ନା କେବଳ କ୍ଷତି ଘୋଡ଼ାଇବା ଲାଗି ପଦକ୍ଷେପ? ଅଦାଲତରେ ଅଭିଯୋଗର ବିଚାର ଏକ ଉତ୍ତମ ଉପାୟ, କିନ୍ତୁ ଯେତେବେଳେ ଏହା କେବଳ ମନୋନୀତ ଆଧାରରେ ହୁଏ, ସେତେବେଳେ ଏହା ଚମକ ହରାଇଥାଏ। ଯଦି ସମସ୍ତ ୯ ଜଣ ଅଧିକାରୀ ଏହି ଅଭିଯୋଗ ରାକେଟ୍‌ର ଅଂଶବିଶେଷ ଥିଲେ, ତେବେ କେବଳ ରଞ୍ଜନଙ୍କୁ କାହିଁକି ଟାର୍ଗେଟ କରାଯାଉଛି। ସମ୍ପୃକ୍ତ ସମସ୍ତଙ୍କ ଉପରେ ବିଚାର କରାଯାଉ କିମ୍ବା କେତେଜଣଙ୍କୁ କାହିଁକି ରକ୍ଷା କରାଯାଇଛି ସେ ବିଷୟରେ ସ୍ପଷ୍ଟ ଭାବେ କୁହାଯାଉ। ଅନ୍ୟଥା, ଦୁର୍ନୀତି ବିରୋଧରେ ଏହି ତଥାକଥିତ ସଂଗ୍ରାମ ଲୋକଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?