Posted inଜାତୀୟ

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ଏବେ ଭାରତରେ କୃଷକଙ୍କ ଚିନ୍ତା ବଢାଇ ଚାଲିଛି। ଏବେ ପଙ୍ଗପାଳ ଦେଶର ଉତ୍ତର ଭାଗରେ ବିସ୍ତାର ଲାଭ କରିଥିବା ବେଳେ ନେପାଳ ପର୍ଯ୍ୟନ୍ତ ବ୍ୟାପି ଯାଇଛନ୍ତି। ଭାରତ-ପାକିସ୍ତାନ ସୀମା ମରୁସ୍ଥଳରେ ବହୁ ସଂଖ୍ୟାରେ ଏମାନେ ପ୍ରଜନନ କରୁଥିବାରୁ ଆଗାମୀ ଦିନରେ ଏହା ଭାରତରେ ଖାଦ୍ୟ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି କରି ପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆମେରିକାର ଖାଦ୍ୟ ଓ କୃଷି ସଙ୍ଗଠନ ଦ୍ୱାରା ଜୁନ୍‌ ଶେଷ ଭାଗରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଆଗମୀ କିଛିଦିନ ମଧ୍ୟରେ ନେପାଳରୁ ପଙ୍ଗପାଳ ଦଳ ଆସି ଇରାନ ଓ ପାକିସ୍ତାନର ପଙ୍ଗପାଳ ଦଳ ସହ ମିଶିବେ। ଅନ୍ୟପଟେ ଜୁଲାଇ ମଧ୍ୟ ଭାଗରେ ହୋର୍ନ ଅଫ୍‌ ଆଫ୍ରିକାରୁ ଆସିଥିବା ପଙ୍ଗପାଳ ଦଳ ଏମାନଙ୍କ ସହ ମିଶିଯିବେ। ଏହାକୁ ଦେଖିଲେ ଜୁଲାଇରେ ଭାରତ ସମେତ ସୁଡାନ, ଇଥିଓପିଆ, ସୋମାଲିଆ ଓ ପାକିସ୍ତାନରେ ଏମାନେ ବହୁ କ୍ଷତି ଘଟାଇ ପାରନ୍ତି ବୋଲି କୁହାଯାଉଛି। ଭାରତ ସରକାରଙ୍କ ପୂର୍ବତନ ପରାମର୍ଶଦାତା ତଥା ବୈଜ୍ଞାନିକ ଡା, ସୁଶୀଲ କହିଛନ୍ତି ଯଦି ଲଗାତାର ୩ ବର୍ଷ ଏହି ପଙ୍ଗପାଳ ଦଳ ଫସଲକୁ ଆକ୍ରମଣ କରନ୍ତି ତେବେ ଏହାକୁ ପଙ୍ଗପାଳ ମହାମାରୀ ବୋଲି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ବିଧାନସଭା ନିର୍ବାଚନରେ ନୂଆ ମେଣ୍ଟର ଏଣ୍ଟ୍ରି

ଚେନ୍ନାଇ, ୮।୩ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ଓ ୟୁପିଏ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ଆଉ ଏକ ମେଣ୍ଟ। ଆସନ୍ତା ମାସରେ ହେବାକୁ...

ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର...

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ ଡାକ୍ତର ନେଲେ ଚରମ ନିଷ୍ପତ୍ତି

ଜୟପୁର,୩୦।୩: ରାଜସ୍ଥାନର ଦାଉସା ଜିଲାର ଏକ ବେସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥି ନେଇ ମୃତକଙ୍କ ପରିବାର ଲୋକେ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ସରକାର କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୯ : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ...

ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ...

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ

ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ଭାଜପା ବିଧାୟକ ଜେଲ୍‌ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ...

ଏଲ୍‌ଟିଟି ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ

ମୁମ୍ବାଇ,୩।୪: ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ...

ପୋଷ୍ଟାଲ ପାର୍ସଲରୁ ମିଳିଲା ୧୦୦ରୁ ଅଧିକ ସ୍ପାଇଡର

ନୂଆଦିଲ୍ଲୀ,୨।୭: ପୋଲାଣ୍ଡରୁ ଆସିଥିବା ଏକ ପୋଷ୍ଟାଲ ପାର୍ସଲରୁ ଚେନ୍ନାଇ ବିମାନ ବନ୍ଦରର କଷ୍ଟମ ଅଧିକାରୀଙ୍କୁ ମିଳିଛି ୧୦୭ଟି ଜୀବନ୍ତ ସ୍ପାଇଡର। ଏକ ବିବୃତିରେ କୁହାଯାଇଛି, ପାର୍ସଲରେ...

Advertisement
Archives

Model This Week