ଲବାରସିଂ ବିଦ୍ୟାଳୟ: ୧୦୦ ପିଲାଙ୍କୁ ୨ ଶିକ୍ଷକ

ଆର୍‌.ଉଦୟଗିରି,୭।୮(ଡି.ଏନ୍‌.ଏ.): ଗଜପତି ଜିଲାରେ ଶିକ୍ଷା ବିଭାଗ ଏକପ୍ରକାର ପଙ୍ଗୁ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୫୩ ମସିହାରେ ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହାପରେ ୨୦୦୮ରେ ଏହି ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ସେଥିରୁ ୪୪ ଛାତ୍ରୀ ଓ ୫୬ ଜଣ ଛାତ୍ର। ଆଠଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ମାତ୍ର ୨ ଶିକ୍ଷକ। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ କାର୍ଯୀ ଓ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ପାଇକ। ପ୍ରଧାନ ଶିକ୍ଷକ ବିଦ୍ୟାଳୟ କାର୍ଯ୍ୟରେ ବାହାରକୁ ଗଲେ କିମ୍ବା ଘରୋଇ କାମରେ ଛୁଟି ନେଇ ଅନୁପସ୍ଥିତ ରହିଲେ ସହକାରୀ ଶିକ୍ଷକ ଜଣକ ୮ଟି ଶ୍ରେଣୀରେ ଶିକ୍ଷାଦାନ କରନ୍ତି, ଯାହା ଗ୍ରହଣୀୟ ନୁହେଁ। ଶିକ୍ଷକ ଅଭାବଜନିତ ଅବ୍ୟବସ୍ଥା ଯୋଗୁ ହ୍ରାସପାଉଛି ପିଲାଙ୍କ ଶୈକ୍ଷିକ ଦକ୍ଷତା ଓ ଶିକ୍ଷାଦାନ। ସରକାର ସର୍ବଶିକ୍ଷା ଅଭିଯାନ, ନୂତନ ଶିକ୍ଷାନୀତି ଅଧିକାର ଅଧିନିୟମ, ମଧ୍ୟାହ୍ନ ଭୋଜନ ଆଦି ମାଳ ମାଳ ଯୋଜନା ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶର ଅଭିବୃଦ୍ଧି ନିମନ୍ତେ ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି। କିନ୍ତୁ ଛାତ୍ରୀଛାତ୍ରମାନେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରହିଥିବା ବିଦ୍ୟାଳୟଗୁଡିକରେ ନିୟମିତ ଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରୀଛାତ୍ରମାନେ ପାଠପଢ଼ା ପ୍ରତି ବିମୁଖ ହୋଇ ବାହାରେ ବିଭିନ୍ନ କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଲବାରସିଂ ପଞ୍ଚାୟତ ସରପଞ୍ଚ ଯମୁନା ରଇତ ଓ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ କାର୍ଯୀ ବିଦ୍ୟାଳୟରେ ଶିକ୍ଷକ ନିୟୋଜିତ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ତାହା ପୂରଣ ହେଉନାହିଁ ବୋଲି କହିଛନ୍ତି। ଏଣୁ ପ୍ରଶାସନିକସ୍ତରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ହଟାଯାଉନି ହୋର୍ଡିଂ

ଭଣ୍ଡାରିପୋଖରୀ,୩୧।୧(ଡି.ଏନ.ଏ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ଲୋକଙ୍କୁ ଭେଟି ଭୋଟ୍‌ ଭିକ୍ଷା ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା...

ସ୍କୁଲ ବାରନ୍‌ଡାରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ): ସରକାର ଗଁ। ଗଁଲିରୁ ସହରତକ୍‌ ସବୁ ଜାଗାରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଗୁଟେ କେନ୍ଦ୍ରରେ ମୁଖିଆ ଘର ସମେତ ରଁଧାଘର, ଶୌଚାଲୟ,...

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆଠମଲ୍ଲିକ-ବଇଣ୍ତା ରାସ୍ତା ଅବରୋଧ

ଆଠମଲ୍ଲିକ, (ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ବୁଧବାର ସକାଳେ ଜନୈକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାମୁଦ୍ରିକ କଉ

ଭୋଗରାଇ, ୧୬ା୨(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ଜାଲରେ ପଡିଛି। ଟ୍ରଲର...

ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି। ୮...

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫...

ସ୍ବାମୀଙ୍କ ସହ ଝଗଡ଼ା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଜଣେ ୪୫ ବର୍ଷୀୟା ମହିଳା ବୁଧବାର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ...

ପାଳିବନ୍ଧ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଅଭିଯୋଗ

ଗଞ୍ଜାମ, ୨୧।୪(ଡିଏନଏ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ମାସରେ ଖାଦ୍ୟ ସୁରକ୍ଷା...

Advertisement
Archives

Model This Week