କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମସ୍ତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ଯାତାୟାତ ଆଦି ଯେପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ବୁଧବାର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପୋଲିସ ପ୍ରଶାସନ ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ସେବାୟତଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍‌ପି କନୱର ବିଶାଲ ସିଂ ଅଧ୍ୟକ୍ଷତା କରିଥିଲେ। ଚଳିତବର୍ଷର ଘୋଷଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ଆଲୋଚନା କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ, ନୀତି ପାଇଁ ଯାତାୟାତ ସମୟରେ ଯେପରି ସେବକଙ୍କୁ କୌଣସି ସମସ୍ୟା ନ ହେବ, ଗତବର୍ଷର ତ୍ରୁଟି ଯେପରି ଚଳିତବର୍ଷ ପୁନରାବୃତ୍ତି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସେବାୟତମାନେ ସେମାନଙ୍କ ମତ ରଖିଥିଲେ।
ବୈଠକ ପରେ ଏସ୍‌ପି ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ ଆର୍ଶୀବାଦରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଆଗକୁ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ ରହିଛୁ। ସେବାୟତଙ୍କ ସହଯୋଗରେ ସ୍ନାନଯାତ୍ରା ପରି ରଥଯାତ୍ରା ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛୁ। ସେବାୟତମାନେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ସମସ୍ତଙ୍କ ସହଯୋଗରେ ଘୋଷଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ଆଶା ରହିଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରଥଯାତ୍ରା ସମୟରେ ଅତ୍ୟଧିକ ଲୋକ କର୍ଡନ ଭିତରେ ରହୁଛନ୍ତି। ତେଣୁ କର୍ଡନ ଭିତରେ ସୀମିତ ପାସ୍‌ଧାରୀ ରହିବା, ପହଣ୍ଡି ସମୟରେ ସୀମିତ ଘଣ୍ଟୁଆ, କର୍ଡନ ଭିତରେ ନୃତ୍ୟ ଶିଳ୍ପୀଙ୍କୁ ସୀମିତ ରଖିବା, ନୀତି ଶୃଙ୍ଖଳିତ କରାଯିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଛି। ସେହିପରି ବରିଷ୍ଠ ସେବକ ତଥା ଶ୍ରୀମନ୍ଦିର ଘଣ୍ଟୁଆ ନିଯୋଗ ସଭାପତି ଗୌରହରି ପ୍ରଧାନ କହିଛନ୍ତି, ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତି ପାଇଁ ନିୟୋଜିତ ଥିବା ସେବାୟତଙ୍କ ଯାତାୟାତ ଲାଗି ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା, ପାର୍କିଂସ୍ଥାନ, ପୋଲିସ ପକ୍ଷରୁ ସହଯୋଗ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ...

ବେଆଇନ ବାଲି, ପଥର ବୋଝେଇ ଟ୍ରାକ୍ଟର; ହାଇୱା ଜବତ

ଛେଣ୍ଡିପଦା,୩୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ଶନିବାର ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ହାଇୱା ଜବତ କରାଯାଇଛି। ସୂଚନାନୁଯାୟୀ,...

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ...

ପାରିବାରିକ କଳହ ହେଲା ଅସହ୍ୟ: ଏଭଳି ଚରମ ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତି

ସମ୍ବଲପୁର,୪।୧୧(ବ୍ୟୁରୋ): ପାରିବାରିକ କଳହ ହେଲା ଅସହ୍ୟ। ଶେଷରେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ବିଷ ପିଇ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କୁ...

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ବାସୁଦେବପୁର, ୨ା୬(ଡି.ଏନ.ଏ.)-ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକ୍‌ଡାଉନ ପାଇଁ ଶ୍ରମିକ ଓ ଗରିବ ଲୋକମାନେ ହଇରାଣ ହରକତ ହେଉଥିବା ସହ...

ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୨ ଗୁରୁତର

ବାଲେଶ୍ୱର ଅଫିସ, ୬।୪: ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଥାନା ଭଙ୍ଗାରୁଜା ସହ ଗୋଟିଏ ଗୋଷ୍ଠୀର...

ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ

ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...

ଗାଡ଼ି ସହ ୯,୬୦୦ ବୋତଲ କଫ ସିରପ୍‌ ଜବତ

ନୟାଗଡ଼ ଅଫିସ/ନୂଆଗାଁ, ୫ା୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୯,୬୦୦ କଫ ସିରପ୍‌ ବୋତଲକୁ ଜବତ କରିଛି। ସେହିଭଳି...

Advertisement
Archives

Model This Week