Posted inଖେଳ

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ କାରଣରୁ ଚହଲ ଆଉ ପ୍ରଥମ ପସନ୍ଦର ବୋଲର ନାହାନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଓ ବିଶ୍ୱକପ ଭଳି ଇଭେଣ୍ଟରେ ଚହଲଙ୍କୁ ଗୋଟିଏ ବି ମ୍ୟାଚରେ ସୁଯୋଗ ମିଳୁନାହିଁ। ତେବେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏହି ଦୁଇ ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ।

ଦୁଇ ବୋଲରଙ୍କ ଠାରୁ ଗୁଗଲୀ, ଲେଗ୍‌ ବ୍ରେକ୍‌ ଏବଂ ଫ୍ଲିପର ପରି ବିବିଧତା ଦେଖିବାକୁ ପ୍ରଶଂସକ ମାନେ ବ୍ୟଗ୍ର। ଭାରତୀୟ ଦଳର ଷ୍ଟାଣ୍ଡ ଇନ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୁଧବାର ଭାରତୀୟ ଖେଳାଳି ଓ୍ବାଙ୍ଖେଡେରେ ଅଭ୍ୟାସ କରିଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ପରି ଖେଳାଳି ରହିଛନ୍ତି। ଉଭୟ ଖେଳାଳି ବଲ୍‌ ଓ ବ୍ୟାଟ ଜରିଆରେ ସମାନ ଭାବରେ ପ୍ରଭାବଶାଳୀ। କୁଲ୍‌-ଚା ଯୋଡିଙ୍କ ନିକଟରେ ସମାନ ବ୍ୟାଟିଂ ଦକ୍ଷତା ନଥିବା ବେଳେ କୁଲ୍‌ଦୀପ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ କରିପାରନ୍ତି।

ତେବେ ଫିଙ୍ଗର ସ୍ପିନରଙ୍କ ଅପେକ୍ଷା ରିଷ୍ଟ ସ୍ପିନରଙ୍କ ଉଇକେଟ ନେବାର ଦକ୍ଷତା ଅଧିକ ରହିଥାଏ। ତେଣୁ କୁଲ୍‌-ଚା ଯୋଡିଙ୍କ ଉପରେ ମ୍ୟାନେଜମେଣ୍ଟ ଭରସା ଦେଖାଇପାରେ। ଭାରତର ନିୟମିତ ଅଧିନୟକ ରୋହିତ ଶର୍ମା ପ୍ରଥମ ଦିନିକିଆରେ ସାମିଲ ନାହାନ୍ତି। ବୁଧବାର ପାଣ୍ଡ୍ୟାଙ୍କ ସମେତ ମହମ୍ମଦ ସିରାଜ, ଜୟଦେବ ଉନାଡକଟ, ଉମ୍ରାନ ମଲିକ, ଶାର୍ଦ୍ଦୂଳ ଠାକୁର, ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶନ ଅଭ୍ୟାସ କରୁଥିବାର ନଜର ଆସିଥିଲେ।

ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଏହି ସେସନରେ ଅନୁପସ୍ଥିତ ଥିବା ବେଳେ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋଡ, ଫିଲ୍ଡିଂ କୋଚ୍‌ ଟି ଦିଲୀପ୍‌, ବୋଲିଂ କୋଚ୍‌ ପାରସ୍‌ ମାହାମ୍ବ୍ରେ ଓ ଥ୍ରୋ ଡାଉନ୍‌ ସ୍ପେଶାଲିଷ୍ଟ ରାଘବେନ୍ଦ୍ର ଓ ନୁଆନ୍‌ ସେନିଭିରାଣ୍ଟେ ଖେଳାଳିଙ୍କୁ ଅଭ୍ୟାସ କରାଇଥିଲେ। ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇ ଟେଷ୍ଟରୁ ବାଦ ପଡିଥିବା ଲୋକେଶ ରାହୁଲ ମଧ୍ୟ ଟ୍ରେନିଂ ସେସନରେ ଅନୁପସ୍ଥିତ ଥିଲେ। ସୁର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ବୋଲିଂ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri