Posted inଫୁରସତ

ଜୀବିକା ଦେଇଛି କାଠକଣ୍ଢେଇ

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ପାଇଁ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି। ଏପରି କି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସମୟରେ କେତେକ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ କାରିଗରମାନେ ସେମାନଙ୍କ ହସ୍ତକଳା ପସରାକୁ ଖୋଲିଥାନ୍ତି। ସେମାନଙ୍କ ହାତତିଆରି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ନାନା ପ୍ରକାରର ପାରମ୍ପରିକ କଳାକୃତିରେ ଘରକୁ ସଜାଇବାରେ ଅନେକେ ପସନ୍ଦ କରିଥାନ୍ତି। ତେବେ କାଠରେ ତିଆରି ବିଭିନ୍ନ କାଠକଣ୍ଢେଇ ଦେଖିବାକୁ ଖୁବ୍‌ ସୁନ୍ଦର । ଏମିତି କାଠର ବିଭିନ୍ନ ଖେଳନା ଓ କଳାକୃତିକୁ ତିଆରି କରିଥାନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ ଅନ୍ତର୍ଗତ ଧୂଆଁମଡ଼ା ଗ୍ରାମର କେତେଜଣ ମହିଳା। ଏଠାକାର ବାସିନ୍ଦା ପ୍ରମିଳା ମହାରଣା କୁହନ୍ତି, ଆମ ଗାଁର ପ୍ରାୟ ୧୦ଜଣ ମହିଳା ନିଜର ବଳକା ସମୟରେ କାଠ ଦ୍ୱାରା ବିଭିନ୍ନ ଖେଳନା ତିଆରି କରିଥାନ୍ତି। ମୁଁ ମଧ୍ୟ ତିଆରି କରେ। ଆମେସବୁ ନାରାୟଣ ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟ। ତେବେ ଏଇ କାଠକଣ୍ଢେଇ ଶିଖିବା ପାଇଁ କଟକରୁ ଦୁଇଜଣ କାରିଗର ଆସି ଆମକୁ ତାଲିମ୍‌ ପ୍ରଦାନ କରିଥିଲେ। ମୋର ୪ ଭାଇ ମଧ୍ୟ ଆଜକୁ ପ୍ରାୟ ୩୦ବର୍ଷ ଧରି ଏହି କାଠକଣ୍ଢେଇ ତିଆରି କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି।’ ସେହିଭଳି ଏହି ଗାଁର ଗୀତାଞ୍ଜଳି ସାହୁ କୁହନ୍ତି, ‘ନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ପ୍ରତିଦିନ ସକାଳେ ନିଜ ନିଜ ଘରର ରୋଷେଇକାମ ସାରି ଦିନପ୍ରାୟ ୧୨ଟା ମଧ୍ୟରେ ସ୍ବୟଂସହାୟକ କେନ୍ଦ୍ରରେ ପହଞ୍ଚିଯାଆନ୍ତି। ଆଉ ବିଭିନ୍ନ ପ୍ରକାରର କାଠକଣ୍ଢେଇ ତିଆରି କରନ୍ତି। ଜଣେ ସଦସ୍ୟା ଦିନକୁ ପ୍ରାୟ ୫୦ଟି କାଠକଣ୍ଢେଇ ତିଆରି କରିପାରେ। ଏମିତିରେ ଦିନକୁ ପ୍ରାୟ ୨ଶହରୁ ୩ଶହ ଟଙ୍କାର ରୋଜଗାର ହୋଇପାରେ। ଏଥିରେ ପରିବାର ଚଳେଇବାରେ ସୁବିଧା ହୋଇଥାଏ। କାମ ସାରିବା ପରେ କାରିଗର ଘରକୁ ପ୍ରାୟ ସନ୍ଧ୍ୟାସୁଦ୍ଧା ଫେରିଯାଆନ୍ତି। ଗାଁର କେତେଜଣ ବ୍ୟକ୍ତି ନିକଟସ୍ଥ କାକୁଡ଼ିଖୋଲ ଜଙ୍ଗଲରୁ ଗମ୍ଭାରୀ କାଠ ସଂଗ୍ରହ କରିଥାନ୍ତି। ସେମାନଙ୍କଠାରୁ ଆମେ ସେହି କାଠ କିଣିଥାଉ।’ ଅନ୍ୟପକ୍ଷେ ଏହି ଧୂଆଁମଡ଼ା ଗାଁର ଚକ୍ରଧର ମହାରଣା କୁହନ୍ତି, ‘କାଠ କଳାକାରିଗରିରେ ଯଦି ସବୁଦିନ ନିର୍ଦ୍ଦିଷ୍ଟ ସମୟ ପାଇଁ ପରିଶ୍ରମ କରୁ ତେବେ ମାସକ ମଧ୍ୟରେ ଜଣେଜଣେ କାରିଗର ପ୍ରାୟ ୧୦/୧୫ହଜାର ଟଙ୍କା ରୋଜଗାର କରିଥାନ୍ତି। କାଠରେ ବିଭିନ୍ନ ପ୍ରକାର ଯଥା ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଡଙ୍ଗା, ବିଭିନ୍ନ ପଶୁପକ୍ଷୀ, ବାଦ୍ୟ ସାମଗ୍ରୀର ଆକୃତି, ଦଶବତାର ମୂର୍ତ୍ତି, ମାଛ, ଗଣେଶ, ପ୍ରଜାପତି, ଶୁଆଶାରି, ଷଣ୍ଢ, ବିଲେଇ, ହାତୀ ଇତ୍ୟାଦି ତିଆରି କରିଆସୁଛୁ। ତେବେ କଣ୍ଢେଇ ତିଆରି ପାଇଁ ପ୍ରଥମେ ଆମେ ଗମ୍ଭାରୀ ଓ ମହି ଜାତୀୟ ଗଛର କାଠକୁ ବିଭିନ୍ନ ଲୋକଙ୍କ ବାରିରୁ ସଂଗ୍ରହ କରିଥାଉ। କେହି କେହି ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ବି କାଠ ସଂଗ୍ରହ କରିଥାନ୍ତି। ଏହାପରେ କାଠକୁ ସାଇଜକରି କଟାଯାଇଥାଏ। ପରେ ବିଭିନ୍ନ କଳାକୃତି ପାଇଁ ନିର୍ଦ୍ଦିଷ୍ଟ ମାପର ସେଟ୍‌ ଅନୁସାରେ ବିଭିନ୍ନ ନମୁନା ପ୍ରସ୍ତୁତକରି ଏଥିରେ ଫେଭିକଲ ଅଠା ଦେଇ ଯୋଡ଼ିଥାଉ। ଆବଶ୍ୟକ ସ୍ଥଳେ ବିଭିନ୍ନ କାଠରଙ୍ଗକୁ ଦେଇ ଅଧିକ ଆକର୍ଷଣ କରିଥାଉ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆଦିବାସୀ ମେଳା, ଶିଶିର ସରସ ସମେତ ବିଭିନ୍ନ ମେଳା ଓ ମହୋତ୍ସବର କେତେକ ଷ୍ଟଲରେ ଆମେ କାଠରେ ତିଆରି କରିଥିବା ବିଭିନ୍ନ ଖେଳନାକୁ ପ୍ରାୟ ୩୦ଟଙ୍କାରୁ ଆରମ୍ଭକରି ୨ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରିଥାଉ। କଟକ, ଭୁବନେଶ୍ୱର, ପୁରୀ ଏପରିକି ରାଜ୍ୟ ବାହାରକୁ ମଧ୍ୟ ଏହି କାଠର ଖେଳନା ଓ ବିଭିନ୍ନ ହାତ ତିଆରି କଳାକୃତିକୁ ନେଇଥାଉ। ଏମିତିଭାବେ କାଠ ତିଆରି ବିଭିନ୍ନ କଳାକୃତି ଆମ ରାଜ୍ୟର ହସ୍ତକଳା କାରିଗରିର ସମୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri