ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ ବିଭାଗର ୧୨୮କୋଟି ୬୦ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଖର୍ଚ୍ଚଦାବି ଆଗତ କରିବା ପରେ ଏହାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସମର୍ଥନ କରାଯିବା ସହ କିଛି ପ୍ରସ୍ତାବ ରଖାଯାଇଥିଲା। ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ପରିପ୍ରେକ୍ଷୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ଗୃହର ମତାମତ ନେଇ ଗୃହୀତ କରାଇଛନ୍ତି।
ଅପରାହ୍ନରେ ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଏହା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଆଲୋଚନା ଆରମ୍ଭ କରି କହିଥିଲେ ଯେ ସରକାର ଓ ରାଜ୍ୟ ପାଇଁ ରାଜସ୍ବ ବିଭାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ରାଜସ୍ବ ବିଭାଗରେ ସବୁବେଳେ ଅପାରଗତା ଦେଖାଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମସ୍ୟା ସମାଧାନ କରିବା ଦିଗରେ ବିଭାଗ ଗୁରୁତ୍ୱ ଦେଉନାହିଁ। ଏହି ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଜଟିଳତା ସୃଷ୍ଟି ହେଉଛି। ଓଡ଼ିଶାର କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କଲା, ହେଲେ ତାହା ଆମେ ଜାଣିପାରିଲୁ ନାହିଁ। ଏହା ବିଭାଗର ବଡ଼ ଅପାରଗତା। ରାଜସ୍ବ ବିଭାଗର ଅପାରଗତା ଅକ୍ଷମଣୀୟ। ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ଟି  ଓଡ଼ିଶାର ଭୌଗୋଳିକ ମାନଚିତ୍ରରୁ ଅପସରି ଯିବ। ସେହିପରି ଲଘୁଖଣିଜ ପଦାର୍ଥରେ ୨୦୦ କୋଟି ଟଙ୍କାର ରାଜସ୍ବ ମିଳୁଥିବାବେଳେ ୧୦ହଜାର କୋଟି ଟଙ୍କା ହରାଇବାକୁ ପଡ଼ୁଛି। ହେଲେ ଏହାକୁ ବିଚାର କରାଯାଉନାହିଁ। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ବାଲି ଓ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିିଥିଲେ।
ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ବ୍ୟବସ୍ଥାରେ ସୁଦୃଢ଼ୀକରଣ କରାଯାଉଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପ୍ରଶଂସିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାମାରୀର ସଫଳ ମୁକାବିଲା କରାଯାଇପାରିଛି। ତେବେ ସୀମା ସୁରକ୍ଷା ଆମର ମୁଖ୍ୟ କାମ ବୋଲି ସେ କହିଥିଲେ। ଏହାସହ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବହୁ ପରିମାଣର ଜମି ନେଇଥିବାବେଳେ ବ୍ୟବହାର ନ କରି ତାହା ପକାଇ ରଖିଛନ୍ତି। ଅବ୍ୟବହୃତ ଜମିର ଆକଳନ କରାଯାଇ ଜବରଦଖଲମୁକ୍ତ କରି ବିଭାଗ ଅଧୀନକୁ ଏହାକୁ ଅଣାଯାଇପାରିବ ବୋଲି ଶତପଥୀ ମତ ଦେଇଥିଲେ। ସେହିପରି ଅବକାରୀ ବିଭାଗ ଆର୍ଥିକ ବ୍ୟବସ୍ଥାରେ ସହାୟକ ହୋଇଛି। ହେଲେ ବେଆଇନ କାରବାରକୁ ରୋକିବା ପାଇଁ ଚଢ଼ଉ କରାଯାଉନି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଏହା ଉପରେ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ହସ୍ପିଟାଲ୍‌, ସ୍କୁଲ୍‌, ରାସ୍ତାକଡ଼ରେ ମଦ ଦୋକାନ ହେବାନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ରାଜସ୍ବ ବଢ଼ାଇବା ସହ ନ୍ୟାୟ ପ୍ରଦାନ ଦିଗରେ ଏହି ଦୁଇଟି ବିଭାଗ ସାହାଯ୍ୟ କରିବ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ମନୋହର ରନ୍ଧାରୀ ଏହି ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖୋର୍ଦ୍ଧା ଜିଲା ଏବଂ ଭୁବନେଶ୍ୱର ଆଖପାଖରେ ଇଡ୍‌କୋ ୧୦ହଜାର ଏକର ଜମି ବିକ୍ରି କରିଥିବାର ଅଭିଯୋଗ କରିଥିଲେ। ଏହା ବିରୋଧରେ ସିବିଆଇ କିମ୍ବା ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ। ଏହାଛଡ଼ା ସ୍ଥିତିବାନ ସମ୍ପତ୍ତିକୁ ଜଗନ୍ନାଥଙ୍କ ନାଁରେ କରାଯାଇଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ ବୈଠକ କରି ଜମି ଫେରାଇବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ ବୋଲି ସେ ଦାବି କରିଥିଲେ। ଲିଙ୍ଗରାଜ ଓ ଜଗନ୍ନାଥଙ୍କ ସମ୍ପତ୍ତି କିଏ ହାତେଇଛି, ତାହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିବା ସହ ବାଲି, ପଥର ଆଦି ଚୋରା ଚାଲାଣ ରୋକିବାକୁ ନିୟମ କଡ଼ାକଡ଼ି କରାଯିବା ଦରକାର ବୋଲି ସେ ମତ ରଖିଥିଲେ। ସେହିଭଳି ଅବକାରୀ ବିଭାଗର ଖର୍ଚ୍ଚଦାବିକୁ ବିରୋଧ କରିବା ସହ ଚାରିଆଡ଼େ ମଦ, ବ୍ରାଉନ୍‌ସୁଗାରର ଅବାଧ କାରବାର ରୋକିବା ପାଇଁ ସ୍କ୍ବାଡ୍‌ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶାସକ ଦଳ ସଦସ୍ୟ ଲତିକା ପ୍ରଧାନ, ଧ୍ରୁବଚରଣ ସାହୁ ଦୁଇଟି ଯାକ ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିବାବେଳେ ଭାଜପା ସଦସ୍ୟ ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ବିରୋଧ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତରରେ କହିଥିଲେ ଯେ ବିଭାଗ ତରଫରୁ ଚଳିତବର୍ଷ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?