ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: ଭାଜପାର ବଡ଼ ଘୋଷଣା

ଭୁବନେଶ୍ୱର, ୧୧ା୧(ସୁନିତ୍‌ ମିଶ୍ର):ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ ସ୍କୁଟି ଯାଉଥିବାବେଳ ସହଦେବଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୁରୁବାର ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ଏହାର ପାଲଟା ଜବାବରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବାବୁ ସିଂ କହିଛନ୍ତି, ସହଦେବଙ୍କ ହତ୍ୟା ସମସ୍ତଙ୍କ ପାଇଁ ଦୁଃଖଦ ଘଟଣା। ତାଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। ଖୁଣ୍ଟ ପରି ତାଙ୍କ ପରିବାର ସହ ରହିଛୁ। ଦୀର୍ଘ ୩ ଦିନ ହେବ ତାଙ୍କ ପରିବାର ସହ ଆମ ନେତା ଯୋଗାଯୋଗରେ ରହିଛନ୍ତି। ପୋଲିସ ତାଙ୍କ ପରିବାର ଓ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦାବି ନେଇ କାର୍ଯ୍ୟାନୁଷ୍ଠାନ ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ଦୋଷୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମଧ୍ୟ ୧୨ ଘଣ୍ଟା ମଧ୍ୟରେ ୫ ଜଣକୁ ଗିରଫକରି ତଦନ୍ତ ଚଳାଇଛି। ଘଟଣାରେ ଯେତେ ବଡ ବ୍ୟକ୍ତି ଥିବେ ତାକୁ ଧରାଯିବ। ଯିଏ ଅପରାଧ କରିବେ ତାଙ୍କୁ ଦଣ୍ଡ ସୁନିଶ୍ଚିତ। ସହଦେବଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଗାମୀ ଦିନରେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହୋଇଛନ୍ତି ବୋଲି ବାବୁ କହିଛନ୍ତି।
ଆହୁରି କହିଛନ୍ତି, ସହଦେବଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଅଛନ୍ତି। ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ପରେ ମୁଖ୍ୟମନ୍ତ୍ରୀ ସହଦେବଙ୍କ ପରିବାରକୁ ଭେଟିବେ। ରାଜ୍ୟରେ ଆମ ସରକାର ଆସିବା ପରେ ବଡ଼ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ନେତୃତ୍ୱ ଆମ ରାଜ୍ୟକୁ ଆସୁଛନ୍ତି, ତାଙ୍କୁ ଆତିଥ୍ୟ ଦେବ ଆମ ଦାୟିତ୍ୱ। ଦୋଷୀକୁ ଦଣ୍ଡଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଜନୈତିକ ରୁଟି ସେକିବା ପାଇଁ ବିଜେଡି ଚାହଁୁଛି। ବିଜେଡି ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନେ ସମଲୋଚିତ ହେଲେଣି। ଗୋଟେ କୋଟି କ’ଣ ୧୦କୋଟି ଦେଲେ ବି ସହଦେବଙ୍କ ପରିବାରକୁ ତାହା କମ୍‌ ହେବ। କିନ୍ତୁ ଗୋଟେ ସରକାର ୨୪ ବର୍ଷ ରହିଥିବା ବେଳେ ହୋଇଥିବା ହତ୍ୟା ଓ ଡ୍ରେନ୍‌ରେ ପଡ଼ି ମରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେ ଅର୍ଥ ଦିଆଯାଇଛି ବୋଲି କହି ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri