ଜୀବନଶୈଳୀ ଓ ଜଳବାୟୁ ପରିବର୍ତ୍ତନ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ସମ୍ପ୍ରତି ବିକାଶ ଓ ପ୍ରଗତିର ମାୟାଜାଲରେ ବଶୀଭୂତ ହୋଇ ମାନବ ସମାଜ ଏକ ଅସହନୀୟ ମାର୍ଗରେ ଅଗ୍ରସର ହେଉଛି। ଏହା ଆମ ଗ୍ରହର ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ ଘଟାଇ ବିନାଶକାରୀ ପ୍ରଭାବ ବିସ୍ତାର କରୁଛି। ଆମେରିକା ଏବଂ ୟୁରୋପର ବିକଶିତ ରାଷ୍ଟ୍ରଗୁଡ଼ିକ ବିଜ୍ଞାନ ଓ ପ୍ରଯୁକ୍ତିରେ ସାଧିତ ସର୍ବାଧିକ ଅଗ୍ରଗତିର ପ୍ରୟୋଗ ତଥା ପ୍ରାକୃତିକ ସମ୍ପଦର ଅତ୍ୟଧିକ ବିନିଯୋଗରେ ଧନିକ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଛନ୍ତି। ତେବେ ଅଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ଦାରିଦ୍ର୍ୟ ପ୍ରପୀଡ଼ିତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏହି ‘ମୂଷା ଦୌଡ଼’ରେ ସଫଳତା ଅର୍ଜନରୁ ଦୂରରେ ଥିବାରୁ ଏବେ ଅନ୍ଧାନୁକରଣରେ ବ୍ରତୀ ଅଛନ୍ତି। ପ୍ରଚଳିତ ବିପର୍ଯ୍ୟୟ ସୃଷ୍ଟିକାରୀ ଉନ୍ନୟନ ପ୍ରକ୍ରିୟାର ପରିଣାମରେ ମାନବ ଜୀବନଶୈଳୀରେ ନକାରାତ୍ମକ ପରିବର୍ତ୍ତନ ଘଟୁଛି। ଏହା ପ୍ରକୃତି ଓ ପରିବେଶର ଅବନତିର କାରଣ ପାଲଟିଛି। ଏବେ ବିଶ୍ୱବାସୀ ଅନୁଭବ କଲେଣି ଯେ ଜୀବନଶୈଳୀରେ ଘଟୁଥିବା ଏପରି ପରିବର୍ତ୍ତନ ବହୁବିଧ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ନିମନ୍ତେ ମୂଳତଃ ଦାୟୀ। ଅନ୍ୟପକ୍ଷରେ, ଗ୍ରହର ପ୍ରାକୃତିକ ପରିସଂସ୍ଥା ଉପରେ ଗୁରୁତର ପ୍ରଭାବ ଏବଂ ସମ୍ବଳର ଉତ୍ସ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଚାଲିଛି। ସମଗ୍ର ବିଶ୍ୱରେ ପ୍ରଦୂଷଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତାର ଅବକ୍ଷୟ ପରି ଭୟାବହ ପରିବେଶୀୟ ସମସ୍ୟାମାନ ଦେଖାଯାଉଛି। ଏସବୁ ମଧ୍ୟରୁ ମାନବ-ପ୍ରବର୍ତ୍ତିତ ଜଳବାୟୁ ଜରୁରିକାଳୀନ ପରିସ୍ଥିତି ହେଉଛି ସମଗ୍ର ଜୀବଜଗତ ପାଇଁ ଏକ ଗମ୍ଭୀର ଆହ୍ବାନ।
ଏପରି ବିଶ୍ୱ ଦୃଶ୍ୟପଟରେ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣର ପ୍ରୟୋଜନୀୟତାକୁ ବିଶ୍ୱ ନେତୃବର୍ଗ ହୃଦୟଙ୍ଗମ କରିଛନ୍ତି। ସେମାନେ ଉପଯୁକ୍ତ କାର୍ଯ୍ୟଧାରା ପ୍ରୟୋଗର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ନିକଟରେ ଗୁଜରାଟର କେଭାଡିଆରେ ମିଳିତ ଭାବେ ସହନୀୟ ଏବଂ ସୁସ୍ଥ ଜୀବନଶୈଳୀ ନିମନ୍ତେ ‘ମିଶନ ଲାଇଫ୍‌’ (ପରିବେଶ ପାଇଁ ଜୀବନଶୈଳୀ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଜଳବାୟୁ ପରିବର୍ତ୍ତନର ନିୟନ୍ତ୍ରଣ ନିମନ୍ତେ ମାନବ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଅପରିହାର୍ଯ୍ୟ। ଆମେ ସତର୍କ ହେବା ଜରୁରୀ ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ କେବଳ ସରକାରୀ ନୀତି ପର୍ଯ୍ୟାପ୍ତ ନୁହେଁ। ଏଥିରେ ବ୍ୟକ୍ତିଠାରୁ ଗୋଷ୍ଠୀ ଓ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କର ଯୋଗଦାନ ତଥା ଆମ ମାନସିକତା ଓ କାର୍ଯ୍ୟଧାରାରେ ନୂତନତ୍ତ୍ୱ ଯଥେଷ୍ଟ ଗୁରୁତ୍ୱ ବହନକରେ। ଦୈନନ୍ଦିନ ଜୀବନର ପ୍ରତ୍ୟେକ ଛୋଟବଡ଼ କାର୍ଯ୍ୟକୁ ଗଣ୍ୟ କରାଯାଇ ପ୍ରସ୍ତୁତ ମନ୍ତ୍ର ଉପରେ ଲାଇଫ ମିଶନ ଆଧାରିତ, ଯାହା ମାନବ ଜୀବନଶୈଳୀକୁ ଠିକ୍‌ ମାର୍ଗରେ ପରିଚାଳିତ କରିବ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଜଳବାୟୁ କାର୍ଯ୍ୟ ଏବଂ ସହନୀୟ ବିକାଶ ଲକ୍ଷ୍ୟର ପ୍ରାରମ୍ଭିକ ସଫଳତା ପାଇଁ ଏହା ଭାରତର ଏକ ବଳିଷ୍ଠ ପଦକ୍ଷେପ ହେବ। ଗୁଟେରସ ତାଙ୍କ ସମ୍ଭାଷଣରେ ଧନିକ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଜଳବାୟୁ ପ୍ରତିଶ୍ରୁତି ପାଳନ କରିବାକୁ ଏବଂ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ତଥା ବୈଷୟିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାରରୁ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ସବୁଜଗୃହ ବାଷ୍ପ ସବୁର ବର୍ଦ୍ଧିତ ନିର୍ଗମନ ସମ୍ପ୍ରତି ପୃଥିବୀର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଛି। ଏହା ଯୋଗୁ ବି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଓ ତୀବ୍ରତା ବୃଦ୍ଧି ଘଟୁଛି। ନକାରାତ୍ମକ ମାନବୀୟ କାର୍ଯ୍ୟଧାରା ପୃଥିବୀ ଉପରେ ବର୍ଦ୍ଧିତ ଚାପ ଏବଂ ଅଙ୍ଗାରକ ପଦଚିହ୍ନ (ଅଧିକ ଅଙ୍ଗାରକାମ୍ଳ) ବୃଦ୍ଧିର କାରଣ ହେଉଛି, ଯାହା ହିଁ ଆଜିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଦୁଇଟି ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି, ଯାହା ମନକୁ ଆନ୍ଦୋଳିତ କରେ। ଗ୍ରୀଷ୍ମର ପ୍ରଭାବ ଲାଘବ ନିମନ୍ତେ କେତେଜଣ ବ୍ୟକ୍ତି ଏସିର ତାପମାତ୍ରାକୁ ୧୭-୧୮ ଡିଗ୍ରୀରେ ରଖନ୍ତି ଏବଂ ପରେ ଶୀତ ଅନୁଭବ କରି କମ୍ବଳ ଘୋଡ଼ାଇ ହୁଅନ୍ତି। ଏସିର ଏପରି ଅପବ୍ୟବହାର ଦ୍ୱାରା ଅଧିକ ଅଙ୍ଗାରକ ନିର୍ଗମନ ଏବଂ ପରିବେଶ ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର ହୁଏ। ଏଥି ନିମନ୍ତେ ଏସି ତାପମାତ୍ରାକୁ ୨୪ ଡିଗ୍ରୀରେ ରଖିବା ଏବଂ ବିଦ୍ୟୁତ୍‌ ବ୍ୟବହାରକୁ ଯଥା ସମ୍ଭବ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଜିମ୍‌ ଉତ୍ସାହୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ହେଉଛି ପ୍ରାୟ ୫ କି.ମି. ମାଇଲେଜ ଦେଉଥିବା ଏସ୍‌ୟୁଭି କାର୍‌ ଯୋଗେ ଜିମ୍‌ ଯାଇ ବ୍ୟାୟାମ କରିବା ଅପେକ୍ଷା ଶ୍ରେଷ୍ଠ ବିକଳ୍ପ ହେବ ଚାଲିଚାଲି ଅଥବା ସାଇକେଲ ଦ୍ୱାରା ଗନ୍ତବ୍ୟସ୍ଥଳକୁ ଯାଇ ଉନ୍ନତ ସ୍ବାସ୍ଥ୍ୟ ହାସଲ କରିବା ଏବଂ ଶକ୍ତି ଓ ଇନ୍ଧନ ସଂରକ୍ଷଣ ତଥା ପ୍ରଦୂଷଣ ହ୍ରାସକରି ପରିବେଶ ସୁରକ୍ଷାକୁ ବଳିଷ୍ଠ ଅବଦାନ ରଖିବା।
ଜଳବାୟୁ ପରିବର୍ତ୍ତନ ଯୋଗୁ ପର୍ବତସ୍ଥ ହିମବାହ ଏବଂ ମେରୁ ଅଞ୍ଚଳର ବରଫ ତରଳୁଛି, ସମୁଦ୍ର ପତ୍ତନରେ ବୃଦ୍ଧି ଘଟୁଛି, ପ୍ରକୃତି ଓ ପରିବେଶ ଅବକ୍ଷୟିତ ହେଉଛି, ଜୈବ ବିବିଧତାର ହ୍ରାସ ଘଟୁଛି, ପ୍ରାକୃତିକ ବିପର୍ଯ୍ୟୟରେ ବୃଦ୍ଧି ଏବଂ ଅନ୍ୟାନ୍ୟ ବହୁ ବିନଷ୍ଟକାରୀ ପ୍ରଭାବ ଦୃଶ୍ୟମାନ ହେଉଛି। ମୋଦି ଏହା ମଧ୍ୟ କହିଛନ୍ତି ଯେ ମିଶନ ଲାଇଫ୍‌ ଧରିତ୍ରୀର ଉନ୍ନତି ଏବଂ ଉତ୍କର୍ଷ ସାଧନ ନିମନ୍ତେ ପି୩ (ପ୍ରୋ-ପ୍ଲାନେଟ୍‌ ପିପଲ) ବା ପୃଥିବୀ ସପକ୍ଷବାଦୀ ଲୋକଙ୍କର କାର୍ଯ୍ୟଧାରାକୁ ସୁଦୃଢ଼ କରିବ। ସମ୍ବଳ ବ୍ୟବହାରରେ ମିତବ୍ୟୟିତା ଅବଲମ୍ବନ କରିବା, ଯେଉଁସବୁ ପଦାର୍ଥ ପରିବେଶର କ୍ଷତି ସାଧନକରେ ତାହାକୁ ବର୍ଜନ କରିବା ଏବଂ ଖାଦ୍ୟ ନଷ୍ଟକୁ ଏଡ଼ାଇବା ଆମର ଈପ୍ସିତ ଲକ୍ଷ୍ୟ ହେଉ। ଅଣନବୀକରଣଯୋଗ୍ୟ ଉତ୍ସଗୁଡ଼ିକର ଅତ୍ୟଧିକ ବ୍ୟବହାର ଏବଂ ଅପଚୟକୁ ରୋକାଯାଇ ସମ୍ବଳ ସଙ୍କଟକୁ ନିୟନ୍ତ୍ରଣ କରାଯାଉ।
ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘର ମହା ଜଳବାୟୁ ସମ୍ମିଳନୀ(କପ୍‌୨୭)ରେ ବିଶ୍ୱଜନତାଙ୍କୁ ସହନୀୟ ଜୀବନଯାପନ ନିମନ୍ତେ ଉତ୍ସାହିତ କରିବା ଏହି ମିଶନର ଉଦ୍ଦେଶ୍ୟ। ଜଳବାୟୁ ପରିବର୍ତ୍ତନର ବିପର୍ଯ୍ୟୟରୁ ଜୀବଜଗତକୁ ସୁରକ୍ଷିତ ରଖିବାର ଅନ୍ତର୍ନିହିତ ଲକ୍ଷ୍ୟ ଥିବା ଏହି ବିଶ୍ୱସ୍ତରୀୟ ଯୋଜନା ଜଳବାୟୁ ଅନୁକୂଳ ଆଚରଣ ପ୍ରଦର୍ଶନ ଏବଂ ପରିବେଶଧର୍ମୀ ଜୀବନଯାପନକୁ ପ୍ରୋତ୍ସାହିତ କରେ। ଏହି ଧାରଣା ସମ୍ବଳର ‘ଚେତନାହୀନ ଓ ଅପଚୟ ବ୍ୟବହାର’ ପରିବର୍ତ୍ତେ ‘ସଚେତନ ଏବଂ ସୁଚିନ୍ତିତ ବ୍ୟବହାର’ ଉପରେ ଗୁରୁତ୍ୱ ଆରୋପ କରେ। ବର୍ତ୍ତମାନର ବିନାଶକାରୀ କାର୍ଯ୍ୟଧାରା ତଥା ଉତ୍ପାଦର ‘ବ୍ୟବହାର-ଓ-ବର୍ଜନ’ ପ୍ରକ୍ରିୟା ଏବଂ ରୈଖିକ ଅର୍ଥନୀତି ପରିବର୍ତ୍ତେ ସମ୍ବଳ ସଂରକ୍ଷଣ ଏବଂ ବୃତ୍ତାକାର ଅର୍ଥନୀତି ଉପରେ ଏହି ମିଶନ ପର୍ଯ୍ୟବସିତ। ବ୍ୟକ୍ତିବିଶେଷଙ୍କର ଏକ ବିଶ୍ୱସ୍ତରୀୟ ନେଟ୍‌ୱର୍କ ସୃଷ୍ଟି ଏବଂ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହି ମିଶନ ସଫଳତା ହାସଲ କରିବ। ସରକାର, ଅନୁଷ୍ଠାନ, ନାଗରିକ ସମାଜ ଏବଂ ବ୍ୟକ୍ତି -ଏ ସମସ୍ତଙ୍କର ସହମତି ଓ ସମ୍ମିଳିତ ଉଦ୍ୟମ ହିଁ ପରିବେଶ ସଙ୍କଟରୁ ମାନବ ସମାଜକୁ ମୁକ୍ତ କରିବାର ପଥ ପ୍ରଦର୍ଶନ କରିବ। ଲକ୍ଷ୍ୟ ସାଧନ ନିମନ୍ତେ ପୃଥିବୀ ସପକ୍ଷବାଦୀ ଗୋଷ୍ଠୀଙ୍କ ପ୍ରତିବଦ୍ଧତା ଏକାନ୍ତ ଅପରିହାର୍ଯ୍ୟ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?