କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ଭାବେ ବିବେଚନା କରାଯିବ କି ନାହିଁ, ସେନେଇ ବାଚସ୍ପତି ନିଷ୍ପତ୍ତି ନେବେ।
ଏହି ମାମଲାରେ ବାଚସ୍ପତିଙ୍କ ନିଷ୍ପତ୍ତି କେବଳ ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଲୋକସଭା ସଦସ୍ୟତାର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ, ବରଂ ସଂସଦରେ TMCର ସାଂସଦ ସଂଖ୍ୟା, ବିଦ୍ରୋହୀ ଗୋଷ୍ଠୀର ସ୍ଥିତି ଏବଂ NDA ସାଂସଦଙ୍କ ସମୀକରଣ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ବାଚସ୍ପତି ବିଦ୍ରୋହୀ ସାଂସଦମାନଙ୍କୁ ସଂସଦରେ ଅଲଗା ବସିବା ପାଇଁ ସ୍ଥାନ ଦେଇସାରିଛନ୍ତି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଅଲଗା ସଂସଦୀୟ ଦଳର ମାନ୍ୟତା ଦିଆଯାଇନାହିଁ।
ବାଗୀ ସାଂସଦମାନଙ୍କ ଜବାବ ମିଳିବା ପରେ ସମସ୍ତ ଦିଗ ଉପରେ ବିଚାର କରି ବାଚସ୍ପତି ଅନ୍ତିମ ନିଷ୍ପତ୍ତି ନେବେ। ତାଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

