ଖୋଲା ଆକାଶ ତଳେ ଧାନମଣ୍ଡି, ଚିନ୍ତାରେ ଚାଷୀ

କଟକ ସଦର,୭।୧(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳର ଧାନମଣ୍ଡି ଜାନୁୟାରୀରୁ ଖୋଲିଯାଇଛି। ତେବେ ସବୁ ମଣ୍ଡି ଏକ ଘରେ ରହିବା ବଦଳରେ ଖୋଲା ଆକାଶ ତଳେ ପଡ଼ିରହିଛି। ଫଳରେ ଅଦିନିଆ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ମଣ୍ଡିର ଭିତ୍ତିଭୂମି ବିକାଶ ପାଇଁ ଯୋଗାଣ ବିଭାଗ କୁଇଣ୍ଟାଲ ପିଛା ୮ଟଙ୍କା ୬୭ ପଇସା ଦେଉଛନ୍ତି। ହେଲେ ସେହି ଅନୁସାରେ କାର୍ଯ୍ୟ କରାଯାଉ ନାହିଁ ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବୁଧବାର କଟକ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ବ୍ଲକର ଦଧିବାମନପୁର, କୁଳସରିଚୁଅଁା, ଗତିରାଉତପାଟଣା, କନ୍ଦରପୁର, ଅରିଲୋ, କିଶୋରନଗର ଓ ପ୍ରହରାଜପୁର ସମବାୟ ସମିତି ଜରିଆରେ ଧାନସଂଗ୍ରହ କରାଯିବ ବୋଲି କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଘୋଷଣା କରିଛି। କିନ୍ତୁ ମଣ୍ଡି ସବୁ ଖୋଲା ଆକାଶ ତଳେ ରହୁଥିବାରୁ ପ୍ରତିବର୍ଷ ଚାଷୀମାନେ ଧାନ ଦେଇ ହୀନସ୍ତା ହେଉଛନ୍ତି। ଏପରିକି ସେଠାରେ ବସିବା କି ପିଇବା ପାଣି ଦିଆଯାଉ ନ ଥିବା ୪୨ ମୌଜାର ସମବାୟବିତ ବିଜୟ ରାଉତରାୟ କହିଛନ୍ତି। ଯୋଗାଣ ବିଭାଗ ସୂଚନା ଅନୁଯାୟୀ, ନିୟନ୍ତ୍ରିତ ବଜାର କମିଟି ଓ ସମବାୟ ସମିତି ଧାନ ବିକ୍ରି ଲବ୍ଧଅର୍ଥରୁ ୨ ଓ ୨.୫ ପ୍ରତିଶତ ଲାଭ ପାଆନ୍ତି। ଏହି ଧାନ କ୍ରୟ ପ୍ରକ୍ରିୟାରେ ଲାଭାଂଶକୁ ଦୃଷ୍ଟିରେ ରଖି ସରକାରୀ ସଂସ୍ଥାମାନେ ମଣ୍ଡିର ସୁବ୍ୟବସ୍ଥା କରିବା ଦରକାର ବୋଲି ଆୟତପୁରର ଗୋକୁଳଚନ୍ଦ୍ର ପ୍ରଧାନ କହିଛନ୍ତି। ଅନ୍ୟପଟେ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଜିଲା ପାଇଁ ଅଧିକୃତ ହୋଇଥିବାରୁ ଏହାର ବିକାଶ ପାଇଁ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି। ଏ ନେଇ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସମ୍ପାଦକ ତଥା ସାଲେପୁର ଅତିରିକ୍ତ ତହସିଲଦାର ସମୀର ରଞ୍ଜନ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷେ କଟକ ଜିଲା ଧାନ ସଂଗ୍ରହ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କୁ ପଚାରିବାରୁ ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କ ସହ ଖୁବଶୀଘ୍ର ଅଭିଯୋଗ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଦାଦନ ଶ୍ରମିକଙ୍କ ମରଶରୀର ଗାଁକୁ ଆଣିବାକୁ ଉଦ୍ୟମ: ସହାୟତା ମଞ୍ଜୁର

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମର ସନ୍ତୋଷ ମଲ୍ଲିକ (୪୬)ଙ୍କ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?