Posted inଫୁରସତ

ଯକୃତ ଓଜନ ୧୨ କେଜି

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦ ବର୍ଷୀୟ ମହିଳାଙ୍କଠାରେ ଏକସଙ୍ଗେ ଯକୃତ ଓ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଏହି ପ୍ରତିରୋପଣ ପାଇଁ ୩ ଜଣ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଏବଂ କିଡ୍‌ନୀ ସର୍ଜନ ନିୟୋଜିତ ହୋଇଥିଲେ।
ଡାକ୍ତରଙ୍କ କହିବା ଅନୁଯାୟୀ ପଶ୍ଚିମବଙ୍ଗ ସିଲିଗୁଡ଼ିର ଉଷା ଅଗ୍ରଓ୍ବାଲଙ୍କଠାରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇ ତାଙ୍କ ଜୀବନ ରକ୍ଷା କରାଯାଇପାରିଛି। ତାଙ୍କ ଯକୃତ ଏତେ ବଢ଼ିଯାଇଥିଲା ଯେ, ଏହା ସମ୍ପୂର୍ଣ୍ଣ ପେଟକୁ ସମ୍ପୂର୍ଣ୍ଣ ଆବୋରି ରଖିଥିଲା ଏବଂ ଅନ୍ତନଳୀଗୁଡ଼ିକୁ ଠେଲିଦେଇଥିଲା। ସ୍ବାଭାବିକ ସୁସ୍ଥ ସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଯକୃତର ଓଜନ ସର୍ବାଧିକ ୧.୫ କିଲୋଗ୍ରାମ। ଏହା ପେଟର ଡାହାଣ ପାର୍ଶ୍ୱ ଉପରିଭାଗରେ ରହିଥାଏ। ଉଷାଙ୍କ ଯକୃତ ଓଜନ ୧୨ କିଲୋଗ୍ରାମ ହୋଇଯିବା ପରେ ତାଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼ିଥିଲା। ୨୦୧୯ରୁ ସେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଦୀର୍ଘ ୧୪ ଘଣ୍ଟାର ଅପରେଶନରେ ବିଶାଳ ଯକୃତକୁ ଅଲଗା କରାଯିବା ସହ ଅନ୍ୟଏକ ଯକୃତ ଏବଂ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଲିଭର ସର୍ଜନ ଡ. ରବିଚନ୍ଦ୍ର ସିଦ୍ଦାଚାରୀ, କନ୍‌ସଲ୍ଟାଣ୍ଟ ତଥା ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ଡ. ସଚିନ ଡାଗା, ବରିଷ୍ଠ କନ୍‌ସଲ୍ଟାଣ୍ଟ ଡ. କେ.ଏନ୍‌. ପରମେଶା ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏବେ ମହିଳା ଜଣକ ସ୍ବାଭାବିକ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri