ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହନ୍ତି ବରଂ ପରିପୂରକ। ଏହି ଦୂରଦର୍ଶୀ ଆଭିମୁଖ୍ୟ ସହ ବନ ସୁରକ୍ଷା ଓ ସବୁଜବଳୟ ସୃଷ୍ଟିରେ ଓଡ଼ିଶା ବର୍ତ୍ତମାନ ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ପାଇଛି, ଯାହାଦ୍ୱାରା ସମଗ୍ର ଭାରତବର୍ଷରେ ଓଡ଼ିଶା ବର୍ତ୍ତମାନ ଗୌରବଜନକ ୩ୟ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସ୍ଥାନୀୟ କପିଳେଶ୍ୱରପୁରଠାରେ ମଙ୍ଗଳବାର ଆୟୋଜିତ ରାଜ୍ୟସ୍ତରୀୟ ୭୭ ତମ ବନ ମହୋତ୍ସବ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକୁ ଚିରସ୍ରୋତା କରିବା ପାଇଁ ‘ସବୁଜ ମହାନଦୀ ମିଶନ’ ଅଧୀନରେ ମହାଦନୀ, ତେଲ୍‌, ଇବ୍‌, ବ୍ରାହ୍ମଣୀ, ଋଷିକୁଲ୍ୟା, ବୈତରଣୀ ଓ ବଂଶଧାରା ନଦୀ ପାର୍ଶ୍ୱରେ ୧.୫ କିମି ପ୍ରଶସ୍ତ ସବୁଜ ବଳୟ ସୃଷ୍ଟି କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୭୭୪ ହେକ୍ଟର ଅଞ୍ଚଳରେ ୫.୬୫ ଲକ୍ଷ ଚାରା ରୋପଣ କରାଯାଇଥିବାବେଳେ ୨୦୨୬-୨୭ ବର୍ଷରେ ୨୭୦୨ ହେକ୍ଟର ଅଞ୍ଚଳରେ ପ୍ରାୟ ୯ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି। ସେହିପରି ‘ବର୍ଦ୍ଧିତ ସବୁଜ ବଳୟ ଯୋଜନା’ ମାଧ୍ୟମରେ ଚଳିତ ବର୍ଷ ୩.୫୮ ହେକ୍ଟର ଜମିରେ ୧୫ ଲକ୍ଷ ୯୩ ହଜାର ବୃକ୍ଷଚାରା ରୋପଣ କରାଯିବ। ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ୯୫ ହଜାର ଚାରା ରୋପଣର ଲକ୍ଷ୍ୟ ରହିଛି। ‘ ଆମ ଜଙ୍ଗଲ ଯୋଜନା’ ଅଧୀନରେ ୧୯,୯୭୫ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯାଇ ୪୩.୧୮ ଲକ୍ଷ ସ୍ଥାନୀୟ ହିତାଧିକାରୀଙ୍କୁ ୧,୪୪୮.୫୨ କୋଟି ଟଙ୍କାର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କାମ୍ପା ଯୋଜନା ଅଧୀନରେ ଆସନ୍ତା ବର୍ଷ ପାଇଁ ୨୦,୫୬୨ ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ବୃକ୍ଷରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜାପାନ ଅନ୍ତର୍ଜାତୀୟ ସଂସ୍ଥାର ସହାୟତାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ୧୨୧୦ଟି ବନସୁରକ୍ଷା ସମିତିକୁ ସାମିଲ କରାଯାଉଛି। ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ମିଷ୍ଟି ଯୋଜନାରେ ୮୯ ହେକ୍ଟର ଅଞ୍ଚଳରେ ହେନ୍ତାଳ ବନ ସୃଷ୍ଟି ଏବଂ ‘ଇସିଆର୍‌ଆଇସିସି’ ଯୋଜନାରେ ୨୪୦୫ ହେକ୍ଟର ଲୁଣା ଜଙ୍ଗଲର ପୁନରୁଦ୍ଧାର କରାଯାଉଛି। ଏହା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ଆର୍ଥିକ ବର୍ଷରେ ୧୭.୯୦ ଲକ୍ଷ ତାଳ ଚାରା ରୋପଣ କରାଯାଇଛି। ଚଳିତ ଜୁଲାଇ ଆରମ୍ଭରୁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଏକ ନୂତନ ଯୋଜନା ‘ବିକଶିତ ଭାରତ- ରୋଜଗାର ଗ୍ୟାରେଣ୍ଟି ଓ ଆଜୀବନ ମିଶନ(ଗ୍ରାମୀଣ)’ କାର୍ଯ୍ୟକାରୀ ହୋଇଛି, ଯାହା ବୃକ୍ଷରୋପଣ ସହ ଲୋକଙ୍କୁ ରୋଜଗାରକ୍ଷମ କରିବ। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଓଡ଼ିଶାରେ ଗୋଟିଏ ଦିନରେ ୧ କୋଟି ୪୯ ଲକ୍ଷ ଚାରା ରୋପଣ କରାଯାଇଥିଲା। ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ପାଇଁ ୩ କୋଟି ୭୬ ଲକ୍ଷ ବୃକ୍ଷଚାରା ରୋପଣର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବନୀକରଣ କ୍ଷେତ୍ରରେ ଜନଭାଗୀଦାରି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ଅନୁଗୋଳର ‘ଜେରେଙ୍ଗ ବୁଧପାହାଡ଼ ବନ ସୁରକ୍ଷା ସମିତି’ ଏବଂ ମୟୂରଭଞ୍ଜର ‘ଗଡଗୁଡିଆ ପରିବେଶ ବିକାଶ ସମିତି’କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ବରୂପ ୨ ଲକ୍ଷ ଟଙ୍କା ଲେଖା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ବାବୁ ସିଂ, ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଏବଂ ପ୍ରଧାନ ମୁଖ୍ୟ ବନସଂରକ୍ଷକ କେ.ମୁରୁଗେଶନ ଏବଂ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?