ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ ବିଭାଗର ୧୨୮କୋଟି ୬୦ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଖର୍ଚ୍ଚଦାବି ଆଗତ କରିବା ପରେ ଏହାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସମର୍ଥନ କରାଯିବା ସହ କିଛି ପ୍ରସ୍ତାବ ରଖାଯାଇଥିଲା। ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ପରିପ୍ରେକ୍ଷୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ଗୃହର ମତାମତ ନେଇ ଗୃହୀତ କରାଇଛନ୍ତି।
ଅପରାହ୍ନରେ ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଏହା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଆଲୋଚନା ଆରମ୍ଭ କରି କହିଥିଲେ ଯେ ସରକାର ଓ ରାଜ୍ୟ ପାଇଁ ରାଜସ୍ବ ବିଭାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ରାଜସ୍ବ ବିଭାଗରେ ସବୁବେଳେ ଅପାରଗତା ଦେଖାଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମସ୍ୟା ସମାଧାନ କରିବା ଦିଗରେ ବିଭାଗ ଗୁରୁତ୍ୱ ଦେଉନାହିଁ। ଏହି ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଜଟିଳତା ସୃଷ୍ଟି ହେଉଛି। ଓଡ଼ିଶାର କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କଲା, ହେଲେ ତାହା ଆମେ ଜାଣିପାରିଲୁ ନାହିଁ। ଏହା ବିଭାଗର ବଡ଼ ଅପାରଗତା। ରାଜସ୍ବ ବିଭାଗର ଅପାରଗତା ଅକ୍ଷମଣୀୟ। ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ଟି  ଓଡ଼ିଶାର ଭୌଗୋଳିକ ମାନଚିତ୍ରରୁ ଅପସରି ଯିବ। ସେହିପରି ଲଘୁଖଣିଜ ପଦାର୍ଥରେ ୨୦୦ କୋଟି ଟଙ୍କାର ରାଜସ୍ବ ମିଳୁଥିବାବେଳେ ୧୦ହଜାର କୋଟି ଟଙ୍କା ହରାଇବାକୁ ପଡ଼ୁଛି। ହେଲେ ଏହାକୁ ବିଚାର କରାଯାଉନାହିଁ। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ବାଲି ଓ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିିଥିଲେ।
ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ବ୍ୟବସ୍ଥାରେ ସୁଦୃଢ଼ୀକରଣ କରାଯାଉଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପ୍ରଶଂସିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାମାରୀର ସଫଳ ମୁକାବିଲା କରାଯାଇପାରିଛି। ତେବେ ସୀମା ସୁରକ୍ଷା ଆମର ମୁଖ୍ୟ କାମ ବୋଲି ସେ କହିଥିଲେ। ଏହାସହ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବହୁ ପରିମାଣର ଜମି ନେଇଥିବାବେଳେ ବ୍ୟବହାର ନ କରି ତାହା ପକାଇ ରଖିଛନ୍ତି। ଅବ୍ୟବହୃତ ଜମିର ଆକଳନ କରାଯାଇ ଜବରଦଖଲମୁକ୍ତ କରି ବିଭାଗ ଅଧୀନକୁ ଏହାକୁ ଅଣାଯାଇପାରିବ ବୋଲି ଶତପଥୀ ମତ ଦେଇଥିଲେ। ସେହିପରି ଅବକାରୀ ବିଭାଗ ଆର୍ଥିକ ବ୍ୟବସ୍ଥାରେ ସହାୟକ ହୋଇଛି। ହେଲେ ବେଆଇନ କାରବାରକୁ ରୋକିବା ପାଇଁ ଚଢ଼ଉ କରାଯାଉନି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଏହା ଉପରେ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ହସ୍ପିଟାଲ୍‌, ସ୍କୁଲ୍‌, ରାସ୍ତାକଡ଼ରେ ମଦ ଦୋକାନ ହେବାନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ରାଜସ୍ବ ବଢ଼ାଇବା ସହ ନ୍ୟାୟ ପ୍ରଦାନ ଦିଗରେ ଏହି ଦୁଇଟି ବିଭାଗ ସାହାଯ୍ୟ କରିବ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ମନୋହର ରନ୍ଧାରୀ ଏହି ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖୋର୍ଦ୍ଧା ଜିଲା ଏବଂ ଭୁବନେଶ୍ୱର ଆଖପାଖରେ ଇଡ୍‌କୋ ୧୦ହଜାର ଏକର ଜମି ବିକ୍ରି କରିଥିବାର ଅଭିଯୋଗ କରିଥିଲେ। ଏହା ବିରୋଧରେ ସିବିଆଇ କିମ୍ବା ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ। ଏହାଛଡ଼ା ସ୍ଥିତିବାନ ସମ୍ପତ୍ତିକୁ ଜଗନ୍ନାଥଙ୍କ ନାଁରେ କରାଯାଇଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ ବୈଠକ କରି ଜମି ଫେରାଇବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ ବୋଲି ସେ ଦାବି କରିଥିଲେ। ଲିଙ୍ଗରାଜ ଓ ଜଗନ୍ନାଥଙ୍କ ସମ୍ପତ୍ତି କିଏ ହାତେଇଛି, ତାହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିବା ସହ ବାଲି, ପଥର ଆଦି ଚୋରା ଚାଲାଣ ରୋକିବାକୁ ନିୟମ କଡ଼ାକଡ଼ି କରାଯିବା ଦରକାର ବୋଲି ସେ ମତ ରଖିଥିଲେ। ସେହିଭଳି ଅବକାରୀ ବିଭାଗର ଖର୍ଚ୍ଚଦାବିକୁ ବିରୋଧ କରିବା ସହ ଚାରିଆଡ଼େ ମଦ, ବ୍ରାଉନ୍‌ସୁଗାରର ଅବାଧ କାରବାର ରୋକିବା ପାଇଁ ସ୍କ୍ବାଡ୍‌ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶାସକ ଦଳ ସଦସ୍ୟ ଲତିକା ପ୍ରଧାନ, ଧ୍ରୁବଚରଣ ସାହୁ ଦୁଇଟି ଯାକ ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିବାବେଳେ ଭାଜପା ସଦସ୍ୟ ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ବିରୋଧ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତରରେ କହିଥିଲେ ଯେ ବିଭାଗ ତରଫରୁ ଚଳିତବର୍ଷ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri