Posted inଜାତୀୟ

ଏଲଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନୀ ମୁଦ୍ରା ଜବତ…

ଶ୍ରୀନଗର,୨୬।୧୦ : ସୁରକ୍ଷା ବାହିନୀ ଉତ୍ତର କଶ୍ମୀରର କୁପୱାରା ଜିଲାର ଏଲଓସି ନିକଟରେ ବୁଧବାର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଜିଲାର ତଙ୍ଗଧାର ସେକ୍ଟରରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବିଦେଶୀ ଆତଙ୍କବାଦୀଙ୍କୁ ସତର୍କ ସୂଚନା ଜାରି ପରେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ।

ଜଣେ ସେନା ଅଧିକାରୀ କହିଛନ୍ତି ଯେ ତଙ୍ଗଧାର ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାରର ସମ୍ଭାବ୍ୟ ଉଦ୍ୟମ ସମ୍ପର୍କରେ ସେମାନେ ଗୁପ୍ତଚର ସୂଚନା ପାଇଛନ୍ତି। ଏହାକୁ ଆଧାର କରି ଏକ ସେନା ୟୁନିଟ ଅନୁପ୍ରବେଶ ବିରୋଧୀ ଅପରେଶନ ଆରମ୍ଭ କରିଛି। ମଙ୍ଗଳବାର-ବୁଧବାର ମଧ୍ୟରାତ୍ରିରେ ସାଦପୋରା ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିଲା।

ଏଠାରେ ଅନୁପ୍ରବେଶକାରୀ ସୁରକ୍ଷା ବାହିନୀଙ୍କ ଉପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ଅନୁପ୍ରବେଶକାରୀଙ୍କ ଉପରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳି କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ନିହତ ଆତଙ୍କବାଦୀ ଲଶ୍କର-ଇ-ତୋଏବା ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏକେ ସିରିଜ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି। ତାଙ୍କଠାରୁ ପାକିସ୍ତାନୀ ମୁଦ୍ରା ମଧ୍ୟ ଜବତ କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri