ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ‘ଛୋଟ ସାପର ବେଶି ବିଷ’ ଏହି କଥାକୁ ପ୍ରମାଣ କରୁଛି ଏକ ହାତୀଛୁଆ। ଭିଡିଓରେ ହାତୀଛୁଆ ଏକ ବଡ଼ ହାତୀକୁ ଲଢ଼ିବାକୁ ଇସାରା ଦେଉଥିବା ଦେଖିବାକୁ ମିଳୁଛି। ପରେ ବଡ଼ ହାତୀ ମଧ୍ୟ ତା ଇଚ୍ଛାକୁ ସମ୍ମାନ ଜଣାଇ ତା ସହ ସେହିପରି କରୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Sharpening his skills💕 pic.twitter.com/PxIPzHMOxA
— Susanta Nanda IFS (@susantananda3) November 10, 2020