ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ୨ରୁ ୩ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୮ତାରିଖ ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କନାଳ, ବାଲେଶ୍ୱର, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର ଓ ଭଦ୍ରକ ଆଦି ଜିଲାର କେତେକ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ତେଣୁ ଏ ସମସ୍ତ ଜିଲାକୁ ସତର୍କ ସୂଚନା ସହିତ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କନ୍ଧମାଳ, କଳାହାଣ୍ଡି ଏବଂ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଓ ଚାଷ କରି ଉଦାହରଣ ସୃଷ୍ଟିକଲେ ରବୀନ୍ଦ୍ର

କୋରେଇ,୪ା୫(ଡି.ଏନ.ଏ.): ଗଛ ଡାଳରେ ଝୁଲୁଛି ପିଜୁଳି, ସପେଟା, ଆମ୍ବ ଏବଂ ସେଓ। ଧୀର ପବନରେ ଝୁଲିଝୁଲି ସତେ ଯେପରି ଆନନ୍ଦରେ ନାଚୁଛି ସେଓ ପେନ୍ଥା। ଏହା...

ପାଣିଟାଙ୍କିକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ,୧୧ା୪(ଡି.ଏନ୍‌.ଏ.): ପ୍ରେମରେ ବିଫଳ ହେବା ପରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା କୁଠୁର୍ଲା ଗାଁର ଜଣେ ଯୁବକ ସୋମବାର ସକାଳେ ଓଭରହେଡ୍‌ ପାଣିଟାଙ୍କି ଉପରକୁ ଚଢ଼ି...

ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ କୋଭିଡ-୧୯ ପରୀକ୍ଷଣ, ବେଡ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।...

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର...

ଖର୍ଚ୍ଚ ଚାଲିଛିି, ତଦାରଖ ହେଉନି

କେନ୍ଦୁଝର,୩୦।୪(ସ୍ବ.ପ୍ର.) ଓଡ଼ିଶା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ବହୁ ଅର୍ଥ ଖର୍ଚ୍ଚ କରିବା ସହ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ବିଭିନ୍ନ...

ଉଜୁଡ଼ିଛି ଶିକ୍ଷା ଭିତ୍ତିଭୂମି: ବାଧାପ୍ରାପ୍ତ ହେବ ପାଠପଢ଼ା

ପୁରୀ ଅଫିସ,୪।୬: ବାତ୍ୟା ‘ଫନୀ’ ଯୋଗୁ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ଏଥିରୁ ବର୍ତ୍ତିପାରିନି ସ୍କୁଲ, କଲେଜ। ଅଧିକାଂଶ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କାହାର...

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ...

ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ...

Advertisement
Archives

Model This Week