Posted inଖେଳ

ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ

ଅକ୍‌ଲାଣ୍ଡ,୧୧ା୧ (ଏପି): ଗେଲ୍‌ ମନଫିଲ୍ସ ଏଠାରେ ଚାଲିଥିବା ଏକ ପୁରୁଷ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆମେରିକାର ନିସ୍‌ହେସ ବାସାଭା ରେଡ୍ଡୀଙ୍କୁ ୭-୬ (୫), ୬-୪ରେ ହରାଇ ଦେଇଛନ୍ତି। ଫଳରେ ଏକ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିବାରେ ୧୯୯୦ ପରେ ସେ ଦ୍ୱିତୀୟ ବୟସ୍କ ଖେଳାଳି ବିବେଚିତ ହୋଇଛନ୍ତି। ଫ୍ରେଞ୍ଚ ଟେନିସ ଖେଳାଳି ୩୮ବର୍ଷ ୧୩୧ ଦିନ ବୟସରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଇଭୋ କାର୍ଲୋଭିଚ୍‌ଙ୍କ ନାମରେ ଏଟିପନି ଟୁର୍‌ ରେକର୍ଡ ରହିଛି। ସେ ୨୦୧୯ରେ ଭାରତର ପୁଣେରେ ଫାଇନାଲ ଜିତି ଏଟିପି ଟୁର୍‌ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେତେବେଳେ ତାଙ୍କର ବୟସ ୩୯ ବର୍ଷ, ୩୧୧ ଦିନ ହୋଇଥିଲା। ୨୦୨୩ରେ ମନଫିଲ୍ସଙ୍କୁ ଯେତେବେଳେ ୩୮ ବର୍ଷ ଓ ୧୨୪ ଦିନ ବୟସ ହୋଇଥିଲା ସେ କ୍ରୋଏସିଆର ଉମାଗଠାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ। କାର୍ଲୋଭିଚ୍‌ ଆହୁରି ମଧ୍ୟ ୨୦୧୭ରେ ୩୮ ବର୍ଷ, ୧୧୦ ଦିନ ବୟସରେ ଡେନ୍‌ ବୋସକ ଫାଇନାଲରେ ପ୍ରବେଶ କରିଥିଲେ। ଟପ୍‌ ୫ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ହେଲେ ରୋଜର ଫେଡରର (୨୦୧୯ରେ ବାସେଲରେ, ୩୮ ବର୍ଷ ୮୦ ଦିନ ବୟସ) ଏବଂ ରଫୋଲ ନାଡାଲ (୨୦୨୪ରେ ସ୍ବିଡେନ ଓପନଠାରେ, ୩୮ ବର୍ଷ ଓ ୪୮ ଦିନ ବୟସରେ)। ଫ୍ରେଞ୍ଚମ୍ୟାନ ମନଫିଲ୍ସ ତାଙ୍କ ୩୫ତମ ଏଟିପି ଟୁର୍‌ ଫାଇନାଲ ସହ ଅକଲାଣ୍ଡରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଜାନ୍‌-ଲେନାର୍ଡ ଷ୍ଟଫ୍‌ଙ୍କୁ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କଲେ ପ୍ରଫେଶନାଲ ଯୁଗରେ ସବୁଠାରୁ ବୟସ୍କ ଖେଳାଳି ଭାବେ ଅକ୍‌ଲାଣ୍ଡରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଆହୁରି ମଧ୍ୟ ଫାକୁଣ୍ଡୋ ଡିଆଜ୍‌ ଆକୋଷ୍ଟାଙ୍କୁ ୬-୩, ୬-୧ରେ ପରାସ୍ତ କରି ସବୁଠାରୁ ବୟସ୍କ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହା ଥିଲା ତାଙ୍କର ୭୩ତମ ଏଟିପି ଟୁର୍‌ ସେମିଫାଇନାଲ। ତାଙ୍କଠାରୁ ଅଧିକ ଖେଳିଥିବା ଏକମାତ୍ର ଖେଳାଳି ହେଉଛନ୍ତି ନୋଭାକ୍‌ ଜୋକୋଭିଚ୍‌। ମନଫିଲ୍ସ ଶନିବାର ଫାଇନାଲରେ ବେଲଜିୟମର ଜିଜୋଉ ବଗର୍‌ସଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?