ସାହିତ୍ୟ ବି ଦିଏ

ବ୍ୟକ୍ତିଗତ ଭାବେ ସାହିତ୍ୟ କରିବାରେ କିଛି ଅସୁବିଧା ନ ଥାଏ। ଖାଲି ସମୟ ଦେବା ଦରକାର। ପଢ଼ିବା ପାଇଁ, ଲେଖିବା ପାଇଁ। ସମୟ ଦେଇ ସାହିତ୍ୟ ଚାଷ କରିବା, ସାହିତ୍ୟ ଚାଷରେ ରହିବା, ସାହିତ୍ୟ ଲେଖିବା, ସାହିତ୍ୟ ଚଷିବା ଏସବୁ ସମ ଅର୍ଥବୋଧକ କାମରେ ରହିବା। ସାହିତ୍ୟ ଚାଷ ନିଜେ କରୁ କରୁ ସମୟ ସୁଅରେ ପୁଣି ସାହିତ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ଭାବେ କରିବା ପାଇଁ କିଏ କିଏ ଉଦ୍ୟମ ଆରମ୍ଭ କରନ୍ତି। ଅନୁଷ୍ଠାନ ତିଆରି କରିବାର ପ୍ରୟାସ କରନ୍ତି। ସମଧର୍ମା ସତୀର୍ଥଙ୍କ ସହିତ ଆଳାପ ଆଲୋଚନା କରି ଅନୁଷ୍ଠାନ ଗଢ଼ିବାର ପ୍ରାରମ୍ଭିକ ପଦକ୍ଷେପ ନିଅନ୍ତି। ଏକାଠି ବସାଉଠା କରିବାର ପ୍ରକ୍ରିୟା ଆରମ୍ଭ କରନ୍ତି। ଖଟି ତିଆରି କରନ୍ତି। ଖଟିରେ ହାଜିରା ପକାନ୍ତି। ଚା ପିଅନ୍ତି। ଚା ପିଆ ଭିତରେ ସାହିତ୍ୟ କଥା ହୁଅନ୍ତି। ଅନୁଷ୍ଠାନର ପଞ୍ଜୀକରଣ ପୂର୍ବରୁ ବିଧିବଦ୍ଧ ଭାବେ ଅନୁଷ୍ଠାନ ଆଗ ଗଢ଼ନ୍ତି। ଅନୁଷ୍ଠାନର ନଁା ରଖନ୍ତି। କର୍ମକର୍ତ୍ତା ଚୟନ କରନ୍ତି। ତା’ପରେ ପଞ୍ଜୀକରଣ କରାଇ ନିଅନ୍ତି। ସଭିଏ ଏକାଠି ହେବା ପାଇଁ ସାହିତ୍ୟ ଆସର ଆରମ୍ଭ କରନ୍ତି। କବିତା ପାଠ କରନ୍ତି। ସାହିତ୍ୟ ଉପରେ ଆଲୋଚନା କରନ୍ତି। ଏମିତି ସାହିତ୍ୟ କରୁ କରୁ ନଁାକରା ହୁଅନ୍ତି।
ସେସବୁ କରିବା ପାଇଁ ସମୟ ନିହାତି ଦେବାକୁ ହୁଏ। ପକେଟରୁ ଅର୍ଥ କାଢ଼ିବାକୁ ପଡ଼େ। ବିନା ଅର୍ଥରେ କୌଣସି କାର୍ଯ୍ୟକ୍ରମ କରିବା ସମ୍ଭବ ନୁହେଁ। ସମ୍ପୃକ୍ତ ସମସ୍ତଙ୍କ ସହଯୋଗରେ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ ହାତକୁ ନିଅନ୍ତି ଓ ତା’ର ସଫଳ ରୂପାୟନ କରନ୍ତି ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ କରି। ଆଜିର ଦିନରେ ଯାହା କର, ଟଙ୍କା ଆଗ ଦରକାର। ଅବଶ୍ୟ ”ଇଚ୍ଛା ଥିଲେ ଉପାୟ ଆସେ“ ନ୍ୟାୟରେ ସାଧୁ ଉଦ୍ୟମ ତଥା ଉଦ୍‌ଯୋଗରେ ରହିଲେ ଟଙ୍କା ସବୁବେଳେ ବାଧକ ହୁଏ ନାହିଁ। ଟଙ୍କା ଯୋଗାଡ଼ ହୋଇଯାଏ। ଅନୁଷ୍ଠାନର ସଦସ୍ୟଙ୍କ ଅନୁଷ୍ଠାନ ପ୍ରତି ସକାରାତ୍ମକ ସଦ୍ଦିଚ୍ଛା ଅନୁଷ୍ଠାନକୁ ଆଗେଇ ନେଇଥାଏ। ବିଭିନ୍ନ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମର ସଫଳ ଆୟୋଜନ ଅନୁଷ୍ଠାନର ସ୍ଥିତିକୁ ସୂଚାଇବା ସହିତ ତା’ର ଗତିଶୀଳତା ପ୍ରଦାନ କରିଥାଏ। ଧୀରେ ଧୀରେ ସେ ଅନୁଷ୍ଠାନର ପରିଚୟ ପ୍ରତିଷ୍ଠା ପାଏ। ଅନୁଷ୍ଠାନର ପ୍ରଚାର ଓ ପ୍ରସାର ମଧ୍ୟ ହୁଏ କାର୍ଯ୍ୟକ୍ରମ ମାଧ୍ୟମରେ।
ସବୁ ଲେଖକ ତ ନିଜ ଲେଖା ମାଧ୍ୟମରେ ପରିଚୟ ସୃଷ୍ଟି କରିଥାନ୍ତି। ଅନୁଷ୍ଠାନ ଜରିଆରେ ବି ପରିଚୟ ପାଆନ୍ତି ଆନୁଷ୍ଠାନିକ ପଦ ପଦବୀ ମଣ୍ଡନ କରି। କେଉଁଠି ଅନୁଷ୍ଠାନ ତରଫରୁ ପ୍ରତିନିଧିତ୍ୱ କରିପାରନ୍ତି ଯୋଗ ଦେବା ପାଇଁ। ଲେଖକ ବିଭିନ୍ନ ସ୍ଥାନକୁ ଯାଇ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଯୋଗ ଦେଉଛନ୍ତି। ଅନ୍ୟଠି ଅନ୍ୟ ମଞ୍ଚରେ କବିତା ପଢ଼ିବାର ସୁଯୋଗ ପାଆନ୍ତି। ଏସବୁ ସାହିତ୍ୟ କାମରୁ ଯେଉଁ ଯେଉଁମାନେ ଖୁସି ପାଆନ୍ତି, ସେଇ ସେଇମାନେ ସାହିତ୍ୟ କରିପାରନ୍ତି। ସାହିତ୍ୟ କରି ଖୁସି ଅନୁଭବ କରିବା ଓ ଖୁସି ସାଉଁଟିବା ଆଣେ ବଡ଼ ଉପଲବ୍ଧି। ଯିଏ ଯିଏ କିଛି ପାଇବା ଆଶାରେ ସାହିତ୍ୟ କରନ୍ତି /କରୁଛନ୍ତି, ସେମାନେ କେତେ ଖୁସି ଥାଆନ୍ତି ସାହିତ୍ୟ ଭିତରେ ରହି, ସେକଥା ସେମାନେ ନିଜେ ଜାଣନ୍ତି। ପୁରସ୍କାର ପଛରେ ଲେଖକ କେବେ ବି ନ ରହିବା କଥା। ଧରାକରା ପୁରସ୍କାର କେଉଁଠୁ ହାତେଇ ନେଇ ନିଜକୁ ନିଜେ ଠକିବା କଥା।
ଥରେ ଜଣେ ଲେଖକ ଗୋଟେ ବଡ଼ ଅନୁଷ୍ଠାନର ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କବିତା ପଢ଼ିବାର ସୁଯୋଗ ପାଇଲେ। ବଡ଼ ସାହିତ୍ୟ ମଞ୍ଚରେ କବିତା ପଢ଼ି ଖୁସି ଅନୁଭବ କଲେ ସେ ଲେଖକ ପୁଣି ଅନେକ କବିଙ୍କ ଗହଣରେ। ସେ କବିଙ୍କ ପାଇଁ ସେଇ ଖୁସି ଥିଲା ଅବ୍ୟକ୍ତ। କବିତା ପଢ଼ି ମଞ୍ଚ ତଳକୁ ଓହ୍ଲେଇ ଆସିଲା ପରେ ମଞ୍ଚ ତଳେ ବସିଥିବା ଜଣେ କର୍ମକର୍ତ୍ତା ତାଙ୍କ ହାତକୁ ବଢ଼ାଇ ଦେଇଥିଲେ ଗୋଟେ ଛୋଟ ଖାମ୍‌। ଗୋଟେ ପ୍ରଶସ୍ତି ପତ୍ର। ତା’ ସାଙ୍ଗକୁ ଏକ ବ୍ୟାଗ। ବ୍ୟାଗ ଭିତରେ ଥିଲା ଗୋଟେ କଲମ ଓ ଗୋଟେ ଛୋଟ ନୋଟ ଖାତା। ପରେ ସେ ଖାମ୍‌ ଖୋଲି ଦେଖିଥିଲେ ତା’ ଭିତରେ ଥିଲା ଦି’ ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ। ସେ କବି ପ୍ରଥମ ଥର ପାଇଁ କବିତା ପଢ଼ି ପାରିତୋଷିକ ସହିତ ଖାତା, କଲମ, ପ୍ରଶସ୍ତି ପତ୍ର ଓ ବ୍ୟାଗ ପାଇ ବହୁତ ଖୁସି ହେଉଥିଲେ। ମନକୁ ମନ ସେ ଖୁସିରେ କହି ପକାଇଥିଲେ ”ସାହିତ୍ୟ ବି ଦିଏ“। ତେବେ ସାହିତ୍ୟ ନିଏ ଯେମିତି, ଦିଏ ମଧ୍ୟ। ନିଜ ସତୀର୍ଥ ବନ୍ଧୁଙ୍କୁ ସେ କବି କହିଥିଲେ ସାହିତ୍ୟ କାର୍ଯ୍ୟକ୍ରମ ପାଇଁ ଦେବାକୁ ବେଳେ ବେଳେ କୁନ୍ଥୁ କୁନ୍ଥୁ ହୁଅ। ହେଲେ ସାହିତ୍ୟ, ସାଗର ଭଳି ଅବିକଳ ନ ଫେରାଇଲେ ଭିନ୍ନ ଆକାରରେ ଫେରାଇପାରେ। କେଉଁଠି ପାରିତୋଷିକ ବି ମିଳିପାରେ। କିଛି ନ ହେଲେ କବିତା ଲେଖୁଥିବାରୁ କବିର ପରିଚୟ ତ ମିଳେ। କବିତା ପାଠ କାର୍ଯ୍ୟକ୍ରମରେ ପଠିତ କବିତା ଶୁଣି କିଏ ତାକୁ ତାରିଫ କଲେ, ତାହା କବି ପାଇଁ ପୁରସ୍କାର ସ୍ବରୂପ ମନେ କରାଯାଇପାରେ। ସାହିତ୍ୟରୁ ସିଧାସଳଖ ଟଙ୍କା ଖୋଜି ବସିଲେ ହେବ ନାହିଁ। ଆଗ ଖୁସି ଖୋଜିବା, ଖୁସି ସାଉଁଟିବା। କେଉଁଠି କବିତା ପଢ଼ି ପାରିତୋଷିକ ପାଇଲେ ଆହ୍ଲାଦିତ ହେବା। ଆସନ୍ତୁ, ସତ ସାହିତ୍ୟ କରିବା। ନିରୁତା ଖୁସି ସୁଖ ପାଇବା। ଆଉ ସେଇ ଖୁସିରେ ତଲ୍ଲୀନ ରହିବା ଚିରକାଳ।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?