Posted inଫୁରସତ

ଯକୃତ ଓଜନ ୧୨ କେଜି

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦ ବର୍ଷୀୟ ମହିଳାଙ୍କଠାରେ ଏକସଙ୍ଗେ ଯକୃତ ଓ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଏହି ପ୍ରତିରୋପଣ ପାଇଁ ୩ ଜଣ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଏବଂ କିଡ୍‌ନୀ ସର୍ଜନ ନିୟୋଜିତ ହୋଇଥିଲେ।
ଡାକ୍ତରଙ୍କ କହିବା ଅନୁଯାୟୀ ପଶ୍ଚିମବଙ୍ଗ ସିଲିଗୁଡ଼ିର ଉଷା ଅଗ୍ରଓ୍ବାଲଙ୍କଠାରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇ ତାଙ୍କ ଜୀବନ ରକ୍ଷା କରାଯାଇପାରିଛି। ତାଙ୍କ ଯକୃତ ଏତେ ବଢ଼ିଯାଇଥିଲା ଯେ, ଏହା ସମ୍ପୂର୍ଣ୍ଣ ପେଟକୁ ସମ୍ପୂର୍ଣ୍ଣ ଆବୋରି ରଖିଥିଲା ଏବଂ ଅନ୍ତନଳୀଗୁଡ଼ିକୁ ଠେଲିଦେଇଥିଲା। ସ୍ବାଭାବିକ ସୁସ୍ଥ ସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଯକୃତର ଓଜନ ସର୍ବାଧିକ ୧.୫ କିଲୋଗ୍ରାମ। ଏହା ପେଟର ଡାହାଣ ପାର୍ଶ୍ୱ ଉପରିଭାଗରେ ରହିଥାଏ। ଉଷାଙ୍କ ଯକୃତ ଓଜନ ୧୨ କିଲୋଗ୍ରାମ ହୋଇଯିବା ପରେ ତାଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼ିଥିଲା। ୨୦୧୯ରୁ ସେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଦୀର୍ଘ ୧୪ ଘଣ୍ଟାର ଅପରେଶନରେ ବିଶାଳ ଯକୃତକୁ ଅଲଗା କରାଯିବା ସହ ଅନ୍ୟଏକ ଯକୃତ ଏବଂ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଲିଭର ସର୍ଜନ ଡ. ରବିଚନ୍ଦ୍ର ସିଦ୍ଦାଚାରୀ, କନ୍‌ସଲ୍ଟାଣ୍ଟ ତଥା ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ଡ. ସଚିନ ଡାଗା, ବରିଷ୍ଠ କନ୍‌ସଲ୍ଟାଣ୍ଟ ଡ. କେ.ଏନ୍‌. ପରମେଶା ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏବେ ମହିଳା ଜଣକ ସ୍ବାଭାବିକ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri