ଲିଜାର୍ଡ ଡେ’

ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ ମଧ୍ୟରୁ ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ। କିନ୍ତୁ ଚୋରା କାରବାର ଯୋଗୁ ଏମାନଙ୍କ ଶିକାର ବଢ଼ିବାରେ ଲାଗିଛି।

ରାଜ୍ୟରେ ବନ୍ୟପ୍ରାଣୀ ଶିକାର କମିବାର ନାଁ ଧରୁନି। ହାତୀଠାରୁ ଆରମ୍ଭ କରି ଗୋଧି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଏବେ ବିପଦରେ ଅଛନ୍ତି। ଶିକାରୀଙ୍କ କବଳରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ୍‌ ମାରୁଛି। ବନ୍ୟପ୍ରାଣୀ ସଂରକ୍ଷଣ ସହ ଶିକାର ରୋକିବା ପାଇଁ ମାଳ ମାଳ ଯୋଜନା ହେଉଛି ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। କିନ୍ତୁ କୌଣସି ଫଳପ୍ରଦ ହେଉନାହିଁ। ହାତୀ, ବାଘ, କଲରାପତରିଆ, ହରିଣ, ବାର୍‌ହା ଆଦି ପ୍ରାଣୀ ଏବେ ବିପଦରେ ରହିଥିବାବେଳେ ଲିଜାର୍ଡ ପ୍ରଜାତିର ଅନେକ ବନ୍ୟପ୍ରାଣୀ ଅଛନ୍ତି, ଯେଉଁମାନଙ୍କ ଶିକାର ଓ ଚୋରା କାରବାର ବଢ଼ିଚାଲିଛି। ଏମାନଙ୍କ ସୁରକ୍ଷା ଏବେ ଜରୁରୀ ହୋଇପଡ଼ିଛି।

ଗୋଧି

ଓଡ଼ିଶାରେ ବିଶେଷକରି ଗୋଧିର ବହୁଳ ଭାବେ ଚୋରା କାରବାର ହେଉଥିବା ଦେଖାଯାଇଥାଏ। ଓଡ଼ିଶାରୁ ପଶ୍ଚିମବଙ୍ଗ, ବାଂଲାଦେଶ ଗୋଧି ଚାଲାଣ ହେଉଥିବା ଜଣାପଡ଼ିଛି। ଗୋଧି ମାଂସ ଖାଇବା ଓ ତା’ ଚମଡ଼ାରୁ ବିଭିନ୍ନ ସୌଖୀନ ଜିନିଷ ସହ ବାଦ୍ୟଯନ୍ତ୍ର ତିଆରି କରାଯାଉଛି। ଏହା ମୁଖ୍ୟତଃ ଖଞ୍ଜଣି ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଇଥାଏ। ଓଡ଼ିଶାରେ ୩ ପ୍ରକାରର ଗୋଧି ଦେଖାଯାଅନ୍ତି। ଭିତରକନିକା ହେନ୍ତାଳବନରେ ଓ୍ବାଟର ମନିଟର ଲିଜାର୍ଡ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ବେଙ୍ଗଲ ମନିଟର ଓ ୟେଲୋ ମନିଟର ଲିଜାର୍ଡ ଦେଖାଯାନ୍ତି। ଏହି ୩ ପ୍ରକାର ଗୋଧି ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ସରୀସୃପ। ଏମାନଙ୍କୁ ଶିକାର କଲେ ୭ବର୍ଷ ଜେଲ ସହ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟ ବନ ବିଭାଗର ଉଦାସୀନତା ଯୋଗୁ ଶିକାର ବଢ଼ିବାରେ ଲାଗିଥିବାରୁ ଧୀରେ ଧୀରେ ଏମାନଙ୍କ ସଂଖ୍ୟା କମିବାରେ ବି ଲାଗିଛି। ଗୋଧିଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୦୧୨ରୁ ଓ୍ବାଟର ମନିଟର ଲିଜାର୍ଡ ବା ପାଣିଗୋଧିଙ୍କ ବ୍ରିଡିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଠାରେ ଜନ୍ମ ହୋଇଥିବା କିଛି ଛୁଆଙ୍କୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭାରତର ପ୍ରାୟ ୬ଟି ଚିଡ଼ିଆଖାନାକୁ ପଠାଯାଇଛି। ତେବେ ୨୦୧୮ରେ କୃତ୍ରିମ ଉପାୟରେ ଗୋଧି ଅଣ୍ଡାକୁ ଫୁଟାଇବାରେ ମଧ୍ୟ ସଫଳତା ମିଳିଛି।

ବହୁରୂପୀ ଏଣ୍ଡୁଅ

ଚାମେଲିଅନ ବା ବହୁରୂପୀ ଏଣ୍ଡୁଅ। ଦେଖିବାକୁ ଯେତିକି ସୁନ୍ଦର, ତା’ର ଶରୀରର ରଙ୍ଗ ପରିବର୍ତ୍ତନ ସେତିକି ରୋମାଞ୍ଚକର। ପୂର୍ବରୁ ଏହା ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ସିଡ୍ୟୁଲ-୪ ରହିଥିବାବେଳେ ୨୦୨୨ରେ ସଂଶୋଧିତ ଆଇନରେ ଏହା ସିଡ୍ୟୁଲ-୧ରେ ସ୍ଥାନ ପାଇଛି। ତେଣୁ ଏହାକୁ ଧରିବା ବା ଶିକାର କରିବା ଦଣ୍ଡନୀୟ ଅପରାଧ। ଏମାନେ ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖିବାକୁ ମିଳନ୍ତି। ଶତ୍ରୁ କବଳରୁ ରକ୍ଷା ପାଇବା ଓ ନିଜେ ଶିକାର କରିବା ସମୟରେ ପରିବେଶ ସହିତ ରଙ୍ଗ ବଦଳାଇଥାନ୍ତି।

ଲିଓପାର୍ଡ ଗେକୋ(କାଳକୁଟ)

ଓଡ଼ିଶାରେ ଏକ ଅଦ୍ଭୁତ ଗୋଡ଼ବିହୀନ ଲିଜାର୍ଡ ଦେଖାଯାଆନ୍ତି। ୧୯୧୭ରେ ଏହି ନୂତନ ପ୍ରଜାତି ‘ବରକୁଦିଆ ଇନ୍ସୁଲାରିସ୍‌’ର ଆବିଷ୍କାର ହୋଇଥିଲା। ଚିଲିକା ହ୍ରଦରେ ଥିବା ବରକୁଦ ଦ୍ୱୀପରୁ ପ୍ରଥମ କରି ଏହି ଗୋଡ଼ବିହୀନ ଲିଜାର୍ଡ ଠାବ ହୋଇଥିବାରୁ ଆବିଷ୍କାରକ ନେଲ୍‌ସନ ଆନନ୍ଦଲେ ଏହାର ନାଁ ରଖିଥିଲେ ‘ବରକୁଦିଆ। ଏହି ବରକୁଦିଆ ଇନ୍ସୁଲାରିସ୍‌କୁ ଦେଖିଲେ ଯେ କେହି ବି ସାପ ବୋଲି ଭ୍ରମରେ ପଡ଼ିବା ସ୍ବାଭାବିକ। ତେବେ ଏହା ବିରଳ ଲେଗ୍‌ ଲେସ୍‌ ଲିଜାର୍ଡ। ଏହାର ଆଖିପତା ରହିଛି। ସାପ ପାଟିରେ ଦୁଇଫାଳିଆ ଜିଭ ଥିବାବେଳେ ବରକୁଦିଆର ଗୋଟାଳିଆ ଜିଭ ଥାଏ। ସେହିପରି ସାପଙ୍କ ଦେହରେ ବାହ୍ୟ କାନ ନ ଥିବାବେଳେ ବରକୁଦିଆ ଦେହରେ ବାହ୍ୟ କାନ ରହିଥାଏ। ତେବେ ଏଭଳି ଏକ ବିରଳ ପ୍ରାଣୀକୁ ବନ୍ୟପ୍ରାଣୀ ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେଉଛି।
(ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?