କରୋନା ସଂକ୍ରମଣ: ଲକ୍‌ଡାଉନ ମୁହାଁ ବିଶ୍ୱ

ବର୍ଲିନ,୭ ।୧: କରୋନା ଭାଇରସ ସଂକ୍ରମଣ ବିଭିନ୍ନ ଦେଶରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଭିନ୍ନ ଦେଶରେ ଦେଖାଦେବା ସହ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏବେ ବିଭିନ୍ନ ଦେଶ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଆଉ କେତେକ ଦେଶ ଲକ୍‌ଡାଉନ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି । ପ୍ରଥମେ କରୋନାର ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ । ଏବେ ଜର୍ମାନୀରେ ମଧ୍ୟ ଏହି ଲକ୍‌ଡାଉନ ଜାରି କରାଯାଇଥିବା ଜଣାପଡିଛି । ଜର୍ମାନୀରେ ୩୧ ଜାନୁୟାରୀ ପର୍ଯ୍ୟନ୍ତ ନେଶନୱାଇଡ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଷ୍ଟେଟ ଗଭର୍ନର୍ସଙ୍କ ଉପଦେଶ ପରେ ନିଆଯାଇଛି । କାରଣ ବେଳକୁ ବେଳ ଏଠାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଲେବାନନରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଫେବୃୟାରୀ ୧ ପର୍ଯ୍ୟନ୍ତ ୨୫ ଦିନିଆ ଲକ୍‌ଡାଉନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି । ଆମେରିକାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଥମି ନ ଥିବା ବେଳେ ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରି ୬୩ତମ ଗ୍ରାମୀ ଆୱାର୍ଡକୁ ବନ୍ଦ କରି ଦିଆଯାଇଛି । ମାର୍ଚ୍ଚ ୧୪ରେ ଏହା ପୁଣିଥରେ କରାଯିବ ବୋଲି କୁହାଯାଉଛି । ଏବେବି ଆମେରିକାରେ ପ୍ରତିଦିନ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ସେହିପରି କରୋନାର ଉତ୍ପତି ସ୍ଥଳ ଚାଇନାରେ ବି ପ୍ରତିବନ୍ଧକ ବଢାଇ ଦିଆଯାଇଛି । ଏଠାରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ସରକାର ସତର୍କ ହୋଇଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?