Posted inଖେଳ

ସାଉଥ ଅଷ୍ଟ୍ରେଲିଆରେ ଲକ୍‌ଡାଉନ୍‌ : ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ସମ୍ଭାବନା ବୃଦ୍ଧି

ଆଡିଲେଡ୍‌, ୨୧ା୧୨ (ପି.ଟି.)-କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ୬ ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଫଳରେ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଆକସ୍ମିକ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରୁ ସାଉଥ ଅଷ୍ଟେଲିଆ ଏହାର ସୀମାକୁ ବନ୍ଦ କରିଦେଇଛି। ପ୍ରଦେଶରେ ସଂକ୍ରମଣଙ୍କ ସଂଖ୍ୟା ବର୍ତ୍ତମାନ ୫୫୧ ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ କ୍ରିକେଟରମାନଙ୍କୁ ବିମାନ ଯୋଗେ ନ୍ୟୁ ସାଉଥ ଓ୍ବେଲ୍ସ ସ୍ଥାନାନ୍ତର କରାଯାଇଛି। ମ୍ୟାଚ ବେଳକୁ ପରିସ୍ଥିତି କ’ଣ ଥିବା କୌଣସି ଗ୍ୟାରେଣ୍ଟି ଦେଇ ହେବନାହିଁ ବୋଲି ସାଉଥ ଅଷ୍ଟ୍ରେଲିଆରେ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ନିକୋଲା ସ୍ପରିଅର କହିଛନ୍ତି। ତେବେ ଲକ୍‌ଡାଉନ୍‌ ଦ୍ୱାରା ସ୍ବାଭାବିକ ଜୀବନଯାତ୍ରା ଫେରିବା ସହ କ୍ରିକେଟ ମ୍ୟାଚ ସମ୍ଭବ ହୋଇପାରିବ ବୋଲି ସେ ଆଶା କରୁଛନ୍ତି। ଟେଷ୍ଟ ମ୍ୟାଚଗୁଡ଼ିକ ଖେଳାଯିବାପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ନଭେମ୍ବର ୨୭ରୁ ସୀମିତ ଓଭର ସିରିଜ ଖେଳିବ। ଏଥିରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୩୭ ରନର ଇନିଂସ ସତ୍ତ୍ୱେ କରୋନା ନିୟମ ଉଲ୍ଲଂଘନ କରି ବାଦ୍‌ ପଡ଼ିଲେ ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ, ୧୨।୮: ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର୍‌ କରୋନା ନିୟମ ଉଲ୍ଲଂଘନ କରି ଦଳରୁ ବାଦ୍‌ ପଡ଼ିଛନ୍ତି। ସେ...

ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନରଙ୍କ ସହ ଟ୍ରେନିଂ ଆରମ୍ଭ କଲେ ବୁମରା

ନୂଆଦିଲ୍ଲୀ,୩।୧୨- ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ଦିନିକିଆ ଫର୍ମାଟର ନମ୍ବର ଓ୍ବାନ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ...

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.)- ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ...

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ...

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ 

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା...

ସିନ୍ଧୁ, ସାଇନାଙ୍କ ର଼୍ୟାଙ୍କିଙ୍ଗ୍‌ ସ୍ଥିର

ନୂଆଦିଲ୍ଲୀ,୩୧।୭(ପିଟି)- ଦେଶର ଦୁଇ ମହିଳା ସିଙ୍ଗଲ୍ସ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ବିଶ୍ୱ ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ଦର୍ଶାଇଛି...

ହାମିଲଟନଙ୍କୁ ସ୍ପାନିଶ ଗ୍ରାଁ ପ୍ରି ଟାଇଟଲ

ମଣ୍ଟ୍‌ମେଲୋ (ସ୍ପେନ୍‌), ୧୭ା୮-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ସ୍ପାନିଶ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଚଳିତ ବର୍ଷ ସେ ଭାଗ ନେଇଥିବା ୬ଟି...

ଆର୍ମିରେ କ୍ରିକେଟର୍‌: ଧୋନୀ, କଟ୍ରେଲଙ୍କ ପରେ ପେରେରା

କଲମ୍ବୋ, ୧।୧- ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା ଜଣେ ‘ମେଜର’ ଭାବେ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇଛନ୍ତି। ୩୦ ବର୍ଷୀୟ ପେରେରା...


Coronavirus Update

Archives

Model This Week

Why Dharitri