Posted inଫୁରସତ

ସାକ୍ଷରତା ହିଁ ବିକାଶ

ସାକ୍ଷରତା ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଦେଶର ବିକାଶ ପାଇଁ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ହାର ଯେଉଁଠି ଯେତେ ଅଧିକ ତାହା ସେତେ ବିକଶିତ। ଏହା ନୂତନ ପିଢ଼ି ହୋଇଥାଏ ସୃଜନଶୀଳ। ନୂଆ ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଫିଟିଥାଏ। ତେଣୁ ଏହା ମାଧ୍ୟମରେ ସହଜରେ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିଥାଏ। ସାକ୍ଷରତାର ଗୁରୁତ୍ୱ ଉପଲବ୍ଧ କରି ଅନ୍ତର୍ଜାତୀୟସ୍ତରରେ ଜାତିସଂଘର ୟୁନେସ୍କୋ ସାଧାରଣ ସମ୍ମିଳନୀ ୧୪ ତମ ଅଧିବେଶନରେ ୧୯୬୬ ଅକ୍ଟୋବର ୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିଷ୍ପତ୍ତି ଆଧାରରେ ପ୍ରତିବର୍ଷ ସେପ୍ଟେମ୍ବର ୮କୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ଏହାପରେ ୧୯୬୭ଠାରୁ ପ୍ରତିବର୍ଷ ସାକ୍ଷରତା ଅଭିଯାନକୁ ଆଗେଇ ନେବାକୁ ଏହି ଦିବସ ପାଳନ କରାଯାଉଛି।
ପ୍ରାୟ ୭୭୫ ନିୟୁତ ଲୋକ ନିରକ୍ଷର ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ହେଉଛନ୍ତି ମହିଳା। ୟୁନେସ୍କୋର ଶିକ୍ଷା ମନିଟରିଂ ରିପୋର୍ଟ ଅନୁଯାୟୀ ବିଶ୍ୱରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ମଧ୍ୟରେ ବୁର୍କିନା ଫାସୋ, ନାଇଜର ଏବଂ ମାଲି ଆଦି ଦେଶ ରହିଛି। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି। ୨୦୧୫ ସେପ୍ଟେମ୍ବରରେ ଜାତିସଂଘ ପକ୍ଷରୁ ସାକ୍ଷରତା ଅଭିଯାନ ଲାଗି ସ୍ଥାୟୀ ବିକାଶ ଏଜେଣ୍ଡା ଗ୍ରହଣ କରାଯାଇ ଗୁଣାତ୍ମକ ଶିକ୍ଷା ତଥା ଲୋକଙ୍କ ଜୀବନରେ ଶିକ୍ଷାର ସୁଯୋଗ ପାଇଁ ଅନ୍ତର୍ଜାତୀୟସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୩୦ ସୁଦ୍ଧା ସାକ୍ଷରତା ଲକ୍ଷ୍ୟ ହାସଲ ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ସାକ୍ଷରତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ସଂସ୍ଥାଗୁଡ଼ିକୁ ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ସମ୍ମାନୀତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri