‘ଲିସା’ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍‌ ଆଙ୍କର

ଭୁବନେଶ୍ୱର,୧୦ା୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏକ ଅଭିନବ ପ୍ରୟାସ ସହ ଟେଲିଭିଜନ ବ୍ରଡ୍‌ କାଷ୍ଟିଂରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କରିବାକୁ ଯାଉଛି। ଏପରିକି ଓଡ଼ିଶା ଝିଅ ଲିସା ଓଡ଼ିଆରେ ଏଆଇ ଜରିଆରେ ନ୍ୟୁଜ ପଡ଼ିବେ ବୋଲି ଓଟିଭି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଲିସା ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରିବା ସହିତ ଟେଲିଭିଜନ ଦୁନିଆରେ ଏକ ଅବିଶ୍ୱନୀୟ ପରିଚୟ ସୃଷ୍ଟି କରିବେ ବୋଲି ଓଟିଭି ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଓଟିଭି ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଓଟିଭିର ପ୍ରତିଷ୍ଠାତା ସଦସ୍ୟ ତଥା ସିଇଓ ଜାଗୀମଙ୍ଗତ ପଣ୍ଡା, ସମ୍ପାଦକ (ଏଡିଟର) ରାଧାମାଧବ ମିଶ୍ର ଏବଂ ଓଟିଭି ଡିଜିଟାଲ ୟୁନିଟ୍‌ର ସିବିଡିଓ ଲିତିସା ମଙ୍ଗତ ପଣ୍ଡା ଯୋଗଦେଇ ଉଭୟ ଲିସା ଓ ଏଆଇ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଇଥିଲେ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଟିଭି ଓ ଡିଜିଟାଲ ଖବର ପ୍ରସାରଣ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି, ସେଥିରେ ଓଟିଭି ଏବଂ ଏହାର ଏଆଇ ଆଙ୍କର ଲିସାର ଯୋଗଦାନ ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା ହେବ ବୋଲି ଓଟିଭି ପକ୍ଷରୁ ଆଶା କରାଯାଉଛି। ଅପରପକ୍ଷରେ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଲିସା ପ୍ରଥମ ଏଆଇ ଆଙ୍କର ହୋଇଥିବାବେଳେ ଲିସା ମଧ୍ୟ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri